‘ଫେସ୍‌ବୁକ୍‌’ ପାଖରେ ରହିଛି ଆପଣଙ୍କ ଲୋକେସନ୍‌ ବିବରଣୀ, ଜାଣନ୍ତୁ କେମିତି କରିବେ ଡିଲିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

‘ଫେସ୍‌ବୁକ୍‌’ ପାଖରେ ରହିଛି ଆପଣଙ୍କ ଲୋକେସନ୍‌ ବିବରଣୀ, ଜାଣନ୍ତୁ କେମିତି କରିବେ ଡିଲିଟ୍‌

ନୂଆଦିଲ୍ଲୀ: ଆପଣଙ୍କ ଅଜାଣତରେ ସୋଶାଲ୍‌ ମିଡିଆ ୱେବ୍‌ସାଇଟ୍‌ରେ ଆପଣଙ୍କ ଲୋକେସନ୍‌ ଷ୍ଟୋର୍‌ ହୋଇପାରେ। ଯଦି ଆପଣ ଏଥିପାଇଁ ଅନୁମତି ଦେଇଛନ୍ତି, ତେବେ ‘ଫେସ୍‌ବୁକ୍‌’ ଅନ୍‌ କରିବା ଦ୍ୱାରା ଆପଣ କେଉଁ କେଉଁ ସ୍ଥାନରେ କେଉଁ ସମୟରେ ରହୁଛନ୍ତି, ତା’ର ସମ୍ପୂର୍ଣ୍ଣ ତଥ୍ୟ ରଖୁଛି ‘ଫେସବୁକ୍‌’। ଆଉ ଆପଣଙ୍କ ସ୍ମାର୍ଟଫୋନ୍‌ରେ ଯଦି ‘ଫେସ୍‌ବୁକ୍‌’ର ଆପ୍‌ ଇନ୍‌ଷ୍ଟଲ୍‌ ଅଛି. ତେବେ ଏପରି ଲୋକେସନ୍‌ ଷ୍ଟୋର୍‌ ହେବାର ଆଶଙ୍କା ଯଥେଷ୍ଟ ଅଧିକ।

‘ଫେସ୍‌ବୁକ୍‌’ ଅନୁଯାୟୀ ଯଦି ଆପଣଙ୍କ ଆପ୍‌ରେ ଲୋକେସନ୍‌ ହିଷ୍ଟ୍ରି ଅନ୍‌ ରହିଛି, ତେବେ କମ୍ପାନୀ ଆପଣଙ୍କ ଲୋକେସନ୍‌ ହିଷ୍ଟ୍ରି ଷ୍ଟୋର୍‌ କରିବା ନିଶ୍ଚିତ। ଆପଣ ଆପ୍‌ର ବ୍ୟବହାର କରନ୍ତୁ ବା ନକରନ୍ତୁ, କୌଣସି ଫରକ ପଡିବ ନାହିଁ। ଯଦି ‘ଫେସ୍‌ବୁକ୍‌’ ଆପ୍‌ରେ ଲୋକେସନ୍‌ ଅନ୍ ରହିଛି, ତେବେ ଲୋକେସନ୍‌ ସମ୍ପର୍କରେ ‘ଫେସ୍‌ବୁକ୍‌’କୁ ସୂଚନା ମିଳିବ ଏବଂ ଏହି ସୂଚନା ଆଧାରରେ ଲୋକେସନ୍‌ ଷ୍ଟୋର୍‌ ହେବାକୁ ଆରମ୍ଭ କରିବ। ଏହାଦ୍ୱାରା ଆପଣଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେଉଥିବାରୁ ଏହାର ମୁକାବିଲା କରିବାର ଆବଶ୍ୟକତା ରହିଛି।

ଲୋକେସନ୍‌ ହିଷ୍ଟ୍ରି ଦେଖିବାର ଉପାୟ

ବ୍ରାଉଜର୍‌ରେ ପ୍ରଥମେ ‘ଫେସ୍‌ବୁକ୍‌’ ଲଗଇନ୍‌ କରନ୍ତୁ। ସେଟିଂକୁ ଯାଇ ଲୋକେସନ୍ କ୍ଲିକ୍‌ କରନ୍ତୁ। ଏଠାରେ ‘ଭ୍ୟୁ ୟୋର୍‌ ଲୋକେସନ୍‌ ହିଷ୍ଟ୍ରି’ ବିକଳ୍ପ ରହିଥିବ। ଏହାକୁ କ୍ଲିକ୍‌ କରିବା ପରେ ପାସୱାର୍ଡ ଦେବାକୁ କୁହାଯିବ। ଏଠାରେ ଆପଣ ଦିନ, ମାସ ଏବଂ ବର୍ଷ ସିଲେକ୍ଟ କରି ମ୍ୟାପ୍‌ରେ ଲୋକେସନ୍‌ ଦେଖିପାରିବେ। ଯଦି ଆପଣଙ୍କ ଲୋକେସନ୍‌ ପୂର୍ବରୁ ଅନ୍‌ ଥିବ, ତେବେ ଆପଣ ସେଠାରେ କେଉଁଦିନ କେଉଁଠି କେତେ ସମୟ ବିତାଇଥିଲେ, ତାର ଏକ ବିବରଣୀ ପାଇପାରିବେ।

ଫେସ୍‌ବୁକ୍‌ ଲୋକେସନ୍‌ କେମିତି କରିବେ ଅଫ୍‌

ବ୍ରାଉଜର୍‌ରେ ପ୍ରଥମେ ଫେସ୍‌ବୁକ୍‌ ଲଗଇନ୍‌ କରନ୍ତୁ। ସେଟିଂ ଯାଇ ଲୋକେସନ୍ କ୍ଲିକ୍‌ କରନ୍ତୁ। ଏଠାରେ ଲୋକେସନ୍‌ ଅନ୍‌ ଏବଂ ଅଫ୍‌ର ବିକଳ୍ପ ଆସିବ। ଏଠାରେ ଲୋକେସନ୍‌କୁ ଅଫ୍‌ କରିଦିଅନ୍ତୁ।

ଫେସ୍‌ବୁକ୍‌ ଲୋକେସନ୍‌ କେମିତି କରିବେ ଡିଲିଟ୍‌

ବ୍ରାଉଜର୍‌ରେ ପ୍ରଥମେ ଫେସ୍‌ବୁକ୍‌ ଲଗଇନ୍‌ କରନ୍ତୁ। ସେଟିଂ ଯାଇ ଲୋକେସନ୍ କ୍ଲିକ୍‌ କରନ୍ତୁ। ଏବେ ଏହାର ଡାହାଣ ପାର୍ଶ୍ୱରେ ଡିଲିଟ୍‌ ଲୋକେସନ୍‌ର ବିକଳ୍ପ ରିହଛି। ଏହି ବିକଳ୍ପରେ କ୍ଲିକ୍‌ କରି ଲୋକେସନ୍‌ ହିଷ୍ଟ୍ରି ଡିଲିଟ୍‌ କରନ୍ତୁ। ଅନ୍ୟ ୱେବ୍‌ସାଇଟ୍‌ ଏବଂ ଆପ୍ଲିକେସନ୍‌ ସହିତ ଫେସବୁକ୍‌ ଲିଙ୍କ୍‌ କରିବା ସମୟରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ।



from Odisha Reporter https://ift.tt/2Q1Acpq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages