କ୍ୟାମେରାକୁ ଦେଖିଲେ କାହିଁକି ମୁହଁ ଲୁଚାଉଛନ୍ତି ଅର୍ଜୁନ୍‌ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

କ୍ୟାମେରାକୁ ଦେଖିଲେ କାହିଁକି ମୁହଁ ଲୁଚାଉଛନ୍ତି ଅର୍ଜୁନ୍‌ ?

ମୁମ୍ୱାଇ: ବଲିଉଡ୍‌ର ବର୍ତ୍ତମାନ ଅର୍ଜୁନ୍‌ କପୁର୍‌ ଓ ମଲାଇକା ଅରୋରାଙ୍କ ଆଫାୟାର୍ ବିଷୟରେ ଖୁବ୍‌ ଚର୍ଚ୍ଚା ହେଉଛି। ଶୁଣିବାକୁ ଏହା ମଧ୍ୟ ମିଳୁଛି ଯେ, ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ହେଲେ ଅର୍ଜୁନ୍‌ କ୍ୟାମେରାକୁ ମୁହାଁଉ ନାହାନ୍ତି।  ମୁହଁ ଘୋଡାଇ ଗାଡ଼ିରେ ଚଢୁଛନ୍ତି ଆଉ ଓହ୍ଲାଉଛନ୍ତି। ଯାହାକୁ ଦେଖି ଫ୍ୟାନ୍‌ମାନଙ୍କର ଏବେ ବଡ଼ ପ୍ରଶ୍ନ କ’ଣ ପାଇଁ ଅର୍ଜୁନ୍‌ କ୍ୟାମେରାକୁ ଲୁଚୁଛନ୍ତି, ଏମିତି କି ସରମ ତାଙ୍କୁ ଖାଉଛି କି ?

ହେଲେ କଥାଟା ସରମ ନୁହେଁ, ପ୍ରତିବନ୍ଧକ । ଅସଲ କଥାଟା ଏମିତି।

ରବିବାର ଅର୍ଜୁନ୍‌ଙ୍କୁ  ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ଅଫିସ୍‌ ସାମ୍ନାରେ ଦେଖିବାକୁ ମିଳିଥିଲା। କ୍ୟାମେରାକୁ ଦେଖୁ ଦେଖୁ ଅର୍ଜୁନ୍ ମୁହଁରେ କଳା ମାସ୍କ ଓ କଳା ଚଷମା ପିନ୍ଧି କାର୍‌ରେ ବସି ଚାଲି ଯାଇଥିଲେ। ଏହି ଫଟୋ ଭାଇରାଲ ହେବା ପରେ ଶୁଣିବାକୁ ମିଳିଥିଲା ଯେ, ବୋଧହୁଏ ଅର୍ଜୁନ୍ ଓ ମଲାଇକା ଡେଟ୍‌ରେ ଯାଉଛନ୍ତି, ସେଥିପାଇଁ ଅର୍ଜୁନ୍‌ ନିଜ ଚେହେରାକୁ ଲୁଚାଇ ଦେଲେ।
କିନ୍ତୁ ରିପୋର୍ଟ ଅନୁସାରେ, ଏହାର କାରଣ ହେଉଛି, ଅର୍ଜୁନ୍‌ଙ୍କ ନୂଆ ଚେହେରା। ନିଜର ଆଗାମୀ ଫିଲ୍ମ ‘ଇଣ୍ଡିଆଜ୍‌ ମୋଷ୍ଟ୍‌ ୱାଣ୍ଟେଡ୍‌’ର ସୁଟିଂ ସାରିବା ପରେ ଅର୍ଜୁନ୍‌ ଆଶୁତୋଷଙ୍କ ଫିଲ୍ମ ‘ପାନିପତ’ରେ ଲିଡ୍ ରୋଲ୍‌ରେ ଦେଖିବାକୁ ମିଳିବେ।
ଏହି ଫିଲ୍ମରେ ଅର୍ଜୁନଙ୍କୁ ଦର୍ଶକ ଏକ ଅଲଗା ରୂପରେ ଦେଖିବାକୁ ପାଇବେ। ଉଭୟ ଅଭିନେତା ଓ ଦର୍ଶକ ଏହି ନିଷ୍ପତି ନେଇଛନ୍ତି ଯେ, ଅର୍ଜୁନ୍‌ଙ୍କ ଚେହେରାକୁ ଲୁଚାଇ ରଖାଯିବ। ତେବେ ଅର୍ଜୁନ୍‌ କେତେ ଦିନ ପର୍ଯ୍ୟନ୍ତ ନିଜ ଚେହେରାକୁ ଲୁଚାଇ ରଖିବେ, ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।



from Odisha Reporter https://ift.tt/2BkATlm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages