
ନୂଆଦିଲ୍ଲୀ: ପିଲା ଭୁଲ୍ କଲେ ମାଆ ବାପା ଆକଟ କରଥାନ୍ତି। ଦରକାର ପଡ଼ିଲେ ପଦେ ଅଧେ ଗାଳି ମଧ୍ୟ ଦେଇଥାନ୍ତି। ଏହାକୁ ନେଇ ପିଲାମାନେ କିଛି ସମୟ ମନ ଦୁଃଖ କରି ବସିନ୍ତି। ହେଲେ କିଛି ସମୟ ପରେ ପରିବେଶ ପୁଣି ପୂର୍ବ ପରି ହୋଇଯାଇଥାଏ। ହେଲେ ବାପାର ଗାଳି ସହି ନପାରି ଜଣେ ପିଲା ଏମିତି କାଣ୍ଡ କରି ବସିଲେ, ଯାହା କେହି କେବେ କଳ୍ପନାରେ ମଧ୍ୟ ଭାବି ପାରିବେ ନାହିଁ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗାଳି ଖାଇବାରୁ ପିଲାଟି ତା’ ବାପାକୁ ଛୁରି ଭୁସି ଦେଇଛି।
ଘଟଣାଟି ଦିଲ୍ଲୀର ଗୌରୀ ଶଙ୍କର ଇନକ୍ଲେଭ ପ୍ରେମନଗର ଭାରିରେ ଘଟିଛି।
ଆହତ ବ୍ୟକ୍ତି ଜଣଙ୍କ ହେଲେ ଜିତେନ୍ଦ୍ର କୁମାର (୪୫)। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ସଞ୍ଜୟ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜିତେନ୍ଦ୍ର, ପତ୍ନୀ ଏବଂ ଦୁଇ ପୁଅଙ୍କ ସହ ରୁହନ୍ତି। ସେ ନିକଟସ୍ଥ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରନ୍ତି।
ଜିତେନ୍ଦ୍ରଙ୍କ ପତ୍ନୀ କହିଛନ୍ତି, ତାଙ୍କ ବଡ଼ ପୁଅ (ଅଭିଯୁକ୍ତ)ର ବୟସ ୧୩ ବର୍ଷ। ସେ ପାଠ ପଢ଼େ ନାହିଁ କି କୌଣସି କାମ କରେ ନାହିଁ। ସବୁବେଳେ ସାଙ୍ଗମାନଙ୍କ ସହ ବୁଲାବୁଲି କରିଥାଏ। ସୋମବାର ରାତିରେ ମଧ୍ୟ ସାଙ୍ଗମାନଙ୍କ ସହ ବୁଲାବୁଲି କରି ବିଳମ୍ବରେ ଘରକୁ ଫେରିଥିଲା। ଏହାକୁ ନେଇ ଜିତେନ୍ଦ୍ର ରାଗି ଯାଇଥିଲେ ଓ ତାକୁ ଗାଳି ଦେଇଥିଲେ।
ପରେ ସେ ଏକ ଛୁରି ନେଇ ଜିତେନ୍ଦ୍ରଙ୍କୁ ଭୁସି ଦେଇଥିଲା। ଘଟଣା ସ୍ଥଳରେ ଜିତେନ୍ଦ୍ର ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ଘର ଲୋକଙ୍କ ପାଟି ଶୁଣି ପଡ଼ୋଶୀ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ କାବୁ କରିନେବା ସହ ପୁଲିସ୍କୁ ସୂଚନା ଦେଇଥିଲେ। ଏହାସହ ଜିତେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ।
ପୁଲିସ୍ ଏବେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି।
from Odisha Reporter https://ift.tt/2B5JqJ0
No comments:
Post a Comment