#MeToo: ସହମତି ଭିତ୍ତିରେ ପଲ୍ଲବୀଙ୍କ ସହ ସମ୍ପର୍କ ଥିଲା: ଆକବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

#MeToo: ସହମତି ଭିତ୍ତିରେ ପଲ୍ଲବୀଙ୍କ ସହ ସମ୍ପର୍କ ଥିଲା: ଆକବର

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଥିବା ‘ମି-ଟୁ’ ଜାଲ୍‌ରେ ଫସି ପୂର୍ବରୁ ମନ୍ତ୍ରୀ ପଦ ହରାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଏମ୍‌ଜେ ଆକବରଙ୍କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ୨୩ ବର୍ଷ ତଳେ ନ୍ୟାସନାଲ ପବ୍ଲିକ୍‌ ରେଡିଓ (ଏନ୍‌ପିଆର)ର ଏବେକାର ଚିଫ୍‌ ବିଜିନେସ୍‌ ଏଡିଟର ପଲ୍ଲବୀ ଗୋଗୋଇଙ୍କୁ ଆକବର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଆକବର।

ସେ ପଲ୍ଲବୀଙ୍କୁ କୌଣସି ପ୍ରକାରର ଦୁଷ୍କର୍ମ କରି ନଥିଲେ ବରଂ ସହମତି ଭିତ୍ତିରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ଆକବର ଆଜି ସଫେଇ ଦେଇଛନ୍ତି। ୨୩ ବର୍ଷ ତଳେ ଏସିଆନ୍‌ ଏଜ୍‌ର ସମ୍ପାଦକ ଥିବା ଆକବର ତାଙ୍କ ଅଧୀନରେ କାମ କରୁଥିବା ପଲ୍ଲବୀଙ୍କୁ ଦୁଷ୍କର୍ମ କରିଥିବା ପୀଡ଼ିତା ନିଜେ ଅଭିଯୋଗ କରିଛନ୍ତି।

ଆକବର କହିଛନ୍ତି, “ଆମେ ସହମତି ଭିତ୍ତିରେ ସମ୍ପର୍କ ସ୍ଥାପନ କରିଥିଲୁ। କିନ୍ତୁ ଏହାର ଅନ୍ତ ଭଲ ଭାବେ ହୋଇ ନଥିଲା। ଆମ ସହିତ ସେତେବେଳେ ଯେଉଁମାନେ କାମ କରୁଥିଲେ, ସେମାନେ ସମସ୍ତେ ଏକଥା ଜାଣିଥିଲେ। ଆପଣମାନେ ଚାହିଁଲେ ସେମାନଙ୍କୁ ସାକ୍ଷୀ ଭାବେ ନେଇପାରିବେ। ୧୯୯୪ରେ କିଛି ମାସ ପାଇଁ ଆମ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ହେବାରୁ ତାହା ମୋ ବ୍ୟକ୍ତିଗତ ତଥା ଘରୋଇ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି କରିଥିଲା। ତେବେ ଏହି ସମ୍ପର୍କର ଅନ୍ତ ଭଲ ଭାବେ ହୋଇ ନଥିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।”

