କର୍ତ୍ତାରପୁର କରିଡର୍‌କୁ ସ୍ୱାଗତ, କିନ୍ତୁ ଆତଙ୍କବାଦ ବନ୍ଦ କଲେ ଯାଇ ଆଲୋଚନା: ସୁଷମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

କର୍ତ୍ତାରପୁର କରିଡର୍‌କୁ ସ୍ୱାଗତ, କିନ୍ତୁ ଆତଙ୍କବାଦ ବନ୍ଦ କଲେ ଯାଇ ଆଲୋଚନା: ସୁଷମା

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡର୍ ନିର୍ମାଣପାଇଁ ପାକିସ୍ତାନ ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ ଜଣାଇବା ସହିତ ଆତଙ୍କବାଦ ବନ୍ଦ ନକଲେ ଆଲୋଚନା ଅସମ୍ଭବ ବୋଲି ସ୍ପଷ୍ଟ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ପୂର୍ବରୁ କରିଡର୍ ଶିଳାନ୍ୟାସ ସ୍ଥାପନା ପାଇଁ ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ ପାକିସ୍ତାନ ପହଞ୍ଚିସାରିଥିବା ଜଣାଯାଇଛି। କେନ୍ଦ୍ର ମନ୍ତ୍ରୀ ହର୍‌ଦୀପ ପୁରୀ ଏବଂ ହରସିମ୍ରାଟ୍ ବାଦଲ ମଧ୍ୟ ପାକିସ୍ତାନ ଯାଇଛନ୍ତି।

ଆଜି ଏକ ନିର୍ବାଚନୀ ପ୍ରଚାର ଅବସରରେ ତେଲେଙ୍ଗାନା ଆସିଥିବା ସୁଷମା କହିଛନ୍ତି, “ବହୁତ ବର୍ଷ ଧରି ଭାରତ କର୍ତ୍ତାରପୁର କରିଡର୍ ପାଇଁ ଦାବି କରିଆସୁଛି। ପାକିସ୍ତାନ ବର୍ତ୍ତମାନ ହିଁ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ଅର୍ଥ ନୁହେଁ ଯେ, ଏହି କାରଣରୁ ଆମେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ କରିଦେବୁ। ଆତଙ୍କବାଦ ଏବଂ ଆଲୋଚନା ଏକା ସାଥିରେ ଅସମ୍ଭବ।”

ସୁଷମାଙ୍କ ବିବୃତ୍ତି ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କର୍ତ୍ତାରପୁର କରିଡର୍‌ ନିର୍ମାଣ ପାଇଁ ଶିଳାନ୍ୟାସ ଦିଆଯାଇଥିବା ଜଣାଯାଇଛି। ଏହାର ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଏହା କର୍ତ୍ତାରପୁରର ଗୁରୁଦ୍ୱାରା ସାହିବ୍‌କୁ ଭାରତ ସହିତ ଯୋଡ଼ିପାରିବ।



from Odisha Reporter https://ift.tt/2E264o1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages