
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ରାଜଧାନୀରୁ ଧରାପଡ଼ିଲା ବ୍ରାଉନସୁଗାର। ଏହି କାରବାର ପଛରେ ରହିଛନ୍ତି ଏକାଧିକ ଅଟୋ ଚାଳକ। ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଓ ଇନ୍ଦ୍ରଧନୁ ମାର୍କେଟ ସ୍ଥିତ ଜନଗହଳି ସ୍ଥାନରେ ବିକ୍ରି ଚାଲିଥିବା ବେଳେ ପ୍ରାୟ ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଏହି ମାମଲାରେ ୨ ଜଣ ଅଟୋ ଚାଳକଙ୍କୁ ଗିରଫ କରାଯାଇଛି। ‘ବାପୁ’ ନାମକ ଜଣେ ଅଟୋ ଚାଳକ ଏହି ରାକେଟ ଚଳାଉଥିବା ଜଣାପଡିଛି।
ଖୋର୍ଦ୍ଧାରୁ ବ୍ରାଉନ ସୁଗାର ଆଣି ବାପୁ ନିଜେ ବିକିବା ସହ ଅନ୍ୟ ଅଟୋ ଚାଳକମାନଙ୍କୁ ମଧ୍ୟ ବିକ୍ରି କରିବା ପାଇଁ ଦେଇଥାଏ। ପ୍ରତି ପୁଡିଆ ବାବଦକୁ ୨୦ ଟଙ୍କା କମିଶନ ସହ ଦିନକୁ ୧୫୦ ଟଙ୍କା ଅଟୋ ଚାଳକମାନଙ୍କୁ ଦିଆଯାଉଥିଲା।
କିଛିଦିନ ତଳେ ସାଲିଆସାହିରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା ଅବକାରୀ ବିଭାଗ।
from Odisha Reporter https://ift.tt/2BoNR1y
No comments:
Post a Comment