କାଲି କାର୍ତ୍ତିକ ପୂର୍ଣ୍ଣିମା, ଉଦ୍‌ଜୀବିତ ହେବ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

କାଲି କାର୍ତ୍ତିକ ପୂର୍ଣ୍ଣିମା, ଉଦ୍‌ଜୀବିତ ହେବ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଲି କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ ଲାଗି ଅନୁଷ୍ଠିତ ହେବ ବୋଇତ ବନ୍ଦାଣ ଉତ୍ସବ। ନଦୀ, ପୁଷ୍କରିଣୀ ଓ ଅନ୍ୟାନ୍ୟ ଜଳାଶୟରେ ଡଙ୍ଗା ଭସାଇ ଏହି ସୁବର୍ଣ୍ଣ ସ୍ମୃତିକୁ ମନେପକାଇବେ ରାଜ୍ୟବାସୀ। ଏଥିଲାଗି କଟକରେ ମହାନଦୀର ଗଡ଼ଗଡ଼ିଆ ଘାଟ, ବନ୍ଦରନଗରୀ ପାରାଦୀପ ଓ ପୁରୀ ମହୋଦଧିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

କାଲି ସରିବ ଧର୍ମ ମାସ କାର୍ତ୍ତିକ। ଉଭୟ ଆଧ୍ୟାତ୍ମିକ ଓ ଐତିହାସିକ ଦିଗରୁ କାଲି ଦିନଟି ବିଶେଷ ଗୁରୁତ୍ୱ ରଖୁଛି। ମାସେ ଧରି ବ୍ରତ ପାଳନ କରୁଥିବା ହବିଷ୍ୟାଳି ଆସନ୍ତାକାଲି ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ କରିବା ପରେ ବ୍ରତ ଭାଙ୍ଗିବେ। ତା’ସହିତ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କ ପ୍ରବଳ ସମାଗମ ହେବ। ଏଥିଲାଗି ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳିତ ହେବ ବୋଇତ ବନ୍ଦାଣ ଉତ୍ସବ। ଆ, କା, ମା, ବୈ ଉଚ୍ଚାରଣ କରି ସୋଲ ଓ କଦଳୀ ପାଟୁକା ଡଙ୍ଗା ଭସାଇ ସେଇ ମହାନ ପରମ୍ପରାର ସ୍ମୃତିଚାରଣ କରାଯିବ। ଏଥିଲାଗି କଟକର ଗଡ଼ଗଡ଼ିଆ ଘାଟ, ପାରାଦୀପ, ପୁରୀ ମହୋଦଧି, ଭୁବନେଶ୍ୱରର ବିନ୍ଦୁସାଗର ସମେତ ଅନ୍ୟ ବଡ଼ ଜଳାଶୟରେ ହୋଇଛି ସ୍ୱତନ୍ତ୍ର ଆୟୋଜନ।

କଟକର ପ୍ରସିଦ୍ଧ ବାଲିଯାତ୍ରା କାଲିଠାରୁ

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ପ୍ଲଟ ଆବଣ୍ଟନରେ ବିଳମ୍ବ ହୋଇଥିଲେ ମଧ୍ୟ କାମ ସାରିବା ପାଇଁ ବ୍ୟବସାୟୀ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ଆଜି ରାତି ସୁଦ୍ଧା ଷ୍ଟଲ ଓ ଦୋଳି କାମ ସରିଯିବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।



from Odisha Reporter https://ift.tt/2TFZusa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages