ଧରାପଡ଼ିଲେ ଲାଞ୍ଚୁଆ ବିଡିଓ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଧରାପଡ଼ିଲେ ଲାଞ୍ଚୁଆ ବିଡିଓ ବାବୁ

ସୁନ୍ଦରଗଡ଼ (ସତ୍ୟାନନ୍ଦ ମହାନ୍ତି): ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବ ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ କ୍ୱାର୍ଟର୍ସ ଓ ପୈତୃକ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡ଼ିଛି।

୧୧ ଲକ୍ଷ ଟଙ୍କାର ଏକ କାମ ମଞ୍ଜୁର ପାଇଁ ଝିରିପାଣି ପଞ୍ଚାୟତର ପ୍ରୋଜେକ୍ଟ ଅଫିସରଙ୍କଠାରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ବିଡ଼ିଓ ପ୍ରଶାନ୍ତ କୁମାର ରାଉତ ଦାବି କରିଥିଲେ। ଏନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ରାଉତଙ୍କୁ ଗିରଫ କରିଥିଲା। ଏଥିସହ ତାଙ୍କ କାର୍ଯ୍ୟାଳୟ, କ୍ୱାର୍ଟର୍ସ ଓ ଭଦ୍ରକ ସ୍ଥିତ ପୈତୃକ ଘରେ ଚଢ଼ଉ କରିଥିଲା।



from Odisha Reporter https://ift.tt/2QilbMx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages