ଅଳିଆଗଦାରୁ ମିଳିଲା ଜାଡେଜାଙ୍କ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍’ ପୁରସ୍କାର ବୋର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 10, 2018

ଅଳିଆଗଦାରୁ ମିଳିଲା ଜାଡେଜାଙ୍କ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍’ ପୁରସ୍କାର ବୋର୍ଡ

ଥିରୁଭନନ୍ତପୁରମ୍‌: ମ୍ୟାଚ୍‌ ଶେଷରେ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନକୁ ସମସ୍ତେ ଅପେକ୍ଷା କରିଥାଆନ୍ତି। ପ୍ରତିଟି ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ମ୍ୟାଚ୍‌ ଶେଷରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ରାଶି ଲେଖା ଏବଂ ବ୍ରାଣ୍ଡ୍‌ ନାମ ସହିତ ଏକ ଚେକ୍‌ର ବଡ଼ ସାଇଜ ଫଟୋ ବୋର୍ଡ ଦିଆଯାଇଥାଏ। ପୁରସ୍କାର ଉତ୍ସବ ସରିବା ପରେ ଏହା କେଉଁ କାମରେ ଆସେ ତାହା କେହି ଜାଣନ୍ତି ନାହିଁ। କିନ୍ତୁ ଗତ କିଛି ଦିନ ତଳେ ୱେଷ୍ଟଇଣ୍ଡିଜ୍‌ ବିରୋଧରେ ଥିରୁଭନନ୍ତପୁରମ୍‌ଠାରେ ଖେଳାଯାଇଥିବା ପଞ୍ଚମ ଦିନିକିଆରେ ରବୀନ୍ଦ୍ର ଜାଡେଜାଙ୍କୁ ପ୍ରଦାନ କରାଯାଇଥିବା ‘ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌’ ଚେକର ଫଟୋ ବୋର୍ଡଟି ଅଳିଆ ଗଦାରୁ ମିଳିଥିବା ଜଣାଯାଇଛି।

‘ପ୍ରକୃତି’ ନାମକ ଏକ ଏନ୍‌ଜିଓ ଫେସବୁକ୍‌ରେ ଶେୟାର କରିଥିବା ଏକ ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ଏହାକୁ ଷ୍ଟାଡିୟମ୍‌ ନିକଟସ୍ଥ ଅଳିଆ ଆବର୍ଜନା ପଡ଼ିଥିବା ଏକ ସ୍ଥାନରେ ଫୋପଡ଼ାଯାଇଥିଲା। ଜଣେ ଶ୍ରମିକ ଏହି ଅଳିଆ ସବୁକୁ ଅଲଗା ଅଲଗା କରୁଥିବାବେଳେ ଏହାକୁ ପାଇଥିଲେ। ଗତ ନଭେମ୍ବର ୧ରେ ଜାଡେଜାଙ୍କୁ ଏହା ମିଳିଥିଲା ଏବଂ ମ୍ୟାଚ୍‌ ସରିବା ପରେ ତାକୁ ଏଠାରେ ଫୋପଡ଼ା ଯାଇଥିଲା।

ପ୍ରକୃତି ପକ୍ଷରୁ ଏହି ପୋଷ୍ଟରେ ସମସ୍ତ ଗଣମାଧ୍ୟମକୁ ଟ୍ୟାଗ୍‌ କରି ସୂଚନା ଦିଆଯାଇଥିବାବେଳେ ଏଭଳି ଫଟୋ ବୋର୍ଡ ପରିବେଶର ଶତ୍ରୁ ପ୍ଲାଷ୍ଟିକ୍‌ରେ ଛପାଯିବା ବଦଳରେ ଏଥିପାଇଁ ଅନ୍ୟ କିଛି ବିକଳ୍ପ ବାଛିବାକୁ ଆହ୍ୱାନ କରାଯାଇଛି। ପ୍ରକୃତି ପକ୍ଷରୁ କୁହାଯାଇଛି କ୍ରିକେଟ୍‌ ମ୍ୟାଚ୍‌ ଅବସରରେ ଏପରି ଏକ ପୁରସ୍କାର ବା ସମ୍ମାନ ଦିଆଯାଉ ଯାହା ଅନ୍ୟମାନଙ୍କ ପାଇଁ ବିପଦ ନହୋଇ ସବୁଦିନ ପାଇଁ ରହିବ।



from Odisha Reporter https://ift.tt/2OBbZkJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages