ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଚାଷୀ

ଥାନେ: ଜଙ୍ଗଲ ଜମି ଅଧିକାର ଓ କୃଷି ଋଣ ଛାଡ଼ ଆଦି ଦାବି ନେଇ ଆଜିଠାରୁ ଚାଷୀମାନେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ଚାଷୀ ମହାସମାବେଶରେ ପ୍ରାୟ ୩୦ ହଜାରରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି।

ଏହି ଚାଷୀମାନେ ଥାନେଠାରୁ ପଦଯାତ୍ରା ଆରମ୍ଭ କରିଛନ୍ତି। ଏମାନେ ମୁମ୍ବାଇ ପର୍ଯ୍ୟନ୍ତ ଚାଲିଚାଲି ଯାଇ ନିଜ ହକ୍‌ ପାଇଁ ସରକାରଙ୍କ ଉପରେ ଚାପ ପକାଇବେ। ୮ ମାସ ତଳେ ଅନୁରୂପ ଦାବି ନେଇ ହଜାର ହଜାର ଚାଷୀ ନାଶିକଠାରୁ ପଦଯାତ୍ରା ଆରମ୍ଭ କରିଥିଲେ। ଚାଷୀଙ୍କ ଏହି ଆନ୍ଦୋଳନରେ ୱାଟରମ୍ୟାନ୍‌ ଡ.ରାଜେନ୍ଦ୍ର ସିଂହ ସାମିଲ ହୋଇଛନ୍ତି।

ବୁଧବାର ମଧ୍ୟାହ୍ଣରୁ ଚାଷୀମାନେ ପଦଯାତ୍ରାରେ ବାହାରିଛନ୍ତି। ଆଜି ରାତିରେ ସେମାନେ ମୁମ୍ବାଇର ସିଓନ୍‌ଠାରେ ଥିବା ସୋମାୟା ପଡ଼ିଆରେ ବିଶ୍ରାମ ନେବ। ଆସନ୍ତାକାଲି ପୁଣିଥରେ ପଦଯାତ୍ରାରେ ବାହାରିବେ।

ଚାଷୀମାନେ ଆସନ୍ତାକାଲି ଆଜାଦ ମଇଦାନରେ ପହଞ୍ଚିବେ ଏବଂ ଏହାପରେ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ୍‌ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ବିଶାଳ ପଦଯାତ୍ରାରେ ଥାନେ, ଭୁସାୱଲ ଓ ମରାଠାୱାଡାର ଅଧିକାଂଶ ଚାଷୀ ସାମିଲ ହୋଇଛନ୍ତି।

ସ୍ୱାମୀନାଥମ କମିଟିର ରିପୋର୍ଟକୁ କାର୍ଯ୍ୟକାରୀ କରିବା, ଚାଷୀଙ୍କୁ ଜମି ଓ ପାଣି ଉପରେ ଉପଯୁକ୍ତ ଅଧିକାର ପ୍ରଦାନ କରିବା, ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା, କୃଷି ଋଣ ଛାଡ଼ କରିବା ଆଦି ଚାଷୀଙ୍କ ପ୍ରମୁଖ ଦାବି ରହିଛି।

ତେବେ ସରକାର ଏହାକୁ କେତେଦୂର ମାନୁଛନ୍ତି, ତାହା ଦେଖିବାକୁ ବାକି ରହିଲା।



from Odisha Reporter https://ift.tt/2OWjCCz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages