
ଦୁନିଆର ସର୍ବାଧିକ ବ୍ୟବହାର କରାଯାଉଥିବା ଲୋକପ୍ରିୟ ଇନ୍ଷ୍ଟାଣ୍ଟ ମେସେଜିଂ ଆପ୍, ହ୍ୱାଟ୍ସଆପ୍ ଏକ ନୂଆ ଫିଚର ଆଣିଛି। ଏହି ଫିଚର ବିଷୟରେ ଆମେ ଆପଣଙ୍କୁ ପୂର୍ବରୁ ମଧ୍ୟ କହିଥିଲୁ। ଏହି ଫିଚର ଆଧାରରେ ୟୁଜର୍ସ ଗ୍ରୁପ୍ରେ ମେସେଜର ପ୍ରାଇଭେଟ୍ ରିପ୍ଲାଇ ଦେଇପାରିବେ।
ଏହି ଫିଚରକୁ ‘ପ୍ରାଇଭେଟଲି’ କୁହାଯିବ। ଏହି ଫିଚର ଅନୁଯାୟୀ ଗ୍ରୁପ୍ରେ କୌଣସି ମେସେଜର ଆପଣ ପ୍ରାଇଭେଟ୍ ରିପ୍ଲାଇ କରିପାରିବେ। କିନ୍ତୁ ଏହା ଗ୍ରୁପ୍ରେ ଦେଖା ଦେଖାଯିବନାହିଁ। ଏହି ଫିଚର ଜରିଆରେ ଆପଣ ଗ୍ରୁପ୍ରେ ସିଧାସଳଖ ମେସେଜ୍ ପଠାଇଥିବା ବ୍ୟକ୍ତି ସହ କଥା ହେଇପାରିବେ। କେବଳ ଏତିକି ନୁହେଁ ପୂରୁଣା ମେସେଜ୍ର ମଧ୍ୟ ରିପ୍ଲାଇ ଦେଇପାରିବେ। ବର୍ତ୍ତମାନ ପାଇଁ ଏହି ଫିଚରଟି ଆଣ୍ଡ୍ରଏଡ୍ର ବେଟା ଭର୍ସନ ପାଇଁ ପରୀକ୍ଷାମୂଳକଭାବେ ଦିଆଯାଇଛି। ଆଗାମୀ ଦିନରେ ଏହା ନର୍ମାଲ ଭର୍ସନ ପାଇଁ ଦିଆଯିବ।
ଉଲ୍ଲେଖଯୋଗ୍ୟ, ହ୍ୱାଟ୍ସଆପ୍ରେ ଏବେ ଷ୍ଟିକର୍ସ ଟ୍ରେଣ୍ଡ୍ ମଧ୍ୟ ଆରମ୍ଭ ହେଉଛି। ଏବେ କମ୍ପାନୀ ଷ୍ଟିକର୍ସ ସଂଖ୍ୟା ବଢ଼ାଉଛି ଓ ଏହାର ଅପଡେଟ୍ ମଧ୍ୟ ଆଣୁଛି। ଖୁବ୍ଶୀଘ୍ର କମ୍ପାନୀ ଅଧିକ ଡେଭଲପ୍ଡ ଷ୍ଟିକର୍ସ ପ୍ରସ୍ତୁତ କରି ପ୍ଲାଟଫର୍ମରେ ଅପଲୋଡ୍ କରିପାରେ। ଷ୍ଟିକର୍ର ଏହି ଫିଚର ଉଭୟ iOS ଓ ଆଣ୍ଡ୍ରଏଡ୍ ପାଇଁ ରହିଛି। ୟୁଜର ଚାହିଁଲେ ଥାର୍ଡ଼ ପାର୍ଟି ଷ୍ଟିକର୍ସ ମଧ୍ୟ ଡାଉନଲୋଡ୍ କରିପାରିବେ। ହ୍ୱାଟ୍ସଆପ୍ ଅପ୍ଡେଟ୍ କରିବା ପରେ ମେସେଜ୍ ରିପ୍ଲାଇରେ ଷ୍ଟିକର୍ସ ଫିଚର ମିଳିବ। ‘ଅଲ୍ଷ୍ଟିକର୍ସ ପ୍ୟାକ୍’ ପାଖରେ ଡାଉନ୍ଲୋଡ୍ ବଟନ୍ ଥିବ। ଷ୍ଟିକର୍ସ ଡାଉନଲୋଡ୍ କରିବାଲାଗି, ‘ଗେଟ୍ ମୋର୍ ଷ୍ଟିକର୍ସ’ ଉପରେ କ୍ଲିକ୍ କରନ୍ତୁ। ଏହା ବ୍ୟତୀତ ପ୍ଲେଷ୍ଟୋରରୁ ବି WASticker ଆପ୍ ଡାଉନ୍ଲୋଡ୍ କରିପାରିବେ।
from Odisha Reporter https://ift.tt/2P9AOcK
No comments:
Post a Comment