ନାହାନ୍ତି ଆପଣାର ଲୋକ, ଛୁଇଁଲେନି ପଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ନାହାନ୍ତି ଆପଣାର ଲୋକ, ଛୁଇଁଲେନି ପଡ଼ିଶା

Basanda-Shaba--2

ବଲାଙ୍ଗିର (ସସ୍ମିତା ସାହୁ):  ଜାତିରୁ ବାସନ୍ଦ ହେବା ଭୟରେ କେହି ସାହି ପଡ଼ିଶା ଶବକୁ ଛୁଇଁଲେ ନାହିଁ। ଫଳରେ ୬ ଘଣ୍ଟା ଶବ ପଡ଼ି ରହିଲା। ଶେଷରେ କିଛି ସ୍ୱେଚ୍ଛାସେବୀ ଆସି ମୃତକଙ୍କ ସତ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଭରସୂଜା ପଞ୍ଚାୟତର ଗୁଣ୍ଡୁରୁମୁଣ୍ଡା ଗାଁରେ। ମୃତକ ହେଲେ ଦଶରଥ କୁମାର (୭୫)।

ସୂଚନା ଅନୁସାରେ, ଦଶରଥ ଓ ତାଙ୍କ ପତ୍ନୀ ଆସି ଦୀର୍ଘ ବର୍ଷ ହେବ ଗୁଣ୍ଡୁରୁମୁଣ୍ଡା ଗାଁରେ ରହୁଥିଲେ। କିଛି ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦଶରଥ ଏକାକୀ ରହୁଥିଲେ। କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହୁନଥିଲା। ସେ ଭଲରେ ଖିଆପିଆ ମଧ୍ୟ କରିପାରୁ ନଥିଲେ। ଶେଷରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଏହାପରେ ଦେଖିବାକୁ ମିଳିଥିଲା ଜାତିପ୍ରଥାର କୁତ୍ସିତ ରୂପ। ଦୀର୍ଘ ବର୍ଷ ଧରି ସାଙ୍ଗରେ ରହୁଥିବା ପଡ଼ୋଶୀ ମଧ୍ୟ ତାଙ୍କ ଶ‍ବକୁ ଛୁଇଁ ନଥିଲେ। ୬ ଘଣ୍ଟା ପଡ଼ି ରହିଥିଲା ଶବ। ଏ ସମ୍ପର୍କରେ ଖବର ପାଇବା ପରେ ବଲାଙ୍ଗିରର ‘ବିଙ୍ଗ ହ୍ୟୁମାନ’ ନାମକ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଗାଁରେ ପହଞ୍ଚି ଶବ ଉଦ୍ଧାର କରି କୋକେଇ ସଜେଇ ଥିଲେ।

ତଥାପି ଗାଁ ଲୋକଙ୍କ ଚେତା ପଶି ନଥିଲା। ସତ୍କାର ପାଇଁ ଆବଶ୍ୟକ ଶାବଳ, କୋଦାଳ ମଧ୍ୟ ଦେଇ ନଥିଲେ। ପରେ ସଙ୍ଗଠନର ସଦସ୍ୟମାନେ ୨ କିଲୋମିଟର ଦୂରକୁ ଶବ ନେଇ ନଦୀପଠାରେ ସତ୍କାର କରିଥିଲେ।



from Odisha Reporter https://ift.tt/2QThNYZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages