
ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଥିବା “ମି ଟୁ” ଜାଲ୍ରେ ଫସିଥିବା ବିସିସିଆଇ ସିଇଓ ରାହୁଲ ଜୋହରିଙ୍କୁ ଆଜି କ୍ଲିନ୍ଚିଟ୍ ମିଳିଛି। ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ ବିସିସିଆଇ ପକ୍ଷରୁ ୩ ଜଣିଆ କମିଟି ଗଠନ କରାଯାଇଥିଲା।
ଏହି କମିଟି ତଦନ୍ତ କରି ରାହୁଲଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଅମୂଳକ ଓ ଭିତ୍ତିହୀନ ବୋଲି ରିପୋର୍ଟ ଦେଇଛି।
ତେବେ ବିସିସିଆଇର ସିଓଏରେ ଥିବା ଡିଆନା ଇଡୁଲଜି ଏହି ରିପୋର୍ଟ ସହ ଏକମତ ହୋଇନାହାନ୍ତି। ବରଂ ସେ ରାହୁଲ ଜୋହରିଙ୍କ ଇସ୍ତଫା ଦାବି କରିଛନ୍ତି।
ଜୋହରିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ୩ ସପ୍ତାହ ହେଲା ନିଜ ପଦରୁ ଦୂରେଇ ରହିଥିଲେ। ହେଲେ ଏବେ ସେ କ୍ଲିନ୍ଚିଟ୍ ପାଇଥିବାରୁ କାର୍ଯ୍ୟାଳୟରେ ଯୋଗଦେଇପାରିବେ।
ସିଓଏ ଅଧ୍ୟକ୍ଷ ବିନୋଦ ରାୟ ଏହି ପ୍ରସଙ୍ଗରେ ଜୋହରିଙ୍କୁ ସମର୍ଥନ କରିଥିଲେ ହେଁ ଡିଆନା ଏହାକୁ ବିରୋଧ କରୁଥିବାରୁ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି।
ଜୋହରିଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରାକେଶ ଶର୍ମା, ପୂର୍ବତନ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ବର୍ଖା ସିଂହ ଓ ଆଇନ୍ଜୀବୀ ତଥା ସାମାଜିକ କର୍ମୀ ଭୀନା ଗୌଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କରିଥିଲେ।
from Odisha Reporter https://ift.tt/2Km1Xnb
No comments:
Post a Comment