ପୂର୍ବରୁ ମଧ୍ୟ ୨୦ ଜଣ ସାମ୍ବାଦିକ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହା ବିରୋଧରେ ଆକବର ଆଇନ୍‌ଗତ ଲଢ଼େଇ ମଧ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ମଧ୍ୟ ଆକବରଙ୍କ ପତ୍ନୀ ମଲ୍ଲିକା ଆକବର ମୁହଁ ଖୋଲି ନଥିଲେ। କିନ୍ତୁ ପଲ୍ଲବୀଙ୍କ ଦୁଷ୍କର୍ମ ଅଭିଯୋଗ ପରେ ସେ ସ୍ୱାମୀଙ୍କ ସପକ୍ଷରେ ମତ ଦେଇଛନ୍ତି। ସେ କହିଛନ୍ତି, “ସହମତି ଭିତ୍ତିରେ ପଲ୍ଲବୀଙ୍କ ସହ ସେ ସମ୍ପର୍କ ରଖିଥିଲେ। ପଲ୍ଲବୀଙ୍କୁ ଯୋଗୁ ୨୦ ବର୍ଷ ତଳେ ଆମ ଘରେ ମତାନ୍ତର ହୋଇଥିଲା। ବଳମ୍ବିତ ରାତିରେ ଫୋନ୍‌ କଲ୍‌ରୁ ମୁଁ ଏକଥା ଜାଣିବାକୁ ପାଇଥିଲି। ତେବେ କିଛି ଦିନ ପରେ ଆକବର ପଲ୍ଲବୀଙ୍କୁ ଛାଡ଼ି ନିଜ ପରିବାର ସହ ରହିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପଲ୍ଲବୀ କ’ଣ ପାଇଁ ଏବେ ମିଛ କହିବା ଆରମ୍ଭ କରିଛନ୍ତି, ସେକଥା ମୁଁ ବୁଝି ପାରୁନି।”

ୱାଶିଂଟନ୍‌ ପୋଷ୍ଟରେ ପଲ୍ଲବୀ ଲେଖିଛନ୍ତି ଯେ, ଘଟଣା ବେଳେ ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା। ଏସିଆନ୍‌ ଏଜ୍‌ର ଅପ୍ଏଡ୍ ପେଜ୍‌ ଦାୟିତ୍ୱରେ ସେ ଥିଲେ। ସେ କହିଛନ୍ତି, “ମୁଁ ନିଜେ ପ୍ରସ୍ତୁତ କରିଥିବା ଏକ ଅପ୍ଏଡ୍ ପୃଷ୍ଠା ଦେଖାଇବାକୁ ତାଙ୍କ ପାଖକୁ ଯାଇଥିଲି। ସେ ମୋ କାମକୁ ପ୍ରଥମେ ପ୍ରଶଂସା କଲେ ଏବଂ ମୋତେ ଚୂମ୍ବନ ଦେବାକୁ ଆରମ୍ଭ କଲେ।”

ଏସବୁ ପରେ ମଧ୍ୟ ସେ ଏମ୍‌ଜେଙ୍କ ସହିତ କାମ କରୁଥିଲେ। ଥରେ ଜୟପୁରରେ ଏକ ଆସାଇନ୍‌ମେଣ୍ଟରେ ତାଙ୍କୁ ନିଆଯାଇଥିଲା। ଏମ୍‌ଜେ ତାଙ୍କୁ ଆଲୋଚନା ପାଇଁ ହୋଟେଲକୁ ଡାକିଥିଲେ। ପଲ୍ଲବୀଙ୍କ କହିବା ଅନୁଯାୟୀ, “ତାଙ୍କ ହୋଟେଲ୍‌ ରୁମ୍‌ରୁ ଯଦିଓ ମୁଁ ଖସିବାର ପ୍ରୟାସ କରିଥିଲି, ସେ ଅଧିକ ଶକ୍ତିଶାଳୀ ଥିଲେ। ସେ ମୋ ପୋଷାକ ଚିରି ପକାଇ ମୋତେ ଦୁଷ୍କର୍ମ କରିଥିଲେ। ପଲ୍ଲବୀ ତାଙ୍କ ବୟସର କୌଣସି ଯୁବକଙ୍କ ସହିତ କଥା ହେଉଥିବାର ଦେଖିଲେ ଏମ୍‌ଜେ ଚିଲ୍ଲେଇ ଗାଳି କରୁଥିଲେ। ତାଙ୍କୁ ଏସବୁ ଭୟଭୀତ କରିଦେଇଥିଲା ବୋଲି ପଲ୍ଲବୀ କହିଛନ୍ତି।



from Odisha Reporter https://ift.tt/2qqdkBe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages