ବିଜୁ ଯୁବ ବାହିନୀ ନାଁରେ ୭୨୭୯ଟି ବ୍ୟାଙ୍କ ଆକାଉଣ୍ଟ, ବଜେଟ ୪୫୦ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ବିଜୁ ଯୁବ ବାହିନୀ ନାଁରେ ୭୨୭୯ଟି ବ୍ୟାଙ୍କ ଆକାଉଣ୍ଟ, ବଜେଟ ୪୫୦ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀ ନାଁରେ ସମଗ୍ର ରାଜ୍ୟରେ ୭୨୭୯ଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ବିଜୁ ଯୁବ ବାହିନୀରେ ୪ଲକ୍ଷ ଯୁବକଯୁବତୀଙ୍କୁ ସାମିଲ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତର ଦେଇ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଛନ୍ତି ଯେ, ବିଜୁ ଯୁବ ବାହିନୀରେ ୨,୬୨,୪୫୩ ଜଣ ସଦସ୍ୟ ସାମିଲ ହୋଇଥିବାବେଳେ ଚଳିତ ବର୍ଷ ଅତି କମରେ ୪ ଲକ୍ଷ ଯୁବକ ଯୁବତୀଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରହିଛି। ୩ ବର୍ଷ ମଧ୍ୟରେ ବିଜୁ ଯୁବ ବାହିନୀ ପାଇଁ ମୋଟ ୪୫୦ କୋଟି ୪୯ ଲକ୍ଷ ୯ ହଜାର ଟଙ୍କା ଖର୍ଚ୍ଚ କରାଯିବ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଛନ୍ତି।

ବିଜୁ ଯୁବ ବାହିନୀର ଦପ୍ତର ପାଇଁ ୭୪୫୫ ଜଣ ଦପ୍ତର ପରିଚାଳକ ପଦବୀ ସୃଷ୍ଟି ହୋଇଛି। ଯୁବ ବାହିନୀ ସଦସ୍ୟମାନେ ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଗତ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା “ନିଶାକୁ ନା’ କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ପରିଚାଳନା କରାଯିବା ସହିତ ବିଜୁ ଯୁବ ବାହିନୀର ସଦସ୍ୟମାନେ ନିଶା ଛାଡ଼ିବା ନିମନ୍ତେ ସଂକଳ୍ପ ନେଇଛନ୍ତି। ଏଥିସହିତ ଓଡ଼ିଶାକୁ ମଦମୁକ୍ତ କରିବା ନିମନ୍ତେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଯୁବ ବାହିନୀ ପକ୍ଷରୁ ଚାଲୁ ରହିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨୧,୮୫୦ ଜଣ ଯୁବକ ଯୁବତୀ ଓ କଟକ ଜିଲ୍ଲାରେ ୧୯,୮୧୩ ଜଣ ଯୁବକ ଯୁବତୀ ସାମିଲ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।



from Odisha Reporter https://ift.tt/2FCl4L2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages