
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଜଙ୍ଗଲ ବଞ୍ଚାଇବା ପାଇଁ ବନୀକରଣ କରାଯାଉଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗଛ ଲଗାଯାଉଛି। କିନ୍ତୁ ଢେଙ୍କାନାଳରେ ଓଲଟା ଚିତ୍ର ଦେଖିବାକୁ ମିଳିଛି। ବିଅର ଫ୍ୟାକ୍ଟ୍ରି ପାଇଁ ଜଙ୍ଗଲକୁ ନଷ୍ଟ କରାଯାଉଛି। ଗାଁ ଲୋକଙ୍କ ବିରୋଧ ସତ୍ତ୍ୱେ ହଜାରେରୁ ଅଧିକ ମୂଲ୍ୟବାନ୍ ଓ ଔଷଧୀୟ ଗଛକୁ କାଟି ଦିଆଯାଉଛି। ଗାଁ ଲୋକେ ବିରୋଧ କରିବାକୁ ସେମାନଙ୍କ ଉପରେ ଆକ୍ରମଣ ହେଉଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ବଳରାମପୁର ଗ୍ରାମ୍ୟ ଜଙ୍ଗଲକୁ କେଉଁ କାଳରୁ ଗାଁ ଲୋକେ ଜଗି ଆସୁଛନ୍ତି। ସେହି ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ଯାଇ କାମ ଆରମ୍ଭ କରିଥିଲା। ସେତେବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଏପରିକି ଗଛକୁ ଜାବୁଡ଼ି ଧରି ପ୍ରତିବାଦ କରିଥିଲେ। ଯାହାଫଳରେ ଅଧିକାରୀମାନେ ଫେରିଆସିଥିଲେ।
ଆଜି ଜିଲ୍ଲାପ୍ରଶାସନ ସୁରକ୍ଷା ବଳୟରେ ଗ୍ରାମ୍ୟ ଜଙ୍ଗଲକୁ କବ୍ଜା କରିବାକୁ ଯାଇଥିଲା। ଗାଁ ଲୋକେ ଏ ସମ୍ପର୍କରେ ଜାଣିପାରି ଅନ୍ୟ ରାସ୍ତା ଦେଇ ଜଙ୍ଗଲରେ ପହଞ୍ଚିଥିଲେ। ଠେଙ୍ଗା ଧରି ଗଛ କାଟିବା ସମୟରେ ବିରୋଧ କରିବାରୁ ଗାଁ ଲୋକ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପୁଲିସ ଛାଉଣୀ ଭିତରେ ପ୍ରାୟ ହଜାରେରୁ ଅଧିକ ଶହ ଶାଳ, ପିଆଶାଳ, ହରିଡ଼ା, ବାହାଡ଼ା, ଅଁଳା ଆଦି ଗଛ କଟାଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୨୦ ଜଣ ଗାଁ ଲୋକଙ୍କୁ ଅଟକ ରଖିଛି।
from Odisha Reporter https://ift.tt/2KawO6e
No comments:
Post a Comment