ଦାରୁ ଫିକ୍ସିଂ: ଅରୁଣ ସାହୁଙ୍କ ଗିରଫ ଦାବିରେ ସିବିଆଇରେ ଏତଲା ଦେଲା ନୟାଗଡ଼ ଜିଲ୍ଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ଦାରୁ ଫିକ୍ସିଂ: ଅରୁଣ ସାହୁଙ୍କ ଗିରଫ ଦାବିରେ ସିବିଆଇରେ ଏତଲା ଦେଲା ନୟାଗଡ଼ ଜିଲ୍ଲା କଂଗ୍ରେସ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନବକଳେବର ସମୟରେ ଘଟିଥିବା ବହୁ ଚର୍ଚ୍ଚିତ ବ୍ରହ୍ମ ବିଭ୍ରାଟ ଏବଂ ଦାରୁ ଫିକ୍ସିଂ ଭଳି ଘଟଣା ଜଗନ୍ନାଥପ୍ରେମୀଙ୍କୁ ଆଘାତ ପହଞ୍ଚାଇଥିବାବେଳେ ଏଥିରେ ତତ୍କାଳୀନ ଆଇନ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସମ୍ପୃକ୍ତି ବାବଦରେ ତଦନ୍ତ ପାଇଁ ସିବିଆଇରେ ଏତଲା ଦେଇଛି ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି। ଅରୁଣଙ୍କୁ ଗିରଫ କରାଯାଉ ବୋଲି ଦାବି ଉଲ୍ଲେଖ ଥିବା ଏହି ଏତଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଭୁବନେଶ୍ୱର ଶାଖାକୁ ଡାକ ଯୋଗେ ପଠାଯାଇଛି। ଏତଦ୍‌ବ୍ୟତୀତ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତା ଡିସେମ୍ବର ୩ ତାରିଖରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ୫ ତାରିଖରେ ସିବିଆଇ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ମଧ୍ୟ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ସମର୍ଥନ ଯୋଗାଇବ ବୋଲି ଜଣାପଡ଼ିଛି।

ଏଥିରେ ସ୍ପଷ୍ଟ ଲେଖାଯାଇଛି, ତତ୍କାଳୀନ ଆଇନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଶବରପଲ୍ଲୀରେ ଦଇତାଙ୍କ କୋଳରେ ଶୟନ କରିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେବା ସହିତ ଶ୍ରୀମନ୍ଦିରର ପବିତ୍ରତା ନଷ୍ଟ କରିଛି।

ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶଙ୍କ ସ୍ୱାକ୍ଷରରେ ଦିଆଯାଇଥିବା ଏହି ଏତଲାରେ କଂଗ୍ରେସ ଗୋଟିଏ ନିର୍ଦ୍ଦିଷ୍ଟ ଜିଲ୍ଲାରୁ ଏକାବେଳେ ୩ଟି ଦାରୁ ମିଳିବା ସନ୍ଦେହଜନକ ବୋଲି ଦର୍ଶାଇଛି। ତେଣୁ ଏହି ପ୍ରସଙ୍ଗରେ ବିବାଦ ଏବଂ ଅବିଶ୍ୱାସ ସୃଷ୍ଟିକାରୀ ବ୍ୟକ୍ତିବିଶେଷଙ୍କୁ ଗିରଫ କରି ମାମଲାର ତଦନ୍ତ କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଦାରୁ ଚିହ୍ନଟ ସମୟରେ ସମସ୍ତ ନୀତି ନିୟମ ଓ ପରମ୍ପରାକୁ କାହା ଇଙ୍ଗିତରେ ଉଲ୍ଲଂଘନ କରାଗଲା ଏବଂ ଏହାର ରିପୋର୍ଟ ସର୍ବସାଧାରଣରେ କାହିଁକି ପ୍ରକାଶ କରାଯାଉନାହିଁ, ତାହାର ମଧ୍ୟ ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ତତ୍କାଳୀନ ଆଇନ ମନ୍ତ୍ରୀ କ’ଣ ପାଇଁ ଏବଂ କେଉଁ ଆଧାରରେ ଶବରପଲ୍ଲୀ ମଧ୍ୟରେ ପ୍ରବେଶ କରି ଦଇତାପତିମାନଙ୍କ ସହ ଆଲୋଚନା କରିଥିଲେ ଏବଂ କ’ଣ ପାଇଁ ତାଙ୍କ କୋଳରେ ଶୟନ କରିଥିଲେ ତାକୁ ମଧ୍ୟ ସାର୍ବଜନୀନ କରାଯାଉ ବୋଲି ଏହି ଏତଲାରେ ଦାବି କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଏତଲା ବାବଦରେ ସୂଚନା ଦିଆଯାଇଛି। ଏହି ଅବସରରେ ରଣଜିତଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ହୁସେନ୍‌ ଖାଁ ଏବଂ କମଳ ଚରଣ ସାହୁ ଉପସ୍ଥିତ ଥିଲେ।



from Odisha Reporter https://ift.tt/2QWl2Pq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages