ମୋଦିଙ୍କୁ ଗୋପନରେ ଭେଟିଥିଲେ ରିଜର୍ଭ ବ୍ୟାଙ୍କ ମୁଖ୍ୟ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ମୋଦିଙ୍କୁ ଗୋପନରେ ଭେଟିଥିଲେ ରିଜର୍ଭ ବ୍ୟାଙ୍କ ମୁଖ୍ୟ!

ନୂଆଦିଲ୍ଲୀ:ସରକାର ଏବଂ ରିଜର୍ଭବ୍ୟାଙ୍କ ମଧ୍ୟରେ ରହିଥିବା ଅଡ଼ୁଆର ସମାଧାନ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି‌ଙ୍କୁ ଗୋପନରେ ଭେଟିଥିବା ଜଣାଯାଇଛି। ଗତ ୯ ତାରିଖରେ ଏହି ଗୁପ୍ତ ବୈଠକ ଆୟୋଜିତ ହୋଇଥିବା ଜଣାଯାଇଛି। ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ଖବର ସାମ୍ନାକୁ ଆସିଛି। ଏହି ଅବସରରେ ପଟେଲ ରିଜର୍ଭ ବ୍ୟାଙ୍କ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ରହିଥିବା ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଛନ୍ତି । ଏହି ବୈଠକ ପରେ ଆରବିଆଇ ସରକାରଙ୍କର କିଛି ଦାବିକୁ ମାନିନେବାର ସମ୍ଭାବନା ରହିଛି।

ଗତ କିଛି ଦିନ ତଳେ ନିର୍ବାଚନୀ ବର୍ଷରେ ରିଜର୍ଭ ବ୍ୟାଙ୍କର ଆବଶ୍ୟକୀୟ ଗଚ୍ଛିତ ମୁଦ୍ରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ଏବଂ ଉଭୟ ପକ୍ଷ ମଧ୍ୟରେ ମତଭେଦ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଏପରିକି ଆରବିଆଇ ଡେପୁଟୀ ଗଭର୍ଣ୍ଣର ବିରଲ୍‌ ଆଚାର୍ଯ୍ୟ ଗତମାସରେ ଆରବିଆଇର ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଥିବା ନେଇ ଖୋଲାଖୋଲି ମତ ରଖିଥିଲେ। ଏହାର କିଛି ଦିନ ପରେ ଅଲ୍‌ ଇଣ୍ଡିଆ ରିଜର୍ଭ ବ୍ୟାଙ୍କ ଏମ୍ପ୍ଲଇଜ୍‌ ଆସୋସିଏସନ୍‌ ପକ୍ଷରୁ ମଧ୍ୟ ଏହି ତୁତୁ ମେଁମେଁର କଡ଼ା ସମାଲୋଚନା କରାଯାଇଥିଲା ଏବଂ ତୁରନ୍ତ ବିଶେଷଜ୍ଞମାନେ ଏଥିରେ ହସ୍ତକ୍ଷେପ କରି ସରକାରଙ୍କୁ ବୁଝାଇବାକୁ ଆହ୍ୱାନ କରାଯାଇଥିଲା।



from Odisha Reporter https://ift.tt/2zQblui

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages