ଧନୀ କରିଦେବ କର୍ପୂର: ଜାଣନ୍ତୁ ଘରେ କେମିତି କରିବେ ବ୍ୟବହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଧନୀ କରିଦେବ କର୍ପୂର: ଜାଣନ୍ତୁ ଘରେ କେମିତି କରିବେ ବ୍ୟବହାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆପଣ ପୂଜାରେ ଆଳତୀ କରିବା ପାଇଁ କର୍ପୂର ବ୍ୟବହାର କରିଥାନ୍ତି। କର୍ପୂର ଆଳତୀ କରିବା ଦ୍ୱାରା ବାତାବରଣ ଶୁଦ୍ଧ ହେବା ସହିତ ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଏହା ଦ୍ୱାରା ମନ ଓ ମସ୍ତିଷ୍କକୁ ଶାନ୍ତି ମିଳିଥାଏ ବୋଲି ବାସ୍ତୁ ବିଶାରଦଙ୍କର ମତ।
କିନ୍ତୁ କେବଳ ଆଳତୀ ନୁହେଁ, ଏହି କର୍ପୂରର ଅନେକ ଲାଭଦାୟକ ଗୁଣ ରହିଛି। କର୍ପୂରର ଔଷଧୀୟ ଗୁଣ ମଧ୍ୟ ରହିଛି। ଏହାକୁ ବ୍ୟବହାର କରି ଆପଣ ନିଜ ଜୀବନରେ ଥିବା ସମସ୍ୟା ଏବଂ ବାସ୍ତୁ ଦୋଷକୁ ମଧ୍ୟ ଦୂର କରିପାରିବେ। ଏହା ସାହାଯ୍ୟରେ ଆପଣ ନିଜ ଘର ଏବଂ ଗ୍ରହକୁ ମଧ୍ୟ ବାଧାମୁକ୍ତ କରିପାରିବେ। ତେବେ ଆସନ୍ତୁ ଜାଣିବା କର୍ପୂର କିପରି ଆମ ଜୀବନକୁ ପ୍ରଭାବିତ କରିଥାଏ।
ଧନପ୍ରାପ୍ତିର ଉପାୟ

ଗୋଲାପ ଫୁଲରେ କର୍ପୂର ଖଣ୍ଡ ରଖନ୍ତୁ ଏବଂ ସନ୍ଧ୍ୟାରେ ଏହି କର୍ପୂରକୁ ଜଳାଇ ଦେବୀ ଦୂର୍ଗାଙ୍କ ପାଖରେ ସମର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଅଚାନକ ଧନପ୍ରାପ୍ତି ହେବ। ଏହି କାର୍ଯ୍ୟକୁ ଆପଣ ଅତି କମ୍‌ରେ ୪୩ ଦିନ ପର୍ଯ୍ୟନ୍ତ କଲେ, ଲାଭ ପାଇପାରିବେ।
ଯଦି ଆପଣ ଏହି କାର୍ଯ୍ୟକୁ ନବରାତ୍ରୀ ସମୟରେ କରୁଛନ୍ତି,ତେବେ ଅଧିକ ସୁଫଳ ପାଇବେ।

ଭାଗ୍ୟ ବଦଳାଇବ

ପାଣିରେ କର୍ପୂର ତେଲର କିଛି ବୁନ୍ଦା ପକାଇ ସ୍ନାନ କରନ୍ତୁ। ଏହା ଆପଣଙ୍କୁ ସତେଜ କରିବା ସହିତ ଭାଗ୍ୟ ପରିବର୍ତ୍ତନ କରିବାରେ ମଧ୍ୟ ସାହାଯ୍ୟ କରିବ। ଯଦି ଆପଣ ଏଥିରେ କିଛି ଚାମେଲି ଫୁଲର ତେଲ ପକାଇ ସ୍ନାନ କରନ୍ତି, ତେବେ ଆପଣଙ୍କ ଜୀବନରେ ରାହୁ, କେତୁ ଏବଂ ଶନି ଦୋଷ ରହିବ ନାହିଁ। କିନ୍ତୁ ଏପରି କାର୍ଯ୍ୟ କେବଳ ଶନିବାର ଦିନ କଲେ ଆପଣ ଶୁଭଫଳ ପାଇପାରିବେ।

ବାସ୍ତୁଦୋଷ ଦୂର ଉପାୟ
ଯଦି ଆପଣଙ୍କ ଘରର କୌଣସି ସ୍ଥାନରେ ବାସ୍ତୁଦୋଷ ରହିଛି,ତେବେ ସେହି ସ୍ଥାନରେ ଦୁଇଟି କର୍ପୂର ଖଣ୍ଡ ରଖନ୍ତୁ। ସେହି ଦୁଇଟି ଖଣ୍ଡ ବାୟୁରେ ମିଶିଯିବା ପରେ ପୁଣି ଦୁଇଟି ଖଣ୍ଡ କର୍ପୂର ସେହି ସ୍ଥାନରେ ରଖନ୍ତୁ। ଏପରି ଭାବରେ କର୍ପୂର ରଖି ଚାଲନ୍ତୁ, ଆପଣଙ୍କ ଘରେ ବାସ୍ତୁଦୋଷ ହଟିଯିବ।

ଆକସ୍ମିକ ଦୁର୍ଘଟଣାରୁ ବଞ୍ଚିବା ଉପାୟ
ବାସ୍ତୁ ଶାସ୍ତ୍ରଙ୍କ ମତରେ ଆକସ୍ମିକ ଘଟଣା ବା ଦୁର୍ଘଟଣାର କାରଣ ରାହୁ,କେତୁ କିମ୍ୱା ଶନି ହୋଇଥାନ୍ତି। ସେହିପରି ବେଳେ ବେଳେ ଆମର କ୍ରୋଧ ଯୋଗୁ ମଧ୍ୟ ଦୁର୍ଘଟଣା ହୋଇଥାଏ। ଏଥିପାଇଁ ରାତିରେ ହନୁମାନ ଚାଳିଶା ପାଠ କରିବା ପରେ କର୍ପୂର ଜଳାନ୍ତୁ। ଯେଉଁ ଘରେ ପ୍ରତିଦିନ ସକାଳେ ଓ ସଂନ୍ଧ୍ୟାରେ କର୍ପୂର ଜଳିଥାଏ, ସେହି ଘରେ ଆକସ୍ମିକ ଦୁର୍ଘଟଣା ଘଟି ନଥାଏ। ରାତିରେ ଶୋଇବା ପୂର୍ବରୁ କର୍ପୂର ଜଳାଇ ଶୋଇବା ଅଧିକ ଲାଭଦାୟକ ହୋଇଥାଏ।

ଧନବାନ୍‌ ହେବାର ଉପାୟ
ରାତିରେ ରୋଷେଇ ସରିବା ପରେ ରୂପା ପାତ୍ରରେ କର୍ପୂର ଜଳାନ୍ତୁ। ଏହିପରି କାର୍ଯ୍ୟ ନିତିଦିନ କଲେ, ଆପଣଙ୍କୁ ଧନପ୍ରାପ୍ତି ହେବା ସହିତ ଧନର ଅଭାବ ରହିବ ନାହିଁ।

ଭୂମି ପାଇବା ଉପାୟ
ଯେଉଁ ଭୂମି ଆପଣ ପାଇବାକୁ ଚାହୁଁଛନ୍ତି,ସର୍ବପ୍ରଥମେ ସେହି ସ୍ଥାନରୁ କିଛି ମାଟି ଆଣି ଏକ କାଚ ବୋତଲରେ ରଖନ୍ତୁ। ସେଥିରେ ଗଙ୍ଗାଜଳ ଏବଂ କର୍ପୂର ପକାଇ ପୂଜା ଘରେ ସ୍ଥାପନା କରନ୍ତୁ। ଏହି କାଚ ବୋତଲେ ଥିବା ମାଟିକୁ ନବରାତ୍ରୀର ନ ଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ। ନବରାତ୍ରୀ ପରେ କାଚ ବୋତଲରେ ଥିବା ମାଟିକୁ କେବଳ ନଦୀ ପାଣିରେ ଭସାଇ ଦିଅନ୍ତୁ। ମନେ ରଖନ୍ତୁ କାଚ ବୋତଲକୁ ନଦୀରେ ଭାସିବାକୁ ଦିଅନ୍ତୁ ନାହିଁ। ମା’ ଦୂର୍ଗାଙ୍କର କୃପା ଯୋଗୁ ଆପଣଙ୍କୁ ଇଚ୍ଛା ମୁତାବକ ଭୂମି ମିଳିପାରିବ।



from Odisha Reporter https://ift.tt/2z4ReJp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages