ମହାନଦୀ ବସ୍‌ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ମହାନଦୀ ବସ୍‌ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି

କଟକ (ଓଡ଼ିଶା ରିପୋର୍ଟର): କିଏ କେଉଁ କାମରେ ଘରୁ ବାହାରିଥିଲେ। ଭାବିଥିଲେ ଶୀଘ୍ର ଓ ସୁରକ୍ଷିତ ଘରକୁ ଫେରିବେ। ମାତ୍ର ଜଗତପୁର-ଶିଖରପୁର ମଝିରେ ଥିବା ମହାନଦୀ ପୋଲ ଉପରୁ ବସ୍‌ ଖସି ପଡ଼ିବାରୁ ବାଲିଶଯ୍ୟାରେ ଚାଲିଗଲା ୧୨ ଜୀବନ ଦୀପ। ମୃତକଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ୪୯ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି କଟକ ବଡ ମେଡିକାଲ୍‌ର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା।
ଅନୁଗୋଳ ଜିଲ୍ଲା ତାଳଚେରରୁ ୫୪ ଜଣରୁ ଅଧିକ ଯାତ୍ରୀଙ୍କୁ ଧରି ବସ୍ଟି ଭୁବନେଶ୍ୱର ଆସୁଥିଲା। ତେବେ କଟକ ଜିଲ୍ଲା ଜଗତପୁର-ଶିଖରପୁର ମଝି ମହାନଦୀର ପୋଲ ଉପରେ ବସ୍‌ ସମ୍ମୁଖକୁ ଗୋଟିଏ ମଇଁଷି ଚାଲି ଆସିଥିଲା। ଫଳରେ ବସ୍‌ଟି ମଇଁଷିକୁ ଧକ୍କା ଦେଇ ପୋଲର ବାଡ଼ା ଭାଙ୍ଗି ନଦୀକୁ ଖସି ପଡ଼ିଥିଲା। ତଳେ ପାଣି ନଥିବାରୁ ବସ୍‌ଟି ବାଲି ଉପରେ ପଡ଼ିଥିଲା।
ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ କର୍ମଚାରୀମାନେ ରଶି ଲଗାଇ ପୋଲ ତଳକୁ ଯାଇଥିଲେ। ଲୁହା କଟର୍ ସାହାଯ୍ୟରେ ବସ୍ର ବଡି କାଟି ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ଆହତଙ୍କୁ ଦୁଇଟି ବୋଟ୍ରେ କୂଳକୁ ନିଆଯାଇଥିଲା। ପରେ ସେଠାରୁ ଆମ୍ୱୁଲାନ୍ସରେ ନିଆଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୨ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। କଟକ ବଡ଼ ମେଡ଼ିକାଲ୍ରେ ୪୯ ଜଣ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ମେଡିକାଲ୍ ସୂତ୍ରରୁ ଜଣାପଡ଼ିଛି।
ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ମହାନଦୀ ବସ୍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏହାଛଡ଼ା ଆହତଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।



from Odisha Reporter https://ift.tt/2DCmfHA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages