ଦିଲ୍ଲୀରେ ପଶିଛନ୍ତି ୨ ଆତଙ୍କୀ, ପୁଲିସ୍‌ ଜାରି କଲା ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ଦିଲ୍ଲୀରେ ପଶିଛନ୍ତି ୨ ଆତଙ୍କୀ, ପୁଲିସ୍‌ ଜାରି କଲା ଫଟୋ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ଭୟ ସୃଷ୍ଟି ହୋଇଛି। କିଛି ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଦୁଇ ଜଣ ଆତଙ୍କବାଦୀ ସହରରେ ପ୍ରବେଶ କରିଥାଇ ପାରନ୍ତି ବୋଲି ସୂଚନା ପାଇ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଏଥିସହ ଏହି ଦୁଇ ଜଣ ସନ୍ଦିଗ୍ଧ ଆତଙ୍କୀଙ୍କ ଫଟୋ ମଧ୍ୟ ଦିଲ୍ଲୀ ପୁଲିସ୍‌ ତରଫରୁ ଜାରି କରାଯାଇ ଲୋକଙ୍କ ସହଯୋଗ ଲୋଡ଼ା ଯାଇଛି।

ଦିଲ୍ଲୀ ପୁଲିସ୍‌ ଜାରି କରିଥିବା ଫଟୋରେ ଦାଢ଼ି ରଖିଥିବା ଦୁଇ ଜଣ ବ୍ୟକ୍ତି ଛିଡ଼ା ହୋଇଛନ୍ତି। ଏମାନେ ଛିଡ଼ା ହୋଇଥିବା ସ୍ଥାନରେ ଦିଲ୍ଲୀ ଆଉ ୩୬୦ କିମି ଓ ଫିରୋଜପୁର ୫ କିମି ଦୂର ବୋଲି ଲେଖା ହୋଇଛି। ଅବଶ୍ୟ ଏହା ଉର୍ଦ୍ଦୁ ଭାଷାରେ ଲେଖା ହୋଇଥିବା ବେଳେ ବ୍ୟକ୍ତି ଦୁଇ ଜଣ କଳା କୁର୍ତ୍ତା ପିନ୍ଧିଛନ୍ତି। ଫିରୋଜପୁର ପଞ୍ଜାବରେ ଅବସ୍ଥିତ। ଏହା ଭାରତ ଓ ପାକିସ୍ତାନ ସୀମାରେ ରହିଛି।

ଫଟୋ ଜାରି କରିବା ସହ ଦିଲ୍ଲୀ ପୁଲିସ୍‌ ଲୋକଙ୍କୁ ଏମାନଙ୍କ ସମ୍ପର୍କରେ ସୂଚନା ପାଇଲେ ପାହାଡ଼ଗଞ୍ଜ ପୁଲିସ୍‌ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏଥିସହ ପୁଲିସ୍‌ ପକ୍ଷରୁ ୦୧୧-୨୩୫୨୦୭୮୭ କିମ୍ବା ୦୧୧-୨୩୫୨୪୭୪ ନମ୍ବର ମଧ୍ୟ ଜାରି କରାଯାଇଛି।

କିଛି ଦିନ ତଳେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ୭ ଜଣ ଆତଙ୍କବାଦୀ ପଞ୍ଜାବର ଫିରୋଜପୁରରେ ପ୍ରବେଶ କରିଥିବା ଗୁଇନ୍ଦା ସୂଚନା ଦେଇଥିଲା। ଏବେ ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଫଟୋ ଜାରି ହେବା ପରେ ଦିଲ୍ଲୀବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି।



from Odisha Reporter https://ift.tt/2DyRzar

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages