ସଫଳତାର ସହ ମହାକାଶରେ ସ୍ଥାପିତ ହେଲା ଜିସ୍ୟାଟ୍‌-୨୯ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ସଫଳତାର ସହ ମହାକାଶରେ ସ୍ଥାପିତ ହେଲା ଜିସ୍ୟାଟ୍‌-୨୯

ହାଇଦ୍ରାବାଦ: ‘ଗଜ’ ବାତ୍ୟାର ଆଶଙ୍କା ସତ୍ତ୍ୱେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ ସେଣ୍ଟର୍‌ରୁ ଶକ୍ତିଶାଳୀ ଯୋଗାଯୋଗ ସମ୍ପନ୍ନ ସ୍ୟାଟେଲାଇଟ୍‌ ଜିସ୍ୟାଟ-୨୯କୁ ଉତ୍‌କ୍ଷେପଣ କରିଛି। ଏହାକୁ ଜିଏସ୍‌ଏଲ୍‌ଭି ଏମକେ୩-ଡି୨ ଦ୍ୱାରା ଉତ୍‌କ୍ଷେପଣ କରାଯାଇଥିବା ବେଳେ ଏହା ସଫଳତାର ସହ ମହାକାଶରେ ସ୍ଥାପିତ ହୋଇଛି।

ଆଜି ଅପରାହ୍ମ ପ୍ରାୟ ୫.୦୮ରେ ଏଭଳି ଉତ୍‌କ୍ଷେପଣ କରାଯାଇଥିଲା ଏବଂ ୧୭ ମିନିଟ୍‌ ମଧ୍ୟରେ ଏହା କକ୍ଷ ପଥରେ ଅବସ୍ଥାପିତ ହୋଇଥିବା ଜଣାପଡ଼ିଛି। ଏହି ସ୍ୟାଟେଲାଇଟ୍‌ ମାଧ୍ୟମରେ ଉତ୍ତର ଭାରତ ଓ ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ ସେବା ଏବଂ ଯୋଗାଯୋଗ ଅଧିକ ଶକ୍ତିଶାଳୀ ହୋଇପାରିବ।

ଜିସ୍ୟାଟ-୨୯ ହେଉଛି ଇସ୍ରୋରୁ ଉତକ୍ଷେପଣ ହୋଇଥିବା ୩୩ ତମ ଯୋଗାଯୋଗ ସ୍ୟାଟେଲାଇଟ୍‌। ଏହାଦ୍ୱାରା ବିଚ୍ଛିନ୍ନାଞ୍ଚଳରେ ମଧ୍ୟ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହୋଇପାରିବ। ଏଥିସହ ଭାରତ ମହାସାଗର ଉପରେ ମଧ୍ୟ ଏହା ନଜର ରଖିବ।

୩,୪୨୩ କେଜି ଓଜନର ଏହି ସ୍ୟାଟେଲାଇଟ୍‌ ୧୦ ବର୍ଷ ପାଇଁ ଜୀବନ୍ତ ରହିବ।



from Odisha Reporter https://ift.tt/2Te78JP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages