
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆପଣ ବିରି ବରା ତ ନିଶ୍ଚୟ ଖାଇବେ। ବିରି ସହ ମୁଗ ଓ ମେଥି ଆଦି ଖାଦ୍ୟ ସାମଗ୍ରୀରୁ ପ୍ରସ୍ତୁତ ହେଉଥିବା ବରା ମଧ୍ୟ ଖୁବ୍ ସୁଆଦିଆ। ତେବେ ଆପଣ ଜାଣିଛନ୍ତି କି ଚୁନା ମାଛରୁ ମଧ୍ୟ ବରା ତିଆରି କରି ହେବ।
ଆଜି ଆମେ ଚୁନା ମାଛ ବରା ପ୍ରସ୍ତୁତିର ପ୍ରଣାଳୀ ଆପଣଙ୍କୁ ବତାଇବୁ।
ଆବଶ୍ୟକ ସାମଗ୍ରୀ: ଚୁନା ମାଛ, ଚାଉଳ, କଖାରୁ ପତ୍ର, ରସୁଣ, ଜିରା, ସୋରିଷ, ଶୁଖିଲା ଲଙ୍କା, ଲୁଣ, ହଳଦୀ ଓ ସୋରିଷ ତେଲ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁନା ମାଛକୁ ଭଲ ଭାବରେ ବାଛି ଧୋଇ ସଫା କରି ଦିଅନ୍ତୁ। ଏବେ ଚାଉଳକୁ ଅଧଘଣ୍ଟା ପାଣିରେ ଭିଜାଇବା ପରେ ଏହାକୁ ବାଟି ଦିଅନ୍ତୁ। ଏହା ପରେ ସୋରିଷ, ଜିରା ଓ ଲଙ୍କାକୁ ଏକତ୍ର ବାଟି ଦିଅନ୍ତୁ। ଏହି ବଟା ମସଲାରେ ଚୁନା ମାଛ, ରସୁଣ, ତେଲ, ଲୁଣ ଓ ହଳଦୀ ମିଶାଇ ରଖନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏକ କଖାରୁ ପତ୍ର ମଝିରେ ପୂର୍ବରୁ ଗୋଳା ହୋଇ ରହିଥିବା ଚୂନା ମାଛରୁ ଅଳ୍ପ ରଖି ପତ୍ରକୁ ଚାରି ପାଖରୁ ଭାଙ୍ଗି ଦିଅନ୍ତୁ। ସେଇ ପତ୍ରକୁ ଚାଉଳ ବଟାରେ ବୁଡ଼ାଇବା ପରେ ତେଲରେ ଛାଣନ୍ତୁ। ଆପଣ ଏହାକୁ ତାୱାରେ ଅଳ୍ପ ତେଲ ଦେଇ ମଧ୍ୟ ଭାଜି ପାରିବେ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଚୁନା ମାଛ ବରା’। ଏହାକୁ ଗରମ ଗରମ ସସ୍ କିମ୍ବା ଚଟଣୀ ସହ ପରଷନ୍ତୁ। ଏହି ବରାକୁ ପଖାଳ ସହ ଖାଇଲେ ବି ଭାରି ସୁଆଦିଆ ଲାଗିବ।
from Odisha Reporter https://ift.tt/2B4PG3y
No comments:
Post a Comment