
ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍। ଏଥିରେ ପାକିସ୍ତାନ ଭାଗ ନେବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଥିଲା। ତେବେ ପାକିସ୍ତାନ ଏଥର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍ରେ ଭାଗନେବ ବୋଲି ଆଜି ପାକିସ୍ତାନ ହକି ଫେଡେରେସନ୍ର ସଚିବ ଶାହାବାଜ ଅହମ୍ମଦ ସ୍ପଷ୍ଟ କରିଛନ୍ତି। ଅନ୍ତର୍ଜାତୀୟ ହକି ଫେଡେରେସନ୍ର ସଭାପତି ନରେନ୍ଦର ବାତ୍ରା ମଧ୍ୟ ଏକଥାକୁ ଦୋହରାଇଛନ୍ତି।
ପାକିସ୍ତାନ ହକି ଟିମ୍ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଦଳ ଏଥର ବିଶ୍ୱକପ୍ରେ ଭାଗ ନେଇ ପାରିବ ନାହିଁ ବୋଲି ଖବର ପ୍ରକାଶ ପାଇଥିଲା।
ଏସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ବାତ୍ରା କହିଛନ୍ତି, “ମୁଁ ବୁଝିପାରୁନି ଏଭଳି ମିଥ୍ୟା ରିପୋର୍ଟ ଆସୁଛି କେଉଁଠୁ? ମୁଁ ଅନ୍ତର୍ଜାତୀୟ ହକି ଫେଡେରସନ୍ର ସଭାପତି କିନ୍ତୁ ପାକିସ୍ତାନ ବିଶ୍ୱକପ୍ ଖେଳିବ ନାହିଁ ବୋଲି ଖବର ପାଇନାହିଁ। ପାକିସ୍ତାନ ହକି ଫେଡେରେସନ୍ କେବେ ହେଲେ ଏସମ୍ପର୍କରେ ଆମ ସହ କଥା ହୋଇନାହିଁ। ଆମେ ଯେତିକି ଜାଣିଛୁ ପାକିସ୍ତାନ ଏଥର କିଶ୍ୱକପ୍ ଖେଳିବାକୁ ଆସିବ।”
ଶହବାଜ ଅହମ୍ମଦ କହିଛନ୍ତି, ଯେଉଁ ସମସ୍ୟା ଥିଲା ତାହା ବର୍ତ୍ତମାନ ଦୂର ହୋଇଛି। ଆମେ ବିଶ୍ୱକପ୍ ଖେଳିବାକୁ ନିଶ୍ଚିତ ଭାବେ କଳିଙ୍ଗ ଷ୍ଟାଡିୟମ ଯିବୁ। ଯେଉଁ ଆର୍ଥିକ ସମସ୍ୟା କଥା କୁହାଯାଉଥିଲା, ତାକୁ ପ୍ରଧାନମନ୍ତ୍ରୀ ଦୂର କରିଛନ୍ତି। କିନ୍ତୁ ଅର୍ଥ ମଞ୍ଜୁରୀ ପାଇଁ କିଛି ସମୟ ଲାଗୁଛି। ତଥାପି ଏହା ଖୁବ୍ଶୀଘ୍ର ହୋଇଯିବ ବୋଲି ସେ କହିଛନ୍ତି।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।
from Odisha Reporter https://ift.tt/2Pppp8P
No comments:
Post a Comment