ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ହିନା ଖାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ହିନା ଖାନ୍

ମୁମ୍ବାଇ: ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ରେ ନିଜ ଜଲୱା ଦେଖାଇଥିବା ଟେଲି ଅଭିନେତ୍ରୀ ହିନା ଖାନ୍‌ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ। ଏବେ ଏକ୍‌ତା କପୁର୍‌ଙ୍କ ଲୋକପ୍ରିୟ ସିରିଏଲ୍‌ ‘କସୌଟି ଜିନ୍ଦେଗୀ କି-୨’ରେ କମୋଲିକା ଚରିତ୍ରରେ ଅଭିନୟ କରୁଥିବା ହିନା କିଛି ଦିନ ଧରି ପରଦାରୁ ଗାଏବ ଅଛନ୍ତି। ଏଥିରୁ ଅନୁମାନ କରାଯାଉଛି, ସେ ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଲେଣି।

ଶୁଣାଯାଉଛି, ହିନା ଖୁବ୍‌ଶୀଘ୍ର ତାଙ୍କ ଡେବ୍ୟୁ ଫିଲ୍ମ୍‌ର ଶୁଟିଂ ଆରମ୍ଭ କରିବେ। ଫିଲ୍ମରେ ହିନା ୯୦ ଦଶକରେ କାଶ୍ମୀରର ଜଣେ ଦାୟିତ୍ୱବାନ୍‌ ଓ ଆତ୍ମନିର୍ଭରଶୀଳ ଯୁବତୀଙ୍କ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ଭେଟେରାନ୍ ଆକ୍ଟ୍ରେସ୍‌ ଫରିଦା ଜଲାଲ୍‌ ତାଙ୍କ ଜେଜେମା’ ରୋଲ୍‌ରେ ଦେଖାଦେବେ।

ହିନାଙ୍କ ଏହି ଡେବ୍ୟୁ ଫିଲ୍ମ୍‌ର ନିର୍ଦ୍ଦେଶନା ଦେବେ ହୁସେନ୍ ଖାନ୍‌। ଫିଲ୍ମର କାହାଣୀ ରାହାତ କାଜ୍‌ମି ଓ ଶକ୍ତି ସିଂହ ରଚନା କରିଥିବାବେଳେ ରାହାତ୍‌ ଫିଲ୍ମର ପ୍ରଯୋଜନା ଭାର ମଧ୍ୟ ସମ୍ଭାଳିଛନ୍ତି।ପ୍ରଥମ ଫିଲ୍ମରେ ନିଜ ଚରିତ୍ର ସମ୍ପର୍କରେ ହିନା କହିଛନ୍ତି, ‘ଏହା ହେଉଛି ଏକ ମହିଳା କୈନ୍ଦ୍ରିକ ଫିଲ୍ମ। ଏକ ବିଶେଷ ସ୍ଥାନ ଓ ସମୟର ବ୍ୟାକ୍‌ଡ୍ରପ୍‌ରେ ଏହାକୁ ଶୁଟ୍‌ କରାଯାଇଛି।  ସହରର ଗହଳ-ଚହଳ, ଟେକ୍ନୋଲୋଜି ଓ କମ୍ପିଟିସନ୍‌ରୁ ଦୂରରେ ରହିଥିବାରୁ ମୋତେ ବହୁତ ଭଲ ଲାଗୁଛି। ଅଭିନୟର ନୂଆ ମିଡିଅମ୍‌କୁ ମୁଁ ନିଜ ପାଇଁ ଏକ ଚ୍ୟାଲେଞ୍ଜ ଭାବେ ନେବାକୁ ପ୍ରସ୍ତୁତ ଅଛି।’ ହିନା ଏହି ଫିଲ୍ମ ପାଇଁ ବାଇକ୍‌ ରାଇଡିଂ ମଧ୍ୟ ଶିଖୁଛନ୍ତି।

ମୋଟାମୋଟି ନିଜ ଯାଦୁରେ ‘ବିଗ୍‌ ବସ୍‌’ର ଦର୍ଶକଙ୍କୁ ବାନ୍ଧି ରଖି ପାରିଥିବା ହିନା ବଡ଼ ପରଦାରେ ମଧ୍ୟ ଏହାକୁ କାଏମ୍‌ ରଖିବା ପାଇଁ ଖୁବ୍ ଆଶା ବାନ୍ଧିଛନ୍ତି।

ତେବେ ‘କସୌଟି ଜିନ୍ଦେଗୀ କି-୨’ର ପରଦାରୁ ଗାଏବ ରହିଥିବା ହିନା ବାସ୍ତବରେ ଏହି ସିରିଏଲ୍‌ର କମୋଲିକା ଚରିତ୍ରରେ ସାଇନ୍‌ କରିବା ପୂର୍ବରୁ ଆହୁରି ଅନେକ ପ୍ରୋଜେକ୍ଟ ସାଇନ୍‌ କରିଛନ୍ତି। ତେଣୁ ଏବେ ସେ ନିଜ ସମୟ ବାହାର କରି ସେସବୁର ଶୁଟିଂ ସାରିବାରେ ଲାଗିଛନ୍ତି।



from Odisha Reporter https://ift.tt/2DXI1qv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages