ଦୃଢ଼ ସ୍ଥିତିରେ ଓଡ଼ିଶା, ଦ୍ୱିତୀୟ ଇନିଂସ୍‌ରେ ଆସାମର ବ୍ୟାଟିଂ ବିପର୍ଯ୍ୟୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ଦୃଢ଼ ସ୍ଥିତିରେ ଓଡ଼ିଶା, ଦ୍ୱିତୀୟ ଇନିଂସ୍‌ରେ ଆସାମର ବ୍ୟାଟିଂ ବିପର୍ଯ୍ୟୟ

ଗୌହାଟୀ: ଆସାମା ବିପକ୍ଷ ରଣଜୀ ମୁକାବିଲାରେ ଓଡ଼ିଶା ଦୃଢ଼ ସ୍ଥିତିରେ ପହଞ୍ଚିଛି। ପ୍ରଥମ ଇନିଂସ୍‌ ଭଳି ଆସାମ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଓଡ଼ିଶାଠାରୁ ପ୍ରଥମ ଇନିଂସ୍‌ରେ ୧୧୯ ପଛରେ ଥିବା ଆସାମ ତା’ର ଦ୍ୱିତୀୟ ଇନିଂସ୍‌ରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍‌ ହରାଇ ୬୦ ରନ୍‌ କରିପାରିଛି।

ଏବେ ବି ଦଳ ଓଡ଼ିଶା ଠାରୁ ୫୯ ରନ୍‌ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଶିବଶଙ୍କର ରୟ ୨୦ ଓ ଅଧିନାୟକ ଅମିତ ସିହ୍ନା ୭ ରନ୍‌ କରି ଅପରାଜିତ ଥିଲେ। ଓଡ଼ିଶା ପକ୍ଷରୁ ପ୍ରଥମ ଇନିଂସ୍‌ରେ ୫ ୱିକେଟ୍‌ ଦଖଲ କରିଥିବା ରାଜେଶ ମହାନ୍ତି ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ୩ଟି ୱିକେଟ୍‌ ନେଇ ଆସାମ ବ୍ୟାଟିଂ ବିପର୍ଯ୍ୟୟର ପ୍ରମୁଖ ନାୟକ ସାଜିଛନ୍ତି। ସେହିପରି ଦେବବ୍ରତ ପ୍ରଧାନ ଗୋଟିଏ ୱିକେଟ୍‌ ନେଇଛନ୍ତି।

ଓଡ଼ିଶା ଗତକାଲି ୩ ୱିକେଟ୍‌ରେ ୮୩ କରିଥିଲା। ଆଜି ଦଳୀୟ ସ୍କୋରରେ ଆଉ ୧୫୭ ରନ୍‌ ଯୋଡ଼ି ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଗତକାଲିର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ଅନୁରାଗ ଷଡ଼ଙ୍ଗୀ ଅଧିନାୟକ ବିପ୍ଳବ ସାମନ୍ତରାୟ ଦମଦାର ଇନିଂସ୍‌ ଖେଳିଥିଲେ।

ଅନୁରାଗ ୭୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ବିପ୍ଳବ ୬୨ ରନ୍‌ର ଇନିଂସ୍‌ ଖେଳି ପ୍ୟାଭିଲିୟନ୍‌ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଜିତ ଲେଙ୍କା ୨୮ ଓ ବସନ୍ତ ମହାନ୍ତି ୧୦ ରନ୍‌ କରିଥିଲେ।

କିନ୍ତୁ ବୋଲିଂରେ କମାଲ କରିଥିବା ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ଓ ଧୀରଜ ସିଂହ ଖାତା ଖୋଲି ପାରି ନଥିଲେ। ଫଳରେ ଦଳ ୨୪୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତେବେ ଆସାମ ପ୍ରଥମ ଇନିଂସ୍‌ ତୁଳନାରେ ଦଳ ୧୧୯ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା।

ଆସାମ ପକ୍ଷରୁ ରଣଜିତ ମାଳି ସର୍ବାଧିକ ୬ଟି ୱିକେଟ୍‌ ନେଇଥିବା ବେଳେ ମୁକ୍ତାର ହୁସେନ ୩ଟି ଓ ଅରୁପ ଦାସ ଗୋଟିଏ ୱିକେଟ୍‌ ପାଇଛନ୍ତି।



from Odisha Reporter https://ift.tt/2KqbMR8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages