ପାଣିରେ ପଡ଼ିଲା ପଚାଶ ହଜାର ଟଙ୍କା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ପାଣିରେ ପଡ଼ିଲା ପଚାଶ ହଜାର ଟଙ୍କା !

shahrukh

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ୍‌। ଏଥିପାଇଁ ଗତକାଲି କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଥିଲା ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ। ଏଥିରେ ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନ୍, ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ଓ ସଂଗୀତ ନିର୍ଦ୍ଦେଶକ ଏ.ଆର୍‌ ରହେମାନ ପ୍ରମୁଖ ଯୋଗଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।

ଏହି ଉତ୍ସବରେ ଯୋଗ ଦେବା ପାଇଁ ଶାହାରୁଖ ଏକ ଚାର୍ଟର୍ଡ ପ୍ଲେନ୍‌ରେ ଆସିଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେ ପୁଣି ମୁମ୍ବାଇ ଫେରି ଯାଇଥିଲେ।

ଶୁଣିବାକୁ ମିଳୁଛି ଯେ, ଶାହାରୁଖ୍ ରାତିରେ ରହିବେ ବୋଲି ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ର ଏକ ରୁମ୍ ବୁକ୍ କରାଯାଇଥିଲା। ଏ ରୁମ୍ ଭାରି ଦାମିକା। ରାତିକ ପାଇଁ ଏହି ରୁମ୍‌ର ଦାମ୍ ହେଲା ପଚାଶ ହଜାର ଟଙ୍କା। ହେଲେ ଶାହରୁଖ ରାତିରେ ରହିଲେ ନାହିଁ। ଏବେ ଆଲୋଚନା ହେଉଛି, ପଚାଶ ହଜାର ଟଙ୍କା ପାଣିରେ ପଡ଼ିଲା। କାରଣ ଶାହରୁଖ୍‌ଙ୍କ ପାଇଁ ରୁମ୍ ବୁକ୍ ହୋଇ ସାରିଥିଲା, ତାହା ପୁଣି ତାରକା ହୋଟେଲ୍‌। ତେଣୁ ଏବେ ରାଜ୍ୟ ସରକାରଙ୍କୁ ରୁମ୍‌ର ଦାମ୍ ପଇଠ କରିବାକୁ ହିଁ ପଡ଼ିବ।

ଆଜି କଟକର ବାରବାଟୀ ଷ୍ଡାଡିୟମ୍‌ରେ ଆଉଏକ ଉଦ୍‌ଘାଟନୀ ସମାରୋହ ହେବ। ଏଥିରେ ମଧ୍ୟ ଏ.ଆର୍ ରେହମାନ ସଙ୍ଗୀତ ପରିବେଷଣ କରିବେ। ଏଠାକୁ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ଆସୁଛନ୍ତି।



from Odisha Reporter https://ift.tt/2AxDcjE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages