
କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ ସନତ ଜୟସୂରିୟାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସେ ଭାରତକୁ ପୋକରା ଗୁଆ ସ୍ମଗଲିଙ୍ଗ କରୁଥିବା ଜଣାପଡ଼ିଛି। ତାଙ୍କ ସହ ଆଉ ଦୁଇ ଜଣ କ୍ରିକେଟର ମଧ୍ୟ ଏଥିରେ ସାମିଲ ଅଛନ୍ତି। ହେଲେ ସେମାନଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ। ସ୍ମଗଲିଙ୍ଗ ଘଟଣାରେ ଜୟସୂରିୟା ଅଭିଯୁକ୍ତ ଥିବାରୁ ତାଙ୍କୁ ମୁମ୍ବାଇରେ ଜେରାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ନାଗପୁରଠାରୁ ଜଣେ ବ୍ୟବସାୟୀଙ୍କ ଠାରୁ ଡିରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟଲଜେନ୍ସ କୋଟି କୋଟି ଟଙ୍କାର ଗୁଆ ଜବତ କରିଥିଲା। ତାଙ୍କୁ ଜେରା କରାଯିବା ସମୟରେ ସେ ଜୟସୂରିୟା ଏବଂ ଅନ୍ୟ ଦୁଇ ଜଣ କ୍ରିକେଟରଙ୍କ ନାଁ ନେଇଥିଲେ।
ଏମାନେ ଇଣ୍ଡୋନେସିଆରୁ ଶସ୍ତାରେ ଗୁଆ କିଣି ଟିକସ ଫାଙ୍କିବା ପାଇଁ ତାକୁ ଶ୍ରୀଲଙ୍କାର ଦେଶୀ ଗୁଆ ବୋଲି ଦର୍ଶାଇ ଭାରତକୁ ଚାଲାଣ କରୁଥିଲେ। ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କାରୁ ଭାରତକୁ ଗୁଆ ରପ୍ତାନି କରିବା ପାଇଁ ଟିକସ ଲାଗୁନଥିବା ବେଳେ ଅନ୍ୟ ଦେଶରୁ ଆସୁଥିଲେ ତା ଉପରେ ୧୦୪% ଟିକସ ଲାଗୁ ହେବା କଥା।
ଏହା ଜଣାପଡ଼ିବା ପରେ ଶ୍ରୀଲଙ୍କା ସରକାର ଏବଂ ଜୟସୂରିୟାଙ୍କ ସମେତ ଅନ୍ୟ ଦୁଇ କ୍ରିକେଟରଙ୍କୁ ଚିଠି କରାଯାଇଛି। ଏମାନଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଡକାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।
from Odisha Reporter https://ift.tt/2AiQW1g
No comments:
Post a Comment