ଶାଶୂଙ୍କ କାରସାଦି ଜାଣିବାକୁ ଜ୍ୱାଇଁ କରୁଥିଲେ ଏମିତି କାମ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଶାଶୂଙ୍କ କାରସାଦି ଜାଣିବାକୁ ଜ୍ୱାଇଁ କରୁଥିଲେ ଏମିତି କାମ !

ଯମୁନାନଗର: ମା’ ଓ ଝିଅ ସବୁଦିନ ମୋବାଇଲ୍‌ରେ ଘଣ୍ଟା ଘଣ୍ଟା ଧରି କଥା ହେଉଛନ୍ତି। ହେଲେ କ’ଣ କଥା ହେଉଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଜ୍ୱାଇଁପୁଅ ଶାଶୂଙ୍କ ଫୋନ୍‌କୁ ହ୍ୟାକ୍‌ କରିଛନ୍ତି। ମା’ ଝିଅ କଥା ହେଇ କାଳେ ଘର ଭାଙ୍ଗିଦେବେ ସେ ନେଇ ଇଞ୍ଜିନିୟର ଜୁଆଁଇ ପୁଅଙ୍କ ଭାରି ଡ଼ର ଥିଲା। ଆଉ ସେଇଥି ପାଇଁ ସେ ଏମିତି କାଣ୍ଡ କଲେ ବୋଲି କଥା ଏବେ ଥାନାରେ ପହଞ୍ଚିଛି।

ଏପରି ଅଭିଯୋଗ ଲଗାଇଛନ୍ତି ହରିୟାଣା ଯମୁନାନଗରସ୍ଥିତ ସଲୋନୀ ମେହେତା। ସେ ନିଜ ଜ୍ୱାଇଁଙ୍କ ସମ୍ପର୍କରେ ଏମିତି ଅଭିଯୋଗ ଆଣି ଏବେ ଚର୍ଚ୍ଚାରେ। ସଲୋନୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ଜ୍ୱାଇଁ ସନ୍ନି ଶର୍ମା ଜଣେ ସଫ୍ଟୱେୟାର୍‌ ଇଞ୍ଜିନିୟର୍‌। ସନ୍ନି ମୋବାଇଲ୍‌ ରେକର୍ଡର ଜରିଆରେ ତାଙ୍କ କଥା ଶୁଣୁଛନ୍ତି ବୋଲି ସଲୋନୀ ସ୍ଥାନୀୟ ଫର୍କପୁର ଥାନାରେ ଅଭିଯୋଗ କରିଛନ୍ତି।

ସଲୋନୀଙ୍କର କହିବା ଅନୁସାରେ, ତାଙ୍କ ପୁଅ ଫୋନ୍‌ ଚେକ୍‌ କରିବା ପରେ ତାଙ୍କ ମୋବାଇଲ୍‌ରେ ଆର୍‌ଏମ୍‌ସି ଆଣ୍ଡ୍ରୋଏଡ୍‌ ରେକର୍ଡର ଇନ୍‌ଷ୍ଟଲ୍‌ ହୋଇଛି ବୋଲି ଜଣାପଡ଼ିଥିଲା। ସଲୋନୀ ତାଙ୍କ ଝିଅର ପ୍ରଥମ ବିବାହ ବାର୍ଷିକୀର ମାତ୍ର ଗୋଟିଏ ଦିନ ପୂର୍ବରୁ  ଏହି ଆରୋପ ଲଗାଇଛନ୍ତି। ସଲୋନୀଙ୍କ ଝିଅ ସୁନୈନାଙ୍କ ସହିତ ସନ୍ନିଙ୍କର ବିବାହ ୨୫ ନଭେମ୍ୱର ୨୦୧୭ରେ ହୋଇଥିଲା।

ସନ୍ନି ଗୁର୍‌ଗାଓଁର ଏକ କମ୍ପାନୀରେ ସିନିୟର୍‌ ସଫ୍ଟୱେୟାର୍‌ ଡେଭେଲପ୍‌ମେଣ୍ଟ୍‌ ଇଞ୍ଜିନିୟର୍‌ ଭାବେ କାମ କରନ୍ତି ଏବଂ ସୁନୈନା ମଧ୍ୟ ଗୁର୍‌ଗାଓଁର ଏକ କମ୍ପାନୀରେ ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରନ୍ତି। ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ମନ ମତାନ୍ତର ହେବାରୁ ୬ମାସର ଗର୍ଭବତୀ ସୁନୈନା ୨ମାସ ଧରି ନିଜ ବାପଘରେ ରହୁଛନ୍ତି।

ସଲୋନୀ ଆହୁରି ମଧ୍ୟ କହିଛନ୍ତି, ସୁନୈନାଙ୍କ ଶାଶୂଘର ଲୋକ ତାଙ୍କୁ ହଇରାଣ କରନ୍ତି। ସେ ତାଙ୍କ ଝିଅର  ଫୋନ୍‌ରେ ମେଲ୍‌ ଆଇଡି ପରିବର୍ତ୍ତନ କରାଇ ସଲୋନୀ ମେହତା ବଦଳରେ ସୁନୈନା ମେହେତା କରିଛନ୍ତି। ଏପରିକି ସଲୋନୀଙ୍କ ମୋବାଇଲ୍‌ ନମ୍ୱର ବଦଳାଇ ସନ୍ନି ନୂଆ ନମ୍ୱର ଦେଇଛନ୍ତି ।

ଫଳରେ ସମସ୍ତ ସୂଚନା ସନ୍ନିଙ୍କର ଲାପଟପ୍‌ରେ ରେକର୍ଡ ହୋଇ ପାରୁଛି।  ସଲୋନାଙ୍କର ଏହି ଅଭିଯୋଗ ପରେ, ସୁନୈନାଙ୍କ ଶାଶୂଘର ଲୋକ ଏହାକୁ ମିଛ ବୋଲି କହିଛନ୍ତି। ସନ୍ନିଙ୍କ କହିବା ଅନୁସାରେ, ତାଙ୍କ ଶାଶୂ ସଲୋନୀ ପୂର୍ବରୁ ମଧ୍ୟ ତାଙ୍କ ଉପରେ ଦୁଇଟି ଆରୋପ ଲଗାଇଥିଲେ। ୨୨ ଜୁନ୍‌ରେ ଯୌତୁକ ଦାବି କରୁଥିବା ଏବଂ ୮ ଅକ୍ଟୋବରର୍ ସୁନୈନାଙ୍କୁ ସନ୍ନି ଗହଣା ମାଗୁଛନ୍ତି ବୋଲି ଆରୋପ ଲାଗିଥିଲା।

ବର୍ତ୍ତମାନ ମେଲ୍‌ ଆଇଡି ପରିବର୍ତ୍ତନ କରି ମୋବାଇଲ୍‌ ରେକର୍ଡର ଇନ୍‌ଷ୍ଟଲ୍‌ କରାଯାଇଛି ବୋଲି ମିଛ ଆରୋପ ତାଙ୍କ ଉପରେ ଲଗାଯାଉଛି ବୋଲି ସନ୍ନି କହିଛନ୍ତି। ସନ୍ନିଙ୍କ କହିବା ଅନୁସାରେ, ତାଙ୍କ ପାଖରେ ପ୍ରମାଣ ରହିଛି ଏବଂ ସେ ସମୟ ଆସିଲେ ସେ ସବୁକୁ ସାର୍ବଜନୀନ କରିବେ। “ମୁଁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛି, ତେଣୁ ମୁଁ ଏପରି କାମ କରିବାର ପ୍ରଶ୍ନ ଉଠୁନି ” ବୋଲି ସନ୍ନି କହିଛନ୍ତି।



from Odisha Reporter https://ift.tt/2SaqJcH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages