
ଖାଗରିଆ: ବାପା ମା’ ପିଲା ଯେତେ ଦୁଷ୍ଟ ହେଲେ ମଧ୍ୟ ସେମାନଙ୍କୁ ଆଘାତ ଦେବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତି। ହେଲେ ବିହାରର ଖାଗାରିଆ ଜିଲ୍ଲାରେ ପାରିବାରିକ କଳହକୁ କେନ୍ଦ୍ର କରି ବାପା ମା’ ନିଜର ୨୮ ବର୍ଷୀୟ ପୁଅକୁ ପିଟିପିଟି ହତ୍ୟା କରିଛନ୍ତି। ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ବାପା ମା’ଙ୍କୁ ଗିରଫ କରିଛି।
ପୁଲିସ୍ର କହିବାନୁଯାୟୀ, ଗୋଗ୍ରୀ ସବ୍ ଡିଭିଜନ୍ ମହେଶଖୁଣ୍ଟ ଗାଁର ୨୮ ବର୍ଷୀୟ ଅରବିନ୍ଦ କୁମାର ଚୌରାସିଆ ଦୀର୍ଘ ଦିନ ହେଲା ତାଙ୍କ ବାପା ମା’ଙ୍କ ସହ ରହୁଥିଲେ। ଅରବିନ୍ଦଙ୍କ ବିବାହିତ ହୋଇଥିଲେ ହେଁ ପରକୀୟା ପ୍ରୀତି ଯୋଗୁ ତାଙ୍କ ପତ୍ନୀ ତାଙ୍କଠାରୁ ଦୂରେଇ ଯାଇଥିଲେ। ଏହି ଘଟଣାକୁ ନେଇ ଅରବିନ୍ଦ ତାଙ୍କ ବାପା ମା’ଙ୍କ ସହ ସର୍ବଦା ପାଟିତୁଣ୍ଡ କରୁଥିଲେ।
ସୋମବାର ବିଳମ୍ବିତ ରାତିରେ ପାଟିତୁଣ୍ଡ ଭୟଙ୍କର ରୂପ ନେଇଥିଲା। ଭେଣ୍ଡିଆ ପୁଅର ଗାଳି ଗୁଲଜ ସହି ନ ପାରି ବାପା ମା’ ତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ। ପୁଲିସ୍ ଏବେ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2QrT6Tr
No comments:
Post a Comment