ବିଗ୍‌ବସ୍‌ ଗୁମର ଖୋଲି ବିଷ ଓଗାଳିଲେ ଏହି ପ୍ରତିଯୋଗୀ, ଦୀପିକାଙ୍କ ମୁଖା ବି ଖୋଲିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ବିଗ୍‌ବସ୍‌ ଗୁମର ଖୋଲି ବିଷ ଓଗାଳିଲେ ଏହି ପ୍ରତିଯୋଗୀ, ଦୀପିକାଙ୍କ ମୁଖା ବି ଖୋଲିଲେ

ମୁମ୍ୱାଇ: ବିଗ୍‌ବସ୍‌-୧୨ରେ ପ୍ରତିଯୋଗୀଙ୍କ ମଧ୍ୟରେ ଖେଳକୁ ନେଇ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି। ଗତ ରବିବାର ୱିକେଣ୍ଡ୍‌ରେ ସ୍ରିଷ୍ଟି ରୋଡ଼େଙ୍କୁ କମ୍‌ ଭୋଟ ମିଳିବା କାରଣରୁ ଶୋ’ରୁ ବାହାରିବା ପାଇଁ ପଡ଼ିଛି। ଘରୁ ବାହାରିବା ପରେ ବିଗ୍‌ବସ୍‌ର ଭିତରି ଗୁମରକୁ ପର୍ଦ୍ଦାଫାଶ କରିଛନ୍ତି।

ଏଥିସହ ରୋହିତ୍‌ଙ୍କ ସମ୍ପର୍କକୁ ନେଇ ନିଜେ ଖଣ୍ଡନ କରିଛନ୍ତି। ସ୍ରିଷ୍ଟି ବିଗ୍‌ବସ୍‌ରୁ ବାହାରିବା ତାଙ୍କର ସମସ୍ତ ଫ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଫ୍ୟାନ୍‌ ସୋଶାଲ ମିଡିଆରେ ସ୍ରିଷ୍ଟିଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହିଛନ୍ତି। ସ୍ରିଷ୍ଟିଙ୍କ କହିବା ଅନୁସାରେ, ମୋତେ ଶୋ’ରେ ଅଧିକ ଦିନ ରହିବାର ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ବାହାରିବାକୁ ପଡ଼ିଲା।

ବିଗ୍‌ବସ୍‌ ଘରେ ପ୍ରତିଯୋଗୀମାନେ ସ୍ରିଷ୍ଟି ଓ ରୋହିତ୍‌ଙ୍କ ସମ୍ପର୍କକୁ ନେଇ ଯେଉଁ ସବୁ କଥା ଉଠାଇଥିଲେ, ତାହାକୁ ନେଇ ସେ କହିଛନ୍ତି, “ମୁଁ ପ୍ରଥମରୁ ଟିଭି ଶୋ’ ମନିସ୍‌ ନଗ୍‌ଦେବଙ୍କ ସହିତ ସମ୍ପର୍କରେ ରହିଛି। ଏହାପରେ ଯଦି କେହି ରୋହିତ ଓ ମୋର ସମ୍ପର୍କକୁ ନେଇ ଆଲୋଚନା କିମ୍ବା ଚର୍ଚ୍ଚା କରୁଛନ୍ତି

ତେବେ ମୁଁ କହିବି, “କୁଛ୍‌ ତୋ ଲୋଗ କହେଙ୍ଗେ ଲୋଗୋ କା କାମ୍‌ ହୈ କେହେନା”।
ସ୍ରିଷ୍ଟି ଆହୁରି କହିଛନ୍ତି, “ମୁଁ ରୋହିତଙ୍କୁ ବହୁତ ଆଗରୁ ମନିସ୍‌ ଓ ମୋର ସମ୍ପର୍କ ବିଷୟରେ କହିସାରିଛି। ମୁଁ ଖୁସି ଯେ, ରୋହିତ ଏହି କଥାକୁ ବୁଝନ୍ତି। ବିଗ୍‌ବସ୍‌ ଘରେ ରୋହିତଙ୍କ ସହିତ ମୁଁ ଖୁବ୍‌ ମଜା ମସ୍ତି କରିଛି। ଏଥିପାଇଁ ଲୋକ ଆମ ଦୁହିଁଙ୍କ ସମ୍ପର୍କକୁ ଏକ ରୋମାଣ୍ଟିକ୍‌ ଜୋନ୍‌କୁ ନେଇ ଆସିଥିଲେ। କିନ୍ତୁ ଆମ ଭିତରେ ସେମିତି କିଛି ସମ୍ପର୍କ ନାହିଁ। ଆମେ ଦୁହେଁ କେବଳ ଭଲ ସାଙ୍ଗ।“

କରନ୍‌ବିର୍‌ ବୋରାଙ୍କୁ ନେଇ ସ୍ରିଷ୍ଟି କହିଛନ୍ତି, ବିଗ୍‌ବସ୍ ଶୋ’ ଜିତିବା ପାଇଁ କରନ୍‌ବିର୍‌ ହିଁ ଯୋଗ୍ୟ। ମୁଁ ଜାଣିନାହିଁ କିଏ ଜିତିବ । କିନ୍ତୁ କରନ୍‌ବିର୍‌ ବହୁତ ଭଲ ଖେଳୁଛନ୍ତି, ସେଥିପାଇଁ , ମୁଁ ଚାହୁଁଛି ଯେ, କରନ୍‌ବିର୍‌ ହିଁ ଏହି ଶୋ ଜିତନ୍ତୁ।

ଦୀପିକା କକ୍କର ଇବ୍ରାହିମ୍‌ଙ୍କୁ ସ୍ରିଷ୍ଟି ମିଛୁଆ(ଫେକ୍) ବୋଲି ସମ୍ବୋଧନ କରିବା ସହ ସେ ଭଲ ଖେଳ ଖେଳୁ ନାହାନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ବିଗ୍‌ବସ୍‌ରେ ପ୍ରବେଶ କରିବା ସମୟରେ ମୁଁ ଏକ କ୍ଲିନ୍‌ ଇମେଜ୍‌ ନେଇ ଆସିଥିଲି କିନ୍ତୁ ଲୋକେ ପୂର୍ବରୁ ହିଁ ଦୀପିକାଙ୍କୁ ଫେକ୍‌ ବୋଲି କହିଛନ୍ତି।

ଦୀପିକା ଯାହା ଦେଖାଇବାକୁ ଚେଷ୍ଟା କରୁଛନ୍ତି, ପ୍ରକୃତରେ ତାଙ୍କର ଅସଲ ଚେହେରା ତାହା ନୁହେଁ, ବିଗବସ୍‌ ହାଉସ୍‌ରେ ସେ ସବୁଠାରୁ ଖରାପ ଗେମ୍‌ ଖେଳୁଛନ୍ତି। ମୁଁ ପ୍ରଥମରୁ ଜାଣିଥିଲି, ତାଙ୍କର ସମସ୍ତ ବ୍ୟବହାର ଫେକ୍‌।“



from Odisha Reporter https://ift.tt/2TQw4aO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages