ମହିଳାଙ୍କୁ ସ୍ମାର୍ଟଫୋନ୍ ନୁହେଁ ସୁରକ୍ଷା ଓ ସ୍ୱାଭିମାନ ଦରକାର: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ମହିଳାଙ୍କୁ ସ୍ମାର୍ଟଫୋନ୍ ନୁହେଁ ସୁରକ୍ଷା ଓ ସ୍ୱାଭିମାନ ଦରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ସ୍ମାର୍ଟଫୋନ୍ ନୁହେଁ ବରଂ ସୁରକ୍ଷା ଓ ସ୍ୱାଭିମାନ ଦରକାର। ସ୍ମାର୍ଟଫୋନ୍ ବାଣ୍ଟି ନବୀନ ପଟ୍ଟନାୟକ ସରକାର ମହିଳା ଭୋଟ୍ ହାସଲ କରିବା ପାଇଁ ଅପଚେଷ୍ଟା କରୁଛି ବୋଲି ବିଜେପି କହିଛି। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ୨୦୦୦ରୁ ୨୦୧୮ ମସିହା ମଧ୍ୟରେ ନବୀନ ପଟ୍ଟନାୟକ ସରକାର ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛି। କିନ୍ତୁ ଜଣେ ବି ମହିଳା ଉଦ୍ୟୋଗୀ ତିଆରି କରିବାରେ ସକ୍ଷମ ହୋଇପାରିନି।

” ମିଶନ ଶକ୍ତି ମାଧ୍ୟମରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କାକୁ ବିଜେଡି କର୍ମୀମାନେ ହଡ଼ପ କରିବାରେ ଲାଗିଛନ୍ତି। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ମାର୍ଟଫୋନ୍ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରି ଭୋଟ ପାଇଁ ମହିଳାଙ୍କୁ ଲଲିପପ୍ ଧରାଉଛନ୍ତି” ବୋଲି ଶ୍ରୀମତୀ ପରିଡ଼ା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଦୀର୍ଘବର୍ଷ ଧରି ରାଜ୍ୟରେ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛି। ଅମୁଲ ଓ ଲିଜ୍ଜତ ପାପଡ଼ ଭଳି କୌଣସି ଗୋଟିଏ ବ୍ରାଣ୍ଡ୍ ଓଡ଼ିଶା ସରକାର ପ୍ରସ୍ତୁତ କରିପାରିଛି କି? ଏହା ତ ପୁଣି କୁଟୀର ଶିଳ୍ପରୁ ଏବେ ଏତେ ବଡ଼ ବ୍ରାଣ୍ଡ ହୋଇପାରିିଛି।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପ୍ରସ୍ତୁତ କରୁଥିବା ସାମଗ୍ରୀର ମାର୍କେଟିଂ ଓ ବ୍ରାଣ୍ଡିଙ୍ଗ୍ କରିବାରେ ଏପର୍ଯ୍ୟନ୍ତ ସରକାର ସକ୍ଷମ ହେଲେନି। ଓଲଟା ଦଳୀୟ ଭିତ୍ତିରେ ୨୦୧୭ ମସିହାରେ ୨ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ। ଏବେ ସେମାନଙ୍କୁ ସ୍ମାର୍ଟଫୋନ୍ ଦେବେ ବୋଲି ଘୋଷଣା କରିଛନ୍ତି। ଏହି ସ୍ମାର୍ଟଫୋନ୍ କ’ଣ ସବୁ ସ୍ୱୟଂ ସହାୟକ ଗୋଷ୍ଠୀ ପାଇବେ ନା କେବଳ ବିଜେଡି ସହ ଜଡ଼ିତ ଥିବା ଗୋଷ୍ଠୀକୁ ମିଳିବ ବୋଲି ଶ୍ରୀମତୀ ପରିଡ଼ା ପ୍ରଶ୍ନ କରିଛନ୍ତି।

ପ୍ରତ୍ୟେକ ମହିଳାଙ୍କ ଘରେ ଏବେ ୪-୫ଟି ଲେଖାଏ ସ୍ମାର୍ଟଫୋନ୍ ଅଛି। ସେମାନଙ୍କୁ ସରକାରଙ୍କ ସ୍ମାର୍ଟଫୋନର ଆବଶ୍ୟକତା ନାହିଁ। ଯଦି ସରକାରଙ୍କୁ କିଛି ଦେବାର ଅଛି, ସେମାନଙ୍କର ଝିଅ ପଢ଼ୁଥିବା ସ୍କୁଲରେ ଶିକ୍ଷକ ଦିଅନ୍ତୁ। ରାସ୍ତାରେ ଯାଉଥିବା ଝିଅକୁ ସୁରକ୍ଷା ଦିଅନ୍ତୁ। ଘରୁ ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ ହେଉଛି, କିନ୍ତୁ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କୁ ଧରିବାରେ ପ୍ରଶାସନ ସକ୍ଷମ ହେଉନି। ଓଡ଼ିଶାର ମହିଳାମାନେ ଜନ୍ମରୁ ସ୍ମାର୍ଟ। ସେମାନଙ୍କୁ ସ୍ମାର୍ଟଫୋନ୍ ଦେଇ ସ୍ମାର୍ଟ କରିବାର ଆବଶ୍ୟକତା ନାହିଁ ବୋଲି ନବୀନ ବାବୁ ବୁଝିବା ଉଚିତ୍। ତେଣୁ କେବଳ ଭୋଟ୍ ବ୍ୟାଙ୍କ ତିଆରି କରିବା ପାଇଁ ଏଭଳି ସ୍ମାର୍ଟଫୋନ୍ ଭେଳିକି ସରକାର ଦେଖାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।



from Odisha Reporter https://ift.tt/2Td6892

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages