ମଦ ମୁକ୍ତି ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ମଦ ମୁକ୍ତି ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଓଡିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୧୭ତମ ଜୟନ୍ତୀକୁ ମଦମୁକ୍ତି ଯୁବ ବାହିନୀ ପକ୍ଷରୁ ଏକ ଅଭିନବ ଢଙ୍ଗରେ ପାଳନ କରାଯାଇଛି।

ନବକୃଷ୍ଣ ଚୌଧୁରୀ ଓଡିଶାରେ ନିଶା ନିବାରଣ ପାଇଁ ସର୍ବପ୍ରଥମେ ଆଇନ ତିଆରି କରିଥିଲେ। ମଦମୁକ୍ତି ଆନ୍ଦୋଳନରେ ଏହି ଦିନର ତାପ୍ତର୍ଯ୍ୟକୁ ଦୃଷ୍ଟିରେ ରଖି ବାହିନୀ ପକ୍ଷରୁ ଓଡିଶାର ୨୩ରୁ ଊର୍ଦ୍ଧ୍ୱ ବ୍ଲକରେ ଏକ ସାଙ୍ଗରେ ପ୍ରଭାତଫେରିର ଆୟୋଜନ କରାଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ଯୁବତୀଯୁବକ ଯୋଗ ଦେଇଥିଲେ।

ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଯୁବ ଶାଖା ଭାବେ ମଦମୁକ୍ତି ଯୁବ ବାହିନୀ ଓଡିଶାରେ ମଦ ବନ୍ଦ ଦାବିରେ ଦୀର୍ଘ ଦିନ ହେବ ଆନ୍ଦୋଳନ କରି ଆସୁଛି। ଏହି ଆନ୍ଦୋଳନରେ ରାଜ୍ୟର ପୁରପଲ୍ଲୀରେ ରହୁଥିବା ଯୁବତୀଯୁକବଙ୍କୁ ଏକଜୁଟ କରିବା ପାଇଁ ଆଜିର ଏହି ପ୍ରଭାତ ଫେରି ଆୟୋଜନ କରାଯାଇଥିଲା।

ରାଜଧାନୀ ଭୁବନେଶ୍ୱର ବ୍ୟତିତ ଭଦ୍ରକ, ଭଣ୍ଡାରୀପୋଖରୀ, ଧର୍ମଶାଳା, ଦାନଗଦି, ବରୀ, ଟାଙ୍ଗୀ ଚୌଦ୍ୱାର, ବାରଙ୍ଗ, କଟକ ସଦର, କଣ୍ଟାପଡା, ନିଆଳୀ, ଗୋପ, ପୁରୀ ସଦର, କଣାସ, ବ୍ରହ୍ମଗିରି, ବାଲିଅନ୍ତା, ବୋଲଗଡ, ବେଗୁନିଆ, ଟାଙ୍ଗୀ(ଖୋର୍ଦ୍ଧା), ଭରତପୁର, କଳାହାଣ୍ଡିର ରାମପୁର, କଣ୍ଟାମାଳ(ବୌଦ୍ଧ), ବଲାଙ୍ଗୀର, ବାଲେଶ୍ୱର ଏବଂ ବାରିପଦା ଆଦି ସ୍ଥାନରେ ଆୟୋଜିତ ହୋଇଛି।

ଏହି ଅବସରରେ ଯୁବ ବାହିନୀ ପକ୍ଷରୁ ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି କହିଛନ୍ତି ଯେ, ଏକ ସଭ୍ୟ ସମାଜରେ ମଦ ଭଳି ଅସଭ୍ୟ ବସ୍ତୁକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ। ମଦ ଦ୍ୱାରା ରାଜ୍ୟର ଶହ ଶହ ପରିବାର ଉଜୁଡି ଯାଉଥିବାବେଳେ  ରାଜ୍ୟରୁ ମଦକୁ ବନ୍ଦ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ମହିଳାମାନଙ୍କ ଦ୍ୱାରା କରାଯାଉଥିବା ନିଷ୍ଠାପର ପ୍ରୟାସ ଯେମିତି ପ୍ରଶଂସନୀୟ ସେହି ଆନ୍ଦୋଳନ ପ୍ରତି ସରକାରଙ୍କ କଠୋର ମନୋଭାବ ସେମିତି ନିନ୍ଦନୀୟ। ତେବେ ମଦମୁକ୍ତି ଯୁବ ବାହିନୀ ମାଧ୍ୟମରେ ରାଜ୍ୟର ପୁରପଲ୍ଲୀରେ ଥିବା ଯୁବତୀଯୁବକମାନେ ମଧ୍ୟ ମଦକୁ ବନ୍ଦ ପାଇଁ ଅଂଟା ଭିଡିଛନ୍ତି। ଆଗାମୀ ଦିନରେ ସରକାର ଓଡିଶାରୁ ମଦକୁ ସଂପୂର୍ଣ୍ଣ ବନ୍ଦ ନ କଲେ ସଂଗଠନ ପକ୍ଷରୁ ନିର୍ଣ୍ଣାୟକ ଅନ୍ଦୋଳନ କରାଯିବ।

ଏହି କାର୍ଯ୍ୟକ୍ରମକୁ ସଙ୍ଗଠନ ପକ୍ଷରୁ ଲଲାଟେନ୍ଦୁ ପାତ୍ର, ପ୍ରିୟନାଥ ଆଚାର୍ଯ୍ୟ, ରାଜେଶ କୁମାର ଦେଓ, ପ୍ରିତି ନାୟକ ଏବଂ ଅଭିଜିତ ପାତ୍ର ପ୍ରମୁଖ ସଂଯୋଜନା କରିଥିଲେ।



from Odisha Reporter https://ift.tt/2Sboi9K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages