ଚାଷୀ ଆତ୍ମହତ୍ୟା: ବିଧାନସଭାରେ ଏପରି ଉତ୍ତର ରଖିଲେ କୃଷିମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ଚାଷୀ ଆତ୍ମହତ୍ୟା: ବିଧାନସଭାରେ ଏପରି ଉତ୍ତର ରଖିଲେ କୃଷିମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଫସଲହାନି କି ଋଣ ବୋଝ ଯୋଗୁ ରାଜ୍ୟରେ ଜଣେ ହେଲେ ଚାଷୀ ଆତ୍ମହତ୍ୟା କରି ନାହାନ୍ତି। ବରଂ ଘରୋଇ କଳି ଓ ମଦ୍ୟପାନ ଯୋଗୁ ଚାଷୀ ଆତ୍ମହତ୍ୟାର କରିଛନ୍ତି।” ଆଜି ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ।

ଚକଡ଼ାରୁ ଫସଲକୁ ବଞ୍ଚାଇବା ପାଇଁ ୮ ଥର ଔଷଧ ମାରିଥିଲେ ବରଗଡ଼ର ଚାଷୀ ବୃନ୍ଦା ସାହୁ। ଏପରିକି ପ୍ରଶାସନକୁ ନେହୁରା ମଧ୍ୟ ହୋଇଥିଲେ। କିନ୍ତୁ କେହି ନଶୁଣିବାରୁ ଫସଲରେ ନିଆଁ ଲଗାଇ ଦେଇଥିଲେ ବୃନ୍ଦା। ଆଉ ତା’ପର ଦିନ ପରେ ସେହି ଦୁଃଖରେ ଜୀବନ ହାରିଲେ। ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ପରେ ଋଣଭାର ଓ ଫସଲହାନି କାରଣରୁ ଧାରାବାହିକ ଭାବେ ଆତ୍ମହତ୍ୟା କଲେ ଚାଷୀ। ହେଲେ ବିଡ଼ମ୍ବନାର ବିଷୟ, ଆଜି କୃଷି ମନ୍ତ୍ରୀ ବିଧାନସଭାରେ ଚାଷୀ ଆତ୍ମହତ୍ୟା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ଋଣ ଓ ଫସଲହାନି ଯୋଗୁ ଚାଷୀମୃତ୍ୟୁର ସଂଖ୍ୟା ଶୂନ ବୋଲି ଦର୍ଶାଇଛନ୍ତି।

କୃଷିମନ୍ତ୍ରୀ କହିଛନ୍ତି, ଗଲା ୫ ବର୍ଷରେ ୨୨୭ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିଛି। ତାଲିକାର ଏକ ନମ୍ବରରେ ରହିଛି ସାହୁଙ୍କ ନାଁ। ନିର୍ଦ୍ଦିଷ୍ଟ ଭାବେ ବୃନ୍ଦାଙ୍କ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ତାଙ୍କ ଉପରେ ଋଣ ବୋଝ ନଥିଲା। ସେହିଭଳି ୨୦୧୭ ଫେବ୍ରୁଆରୀରେ ଚାଷୀ ହାଡୁ ବଗର୍ତ୍ତୀଙ୍କ ମୃତ୍ୟୁ ପଛରେ ଫସଲହାନି କଥାକୁ ମଧ୍ୟ ଏଡ଼ାଇ ଦେଇଛନ୍ତି ସରକାର।

୨୦୧୫-୧୬ ମସିହାରେ ସର୍ବାଧିକ ୧୭୫ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିଥିଲା। ଆଉ ତା’ ଭିତରୁ ୩୩ ଜଣ ପାରିବାରିକ କଳହ ଓ ୭ ଜଣ ଅତ୍ୟଧିକ ମଦ୍ୟପାନ ଯୋଗୁ ଆତ୍ମହତ୍ୟା କରିଥିବା କୃଷିମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି। ତେବେ ମନ୍ତ୍ରୀଙ୍କ ଏହି ତଥ୍ୟକୁ ଗ୍ରହଣ କରି ପାରିନାହାନ୍ତି ବିରୋଧୀ। ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ସରକାର ଘଣ୍ଟ ଘୋଡ଼ାଇବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।



from Odisha Reporter https://ift.tt/2KnOoE0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages