ପିସିସି ସଭାପତିଙ୍କ ବାଟ ଓଗାଳିଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ପିସିସି ସଭାପତିଙ୍କ ବାଟ ଓଗାଳିଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ

ଉଦଳା (ମାନସ ପାଣି): କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପଦାରେ ପଡ଼ିଛି। ଆଜି କଂଗ୍ରେସ ମୁଖିଆ ଜନ ଜାଗରଣ ଯାତ୍ରାରେ ଯାଉଥିବା ବେଳେ ବାଟ ଓଗାଳିଥିଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ। ବୁଝାସୁଝା ପରେ ସେମାନେ ତାଙ୍କୁ ଛାଡ଼ିଥିବା ଜଣାପଡ଼ିଛି।

ପୂରା ଘଟଣାଟି ଏମିତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କପ୍ତିପଦା ବ୍ଲକ ନୂଆସାହିରେ ଆୟୋଜିତ ଜନ ଜାଗରଣ ଯାତ୍ରାରେ ଯୋଗଦେବା ପାଇଁ ଯାଉଥିଲେ। ତେବେ ଝରଣା ଘାଟିଠାରେ କେତେକ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ତାଙ୍କୁ ଅଟକାଇ ଥିଲେ। ସବୁ କାମରେ ସ୍ଥାନୀୟ କର୍ମୀଙ୍କୁ ଅଣଦେଖା କରାଯାଉଥିବାରୁ ଦଳ ସୁଦୃଢ଼ ହେବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ ହେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏପରିକି ୭ ଦଫା ସମ୍ୱଳିତ ଏକ ଦାବିପତ୍ର ପିସିସି ସଭାପତିଙ୍କୁ ଦେଇଥିଲେ। ବୁଝାସୁଝା ପରେ ୭ ଦିନ ଭିତରେ ସବୁ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇ ସେଠାରେ ଏକ ପଥପ୍ରାନ୍ତ ସଭା କରିଥିଲେ ନିରଞ୍ଜନ ପଟ୍ଟନାୟକ। ଝରଣା ଘାଟିରେ ସଭା ସରିବାପରେ ଶ୍ରୀ ପଟ୍ଟନାୟକ ନୂଆସାହିରେ ଆୟୋଜିତ ଜନଜାଗରଣ ଯାତ୍ରାରେ ସାମିଲ ହୋଇଥିଲେ।



from Odisha Reporter https://ift.tt/2zRrAaE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages