ଖାରବେଳଙ୍କୁ ଆକ୍ରମଣ କରିଥିବା ଯୁବକ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ଖାରବେଳଙ୍କୁ ଆକ୍ରମଣ କରିଥିବା ଯୁବକ ଗିରଫ

କଲ୍ୟାଣସିଂହପୁର(ଓଡ଼ିଶା ରିପୋର୍ଟର):ସରକାରଙ୍କ ବିରୋଧରେ କହିଲେ ମିଳିବ ନିସ୍ତୁକ ମାଡ଼। ତୃତୀୟ ଥର ପାଇଁ ପଥପ୍ରାନ୍ତ ସଭାରେ ସରକାରଙ୍କୁ ସମାଲୋଚନା କଲା ବେଳେ ମାଡ଼ ଖାଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ। ରାୟଗଡ଼ା କାଶୀପୁରରେ ସଭାରେ ଭାଷଣ ଦେବା ବେଳେ ଖାରବେଳକୁ ଆକ୍ରମଣ ହୋଇଛି। ତେବେ ମାଡ଼ ମାରିଥିବା ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ଗିରଫ କରାଯାଇଥିବା କହିଛନ୍ତି ରାୟଗଡ଼ା ଏସ୍‌ପି।

ପୂର୍ବରୁ କେନ୍ଦ୍ରାପଡ଼ାର ଆଳି ଓ ବାଲେଶ୍ୱରର ଖଇରାରେ ମଧ୍ୟ ଖାରବେଳଙ୍କୁ ଆକ୍ରମଣ କରିଥିଲେ ବିଜେଡି ସମର୍ଥକ। କାଶୀପୁରରେ ଚାଲିଥିବା ପଥପ୍ରାନ୍ତ ସଭାରେ ସରକାରଙ୍କ ବିରୋଧରେ ବିଷ ଓଗାଳୁଥିଲେ ଖାରବେଳ। ଭାଷଣକୁ ଫେସ୍‌ବୁକ୍‌ରେ ଲାଇଭ କରୁଥିଲେ ଖାରବେଳ। ଠିକ୍ ଏତିକି ବେଳେ ଆସିଲେ କିଛି ଅସାମାଜିକ ଲୋକ। ପ୍ରଥମେ ନୀଳ ଟି’ ଶାର୍ଟ ପିନ୍ଧିଥିବା ସମ୍ପୃକ୍ତ ଯୁବକ ସୁମନ୍ତ ତାଙ୍କୁ ମାଡ଼ ମାରିଥିଲେ। ଧମକାଇ ପଚାରିଥିଲେ ସଭା କରିବାକୁ କେଉଁଠୁ ଅନୁମତି ପାଇଲ ? ତା’ପରେ ଫୋନ କରି ୪-୫ ଜଣ ଯୁବକଙ୍କୁ ସେ ସ୍ଥାନକୁ ଡକାଇଥିଲେ ସେହି ଯୁବକ।

ଖାରବେଳଙ୍କ ପାଖକୁ ଆସି ଯୁବକ ଜଣକ ଅତ୍ୟନ୍ତ ଅସଭ୍ୟ ଭାଷାରେ ଗାଳିଦେଇଥିଲେ। ଆଉ ତା’ ପରେ ମାଡ଼ ମାରିଥିଲେ। ଖାରବେଳଙ୍କ ଅଭିଯୋଗ ଖୋଦ୍ ମୁଖ୍ୟମନ୍ତ୍ରୀ ଏସବୁ କରାଉଛନ୍ତି। ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ପ୍ରଥପ୍ରାନ୍ତ ସଭାବେଳେ ଖାରବେଳଙ୍କ ଉପରେ ଆକ୍ରମଣ ହୋଇଥିଲା। ଅକ୍ଟୋବର୨୪ରେ ଆଳିରେ ସଭା କରୁଥିବା ବେଳେ ବି ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ତାଙ୍କ ଗାଡ଼ି ଭାଙ୍ଗିଯିବା ସହ ମାଡ଼ ବି ଖାଇଥିଲେ ଖାରବେଳ। ଏହାର ସାତ ଦିନ ପରେ ପୁଣି ବାଲେଶ୍ୱରର ଖଇରାରେ ବି ପଥପ୍ରାନ୍ତ ସଭା ବେଳେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଦୁଇଟି ଯାକ ଘଟଣାରେ ସେ ବିଜେଡିକୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ। ଖାରବେଳଙ୍କ ଉପରେ ଏପରି ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ ବିରୋଧୀ।

କେବଳ ଖାରବେଳ ନୁହେଁ, ଆଗରୁ ବୈଜୟନ୍ତ ପଣ୍ଡା ବି ବିଜେଡି କର୍ମୀଙ୍କ ଆକ୍ରମଣରେ ଶିକାର ହୋଇଛନ୍ତି। ତେବେ ଦିନକୁ ଦିନ ଆସୁଥିବା ଏମିତି ଚିତ୍ରକୁ ଦେଖିଲେ ଓଡ଼ିଶାରେ ଅସହିଷ୍ଣୁ ରାଜନୀତିର ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିବା କହିହେବ। କ୍ଷମତାସୀନ ଦଳ ଓ ନେତାଙ୍କୁ ସାଧାରଣ ସଭାରେ ସମାଲୋଚନା କଲେ ତାର ପରିଣତି ଯେ ଏମିତି ଭୋଗିବାକୁ ପଡ଼ିବ, ଏକଥା ଖାରବେଳଙ୍କ ଉପରେ ବାରମ୍ବାର ଆକ୍ରମଣରୁ ସ୍ପଷ୍ଟ ହେଉନାହିଁ କି ?



from Odisha Reporter https://ift.tt/2r2xyBu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages