ଶିଶୁ ମହୋତ୍ସବ ‘ଟୁମ୍ପୁଲୁ ଟୁମ୍ପା-୨୦୧୮’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଶିଶୁ ମହୋତ୍ସବ ‘ଟୁମ୍ପୁଲୁ ଟୁମ୍ପା-୨୦୧୮’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନିକଟ ବାଲିଆପାଟଣାର ବିଶ୍ୱନାଥପୁରରେ ଶିଶୁ ମହୋତ୍ସବ ‘ଟୁମ୍ପୁଲୁ ଟୁମ୍ପା-୨୦୧୮’ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବରେ ବାଲିଆପାଟଣା, ବାଲିଅନ୍ତା ଓ ନିମାପଡା ବ୍ଲକ୍‌ର ପାଖାପାଖି ୩୦୦ପିଲା ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ସମୁଦାୟ ୧୫ଜଣଙ୍କୁ ‘କୁନି ଚିତ୍ରକର’ ପୁରସ୍କାର ଦିଆଯାଇଥିଲା।

ଏଥିସହ ମହୋତ୍ସବରେ ପ୍ରଥମ ଥର ପାଇଁ ନୋ'(know) ଇୟୋର୍‌ ରେପ୍‌ଟାଇଲ୍‌ସ୍‌ର ଆୟୋଜନ କରାଯାଇଥିଲା।  ଏଥିରେ ସ୍କୁବା ଡାଇଭର୍‌, ରେପ୍‌ଟାଇଲ୍‌ ଓ ଆନିମଲ୍‌ ରେସ୍କୁଅର୍‌ ଶୁଭେନ୍ଦୁ ସ୍ୱାଇଁ  ଯୋଗ ଦେଇ ପିଲାମାନଙ୍କୁ ବିଭିନ୍ନ ପ୍ରଜାତିର ସାପଙ୍କ ଫଟୋ ଦେଖାଇ ସେମାନଙ୍କ ସମ୍ପର୍କରେ ସବିଶେଷ ଧାରଣା ଦେଇଥିଲେ।

ଦୀର୍ଘ ୭ବର୍ଷ ଧରି ସୌମ୍ୟା ମେମୋରିଆଲ୍‌ ଟ୍ରଷ୍ଟ ପକ୍ଷରୁ ସ୍କୁଲ୍‌ ପିଲାମାନଙ୍କ ପାଇଁ ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।



from Odisha Reporter https://ift.tt/2AiQYWW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages