
ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ୍ର ସେମି ଫାଇନାଲ ମ୍ୟାଚ୍ରେ ଅଧିନାୟକ ହରମନ୍ପ୍ରୀତ କୌର ବରିଷ୍ଠ ଖେଳାଳି ମିତାଲି ରାଜ୍ଙ୍କୁ ଟିମରୁ ବାଦ୍ ଦେବାକୁ ନେଇ ବିବାଦ ଆରମ୍ଭ ହୋଇଛି। ମିତାଲିଙ୍କ ମ୍ୟାନେଜରଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ଅନ୍ୟତମ କ୍ରିକେଟ ତାରକା ଝୁଲନ ଗୋସ୍ୱାମୀ। ସେ କହିଛନ୍ତି ମିତାଲିଙ୍କ ଜଣେ ବଡ଼ ପ୍ରଶଂସକ ହିସାବରେ ଏହି ଘଟଣାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି।
ସୂଚନାଯୋଗ୍ୟ ଯେ, ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତର ସ୍କୋର ମାତ୍ର ୧୧୨ ରନ୍ରେ ସୀମିତ ରହିଥିଲା। ଏହାକୁ ଇଂଲଣ୍ଡ ୧୭.୧ ଓଭର୍ରେ ହାସଲ କରିନେଇଥିଲା।
ପରାଜୟ ପରେ ମିତାଲିଙ୍କୁ ବାଦ୍ ଦେବା ନିଷ୍ପତ୍ତିକୁ ନେଇ ସଫେଇ ଦେଇ ହରମନ୍ପ୍ରୀତ କହିଥିଲେ, “ସବୁ ସମୟରେ ସବୁ ନିଷ୍ପତ୍ତି କାମ ଦେବ ବୋଲି ମାନେ ନାହିଁ। ଆମ ଖେଳାଳିମାନେ ଭଲ ଖେଳିଥିଲେ। ଯୁବ ଟିମ୍ ନେଇ ଖେଳିଥିଲୁ ତେଣୁ ଅନଶୋଚନା ନାହିଁ।”
ଦୁଇ ଦୁଇଟି ମ୍ୟାଚ୍ରେ ବଡ଼ ସ୍କୋର ସହିତ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ମିତାଲିଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସୁଯୋଗ ନଦେବା ପରେ ଯୁବ ଟିମ୍ର ଦ୍ୱାହି ଦେଇ ଖସିଯିବାର ପ୍ରୟାସକୁ ସମସ୍ତ ମହଲରେ କଡ଼ା ସମାଲୋଚନା କରାଯାଇଛି।
from Odisha Reporter https://ift.tt/2FCulCI
No comments:
Post a Comment