ଭାରତକୁ ପ୍ରଶଂସାରେ ପୋତିଲେ ଏବଂ ପ୍ରେରଣା ମାଗିଲେ ଅଷ୍ଟ୍ରେଲିଆ ଅଧିନାୟକ, ଜାଣନ୍ତୁ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଭାରତକୁ ପ୍ରଶଂସାରେ ପୋତିଲେ ଏବଂ ପ୍ରେରଣା ମାଗିଲେ ଅଷ୍ଟ୍ରେଲିଆ ଅଧିନାୟକ, ଜାଣନ୍ତୁ କାହିଁକି

ସିଡ୍‌ନୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୨ରେ ପଛୁଆ ରହିବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କଠାରୁ ପ୍ରେରଣା ମାଗିଥିବା ଜଣାଯାଇଛି। ଆଗକୁ ଭାରତ ସହିତ ୨ ମାସର ଘରୋଇ ସିରିଜ୍‌ ଖେଳିବାକୁ ଥିବା ଅଷ୍ଟ୍ରେଲି ୨୦୧୯ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବାରୁ ଦଳର ଦୁର୍ବଳ ସ୍ଥିତିକୁ ନେଇ ଚିନ୍ତାଗ୍ରସ୍ତ ଅଛନ୍ତି। ଭାରତ ସହିତ ଏହି ସିରିଜ୍‌ରେ ଅଷ୍ଟ୍ରେଲିଆ ୩ଟି ଟି୨୦, ୪ଟି ଟେଷ୍ଟ ଏବଂ ୩ଟି ଦିନିକିଆ ଖେଳିବ। ତାଲିକା ଅନୁଯାୟୀ ଦିନିକିଆ ଜାନୁଆରୀ ମାସରେ ଖେଳାଯିବ।

ତେବେ ଏହା ପୂର୍ବରୁ ଭାରତୀୟ ଦଳକୁ ପ୍ରଶଂସା କରି କହିଛନ୍ତି, ଭାରତ ପରି ଅନ୍ୟ କେଉଁ ଦଳ ମଧ୍ୟ ଖେଳିପାରିବ ନାହିଁ। କ୍ରିକେଟ୍‌ ଅଷ୍ଟ୍ରେଲିଆର ୱେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଥିବା ତାଙ୍କ ଉକ୍ତିରେ ଲେଖା ଅଛି,“ଭାରତର ଖେଳିବାର ତରିକାକୁ ଦେଖିଲେ ଜାଣି ହୁଏ ସେମାନେ ପ୍ରଥମ ୧୦ ଓଭର ରକ୍ଷଣଶୀଳ ଖେଳନ୍ତି। ମଝି ୩୦ ଓଭର ଷ୍ଟ୍ରାଇକ୍‌ କରିବା ଜାରି ରଖନ୍ତି କିନ୍ତୁ ୱିକେଟ୍‌ ବଞ୍ଚାଇ ରଖନ୍ତି। ଆଉ ଶେଷରେ ରନ୍‌ ବର୍ଷା କରନ୍ତି।”

ଏହା ବ୍ୟତୀତ ସେ ରାଙ୍କ ୧ ଦଳ ଇଂଲଣ୍ଡର ସ୍ଥିତିକୁ ଆକ୍ରମଣାତ୍ମକଭାବରେ ସାମ୍ନା କରିବାର ଦକ୍ଷତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଦୁଇ ପ୍ରମୁଖ ଦଳଠାରୁ ପ୍ରେରଣା ନେଇ ଆଗକୁ ବଢ଼ିବୁ। କିନ୍ତୁ କେବଳ ଇଂଲଣ୍ଡ ତରିକାରେ ଖେଳିବା ଅପେକ୍ଷା ଉଭୟକୁ ମିଶାଇପାରିଲେ ଏବଂ ସମତୁଲତା ରଖିଲେ ସଫଳତା ମିଳିବ। ଗତ କିଛି ବର୍ଷ ହେଲା ଭାରତ ଲଗାତାର ସଫଳ ହେଉଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2K3IoQr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages