ସୁନ୍ଦରଗଡ଼ ହାତୀ ମୃତ୍ୟୁ ମାମଲାରେ ଦୁଇ ବନ କର୍ମଚାରୀ ସସ୍‌ପେଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ସୁନ୍ଦରଗଡ଼ ହାତୀ ମୃତ୍ୟୁ ମାମଲାରେ ଦୁଇ ବନ କର୍ମଚାରୀ ସସ୍‌ପେଣ୍ଡ

ସନ୍ଦରଗଡ଼(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୋନାଖାନ୍ ପୁଟୁଳିଆ ଗାଁରୁ ହାତୀର ମୃତଦେହ ମିଳିବା ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ୨ ଜଣ ବନ କର୍ମଚାରୀ ଫରେଷ୍ଟର ହରିଶ ଜେନା ଓ ଗାର୍ଡ ସବିତା କିଷାନଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହାସହ ରାଜଗାଙ୍ଗପୁର ରେଞ୍ଜର ଚନ୍ଦ୍ରଶେଖର ଗଡ଼ନାୟକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଗାଁ ଲୋକେ ଗୋଟିଏ ହାତୀକୁ ମାରିବା ପରେ ତାକୁ ପୋଡ଼ି ମାଟିରେ ପୋତି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଜଣେ ଗ୍ରାମବାସୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଅନ୍ୟମାନେ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ୩ଟି ଟିମ୍ ଗଠନ ହୋଇଥିବା ଡିଏଫ୍ଓ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2OkBZ3G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages