ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ମୁଫତିଙ୍କ ଦାବି, ଭାଙ୍ଗିଲା ବିଧାନସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ମୁଫତିଙ୍କ ଦାବି, ଭାଙ୍ଗିଲା ବିଧାନସଭା

ଶ୍ରୀନଗର: ଦୀର୍ଘ ୬ ମାସର ରାଜ୍ୟପାଳ ଶାସନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଜମ୍ମୁ-କଶ୍ମୀରରେ ସରକାର ଗଠନ କରିବାକୁ ଦାବି କରିଛନ୍ତି। ଏନେଇ ସେ ଏକ ଚିଠି ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଲେଖିଛନ୍ତି।

କୌଣସି କାର୍ଯ୍ୟ ପାଇଁ ରାଜ୍ୟପାଳ ରାଜ୍ୟ ବାହାରେ ଥିବାରୁ ମୁଫତି ଏଭଳି ଚିଠି ଲେଖି ବୈଠକର ସମୟ ନିର୍ଦ୍ଧାରଣ ପାଇଁ ଚିଠି ଲେଖିଛନ୍ତି। ମୁଫତିଙ୍କ ପିଡିପିକୁ କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ(ଏନ୍‌ସି) ସମର୍ଥନ ଦେବେ ବୋଲି କହିବା ପରେ ମୁଫତି ଏଭଳି ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ପିପୁଲ୍ସ କନଫରେନ୍ସ ନେତା ସଜାଦ ଲୋନ ମଧ୍ୟ ସରକାର ଗଠନ କରିବାକୁ ଦାବି କରିଛନ୍ତି। ତାଙ୍କୁ ବିଜେପି ସମର୍ଥନ କରିବ ବୋଲି କହିଛନ୍ତି। ଲୋନ କହିଛନ୍ତି, ବିଜେପିର ୨୬ ଜଣ ବିଧାୟକଙ୍କ ସମେତ ଆଉ ୧୮ ଜଣ ବିଧାୟକ ତାଙ୍କ ସମର୍ଥନରେ ରହିଛନ୍ତି।

ଏଭଳି ସରକାର ଗଠନ କରିବା ପାଇଁ ଦୁଇଟି ଭିନ୍ନ ଦାବି ଉପସ୍ଥାପନ ହେବା ପରେ ରାଜ୍ୟପାଳ ସତ୍ୟପାଲ ମଲିକ ଜମ୍ମୁ-କଶ୍ମୀର ବିଧାନସଭାକୁ ଭାଙ୍ଗି ଦେଇଛନ୍ତି। ଏହାର ଅର୍ଥ ରାଜ୍ୟ ବିଧାନସଭା ବର୍ତ୍ତମାନ ସସ୍‌ପେଣ୍ଡ ରହିବ ଏବଂ ନୂଆ ସରକାର କେବଳ ନିର୍ବାଚନ ପରେ ହିଁ ଗଠନ ହୋଇପାରିବ ବୋଲି କୁହାଯାଉଛି।

ମୁଫତି ତାଙ୍କ ପାଖରେ ୫୬ ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦାବି କରିଛନ୍ତି। ମୁଫତିଙ୍କ ପିଡିପି ପାଖରେ ସର୍ବାଧିକ ୨୯ ଜଣ ବିଧାୟକ ଥିବା ବେଳେ କଂଗ୍ରେସର ୧୨ ଓ ଏନ୍‌ସିର ୧୫ ଜଣ ବିଧାୟକ ରହିଛନ୍ତି।

ସେହିପରି ବିଜେପିର ୨୬ ଜଣ ବିଧାୟକ ଥିବା ବେଳେ ଲୋନଙ୍କ ଦଳର ମାତ୍ର ୨ ଜଣ ବିଧାୟକ ଜିତିଛନ୍ତି। ଏପରି ସ୍ଥିତିରେ ସେ ପିଡିପି, କଂଗ୍ରେସ ଓ ଏନ୍‌ସିର ୧୬ ବିଦ୍ରୋହୀ ବିଧାୟକଙ୍କୁ ନିଜ ପାଖକୁ ଆଣିବାକୁ ଯୋଜନା କରି ଲୋନ ସରକାର ଗଠନ କରିବାକୁ ଦାବି କରିଛନ୍ତି।

ଜମ୍ମୁ-କଶ୍ମୀରର ୮୭ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୪।

ପୂର୍ବରୁ ବିଜେପି ଓ ପିଡିପି ମିଳିତ ଭାବେ ସରକାର ଗଠନ କରିଥିଲେ।



from Odisha Reporter https://ift.tt/2OVepes

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages