ସୁପ୍ରିମକୋର୍ଟ ହିନ୍ଦୁ ସମାଜର ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି: ଆର୍‌ଏସ୍‌ଏସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ସୁପ୍ରିମକୋର୍ଟ ହିନ୍ଦୁ ସମାଜର ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି: ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ମାର୍ଗଦର୍ଶକ ଭାବେ ପରିଚିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ଆଜି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତଙ୍କୁ ପରୋକ୍ଷ ଧମକ ଦେଇଛି। ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦ ସମ୍ପର୍କିତ ଶୁଣାଣିରେ ବିଳମ୍ବ କରି ହିନ୍ଦୁ ସମାଜନର ଧୈର୍ଯ୍ୟର ପରୀକ୍ଷା କରୁଛନ୍ତି।

କିନ୍ତୁ ରାମ ମନ୍ଦିର ନିର୍ମାଣ ପାଇଁ ଦରକାର ପଡ଼ିଲେ, ପୁଣିଥରେ ୧୯୯୨ ଭଳି ଘଟଣାର ପୁନରାବୃତ୍ତି ଘଟାଇବାକୁ ଆମେ ପ୍ରସ୍ତୁତ ଅଛୁ। ରାମ ମନ୍ଦିର ନିର୍ମାଣ ପାଇଁ ୧୯୯୨ରେ ଯେଉଁଭଳି ଆନ୍ଦୋଳନ ହୋଇଥିଲା ଆମେ ଅନୁରୂପ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ଆର୍‌ଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି।

୧୯୯୨ରେ ଆରଏସ୍‌ଏସ୍‌ ନିର୍ଦ୍ଦେଶରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ନେତୃତ୍ୱରେ ସମଗ୍ର ଦେଶରେ ରଥ ଗଡ଼ିଥିଲା। ଏହି ରଥ ଯାତ୍ରା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ଅଭିଯାନର ମୂଳଦୁଆ ପକାଇଥିଲା। ତେବେ ଏହି ରଥ ଯାତ୍ରା ସମୟରେ ହିଁ ଅଯୋଧ୍ୟା ସମେତ ସମଗ୍ର ଦେଶରେ ସାଂପ୍ରଦାୟିକ ହିଂସା ଘଟିଥିଲା। ହିନ୍ଦୁ କରସେବକମାନେ ଅଯୋଧ୍ୟାରେ ଥିବା ବାବ୍ରୀ ମସଜିଦ୍‌କୁ ଭାଙ୍ଗି ମଧ୍ୟ ଦେଇଥିଲେ।

ଆଜି ଆର୍‌ଏସ୍‌ଏସ୍‌ର ମୁଖପାତ୍ର ଭୟାଜୀ ଯୋଶୀ କହିଛନ୍ତି, “ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧୯୯୨ରେ ଯେଉଁଭଳି ରଥ ଯାତ୍ରା କରାଯାଇଥିଲା, ଦରକାର ପଡ଼ିଲେ ଏବେ ବି ସେମିତି କରାଯିବ। ଆମେ ସୁପ୍ରିମକୋର୍ଟରୁ ଦୀପାବଳି ପୂର୍ବରୁ ଭଲ ଖବର ପାଇବୁ ବୋଲି ଆଶା କରିଥିଲୁ।

କିନ୍ତୁ ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦର ସମାଧାନ କରିବାକୁ କୌଣସି ରାୟ ଦେଲେନାହିଁ। କ’ଣ ପାଇଁ ଏ ପ୍ରସଙ୍ଗକୁ ସୁପ୍ରିମକୋର୍ଟ ପ୍ରାଥମିକତା ଦେଉନାହାନ୍ତି? ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ହିନ୍ଦୁ ସମାଜକୁ ବ୍ୟଥିତ କରିଛି। ଆଶ୍ଚର୍ଯ୍ୟ ଲାଗୁଛି, କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ନୁହେଁ? ଏଭଳି କରି ସୁପ୍ରିମକୋର୍ଟ ହିନ୍ଦୁ ସମାଜର ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି।”

ଅନ୍ୟପକ୍ଷରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ମୋଦି ସରକାର ଆଇନ୍‌ ଆଣନ୍ତୁ ବୋଲି ମଧ୍ୟ ଶ୍ରୀ ଯୋଶୀ କହିଛନ୍ତି।



from Odisha Reporter https://ift.tt/2PCbfk7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages