
ଜୋହାନ୍ସବର୍ଗ: ଚଳିତ ବର୍ଷ ମେ’ ମାସରେ ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍କୁ ବାଏବାଏ କହିଥିବା ମହାନ କ୍ରିକେଟ୍ର ଏବି ଡିଭିଲିୟର୍ସ ପୁଣି ପଡ଼ିଆକୁ ଓହ୍ଲାଇଛନ୍ତି। ସେ ଅବସର ପୂର୍ବରୁ ଯେଉଁଭଳି ବ୍ୟାଟିଂ କରୁଥିଲେ ଏବେ ବି ସମାନ ଢଙ୍ଗରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ଅବଶ୍ୟ ଡିଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବେ ବୋଲି କହିଥିଲେ। ସେହି କଥା ରକ୍ଷା କରି ଡିଭିଲିୟର୍ସ ପୁଣିଥରେ ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କୁ ନିଜର ଖେଳ ଦେଖିବାର ସୁଯୋଗ ଦେଇଛନ୍ତି।
@ABdeVilliers17 You Beauty
#MSLT20 pic.twitter.com/DfBINQFw24
— Grishma Sharma (@GrishmaSharma17) November 17, 2018
ଦକ୍ଷିଣ ଆଫ୍ରିକାର ଘରୋଇ ଟୁର୍ଣ୍ଣାମେଣ୍ଟ ମଜାନସି ସୁପର ଲିଗ୍ରରେ ଭାଗ ନେଇ ଡିଭିଲିୟର୍ସଙ୍କୁ କାହିଁକି ମିଷ୍ଟର ୩୬୦ କୁହାଯାଏ, ତା’ର ପ୍ରମାଣ ଦେଖାଇଛନ୍ତି। Tshwane Spartans ପକ୍ଷରୁ ଖେଳୁଥିବା ଡିଭିର୍ଲସ ନିଜର କମ୍ବ୍ୟାକ୍ ମ୍ୟାଚ୍ରେ ୩୦ଟି ବଲ୍ରେ ବିସ୍ଫୋରକ ୫୯ ରନ୍ର ଇନିଂସ୍ ଖେଳିଛନ୍ତି। ତେବେ ମ୍ୟାଚ୍ର ୧୧ ତମ ଓଭର୍ରେ ଡିଭିଲିୟର୍ସ ଏକ ସୁଇଚ୍ ଶଟ୍ ଖେଳିଥିଲେ। ଯାହା ସିଧା ବାଉଣ୍ଡରୀ ବାହାରେ ପଡ଼ିଥିଲା। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଅନ୍ତର୍ଜାତୀୟ ମ୍ୟାଚ୍ ବେଳେ ଡିଭିଲିୟର୍ସ ଯେଉଁ ଶୈଳୀରେ ବ୍ୟାଟିଂ କରୁଥିଲେ ଏବେ ମଧ୍ୟ ଅନୁରୂପ ଢଙ୍ଗରେ ବ୍ୟାଟିଂ ଜାରି ରଖିଛନ୍ତି। ଭାରତୀୟ ଦର୍ଶକ ଆଇପିଏଲ୍ ସମୟରେ ଡିଭିଲିୟର୍ସଙ୍କ ଜଲୱା ଦେଖିବାକୁ ପାଇବେ।
ମ୍ୟାଚ୍ କଥାକୁ ବିଚାରକୁ ନେଲେ Cape Town Blitz ପ୍ରଥମେ ବ୍ୟାଟିଂ କରି ୧୮୦ ରନ୍ କରିଥିଲା। ଏହାର ଜବାବରେ Tshwane Spartans ୪୯ରେ ମ୍ୟାଚ୍ ହାରିଯାଇଥିଲା। ଡିଭିଲିୟର୍ସଙ୍କୁ ଛାଡ଼ିଦେଲେ ଆଉ କୌଣସି ବ୍ୟାଟସ୍ମ୍ୟାନ୍ ଭଲ ବ୍ୟାଟିଂ କରିପାରି ନଥିଲେ।
from Odisha Reporter https://ift.tt/2Tl6oTs

No comments:
Post a Comment