ଶିଶୁଙ୍କୁ ମାଲିସ୍‌ ପାଇଁ କେଉଁ ତେଲ ସବୁଠୁ ଭଲ, ଜାଣନ୍ତୁ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଶିଶୁଙ୍କୁ ମାଲିସ୍‌ ପାଇଁ କେଉଁ ତେଲ ସବୁଠୁ ଭଲ, ଜାଣନ୍ତୁ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶିଶୁଙ୍କ ଶରୀରର ହାଡ଼ ମଜଭୁତ କରିବା ସହ ତ୍ୱଚାକୁ ଚିକ୍କଣ କରିବା ପାଇଁ ସେମାନଙ୍କୁ ତେଲ ମାଲିସ୍‌ କରାଯାଏ। ତେବେ ନବଜାତଙ୍କ ସମେତ ଶିଶୁଙ୍କ ତ୍ୱଚା ଖୁବ୍‌ କୋମଳ ଥିବାରୁ ତେଲ ମାଲିସ୍‌ରେ ସାମାନ୍ୟ ତ୍ରୁଟି ଯୋଗୁ ସେମାନଙ୍କ ତ୍ୱଚା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ। ଏଭଳି କ୍ଷେତ୍ରରେ ମା’ମାନଙ୍କ ମନରେ ସ୍ୱାଭାବିକ ପ୍ରଶ୍ନ ଆସେ ଯେ କେଉଁ ତେଲ ସେମାନଙ୍କ ଶିଶୁର ଶରୀର ପାଇଁ ଅଧିକ ଉପକାରୀ। ତେବେ ଏଥିପାଇଁ ସର୍ବୋତ୍ତମ ଉପାୟ ହେଉଛି, ଡାକ୍ତରଙ୍କ ସହ ପରାମର୍ଶ କରି ଶିଶୁଙ୍କୁ ତେଲ ମାଲିସ୍‌ କରିବା।

ତେବେ ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟବିଜ୍ଞାନ ସମର୍ଥିତ କିଛି ତେଲ ସମ୍ପର୍କରେ କହିବୁ, ଯାହା ଆପଣଙ୍କ ଶିଶୁଙ୍କୁ ମାଲିସ୍‌ କରିବା ପାଇଁ ବେଶ୍ ଉପାଦେୟ।

ବାଦାମ ତେଲ: ଅନ୍ୟ କୌଣସି ତେଲ ତୁଳନାରେ ବାଦାମ ତେଲରେ ଭିଟାମିନ୍‌-ଇ’ ଅଧିକ ପରିମାଣରେ ଥାଏ। ଶୀତଦିନେ ଛୋଟ ପିଲାଙ୍କୁ ବାଦାମ ତେଲ ମାଲିସ୍‌ କଲେ, କେବଳ ତାଙ୍କ ହାଡ଼ ମଜଭୁତ ହୁଏ ତା’ନୁହେଁ, ବରଂ ସେମାନଙ୍କ ତ୍ୱଚା ମଧ୍ୟ କୋମଳ, ଉଜ୍ଜ୍ୱଳ ଓ ନମନୀୟ ହୋଇଥାଏ।

ଅଲିଭ୍‌ ଅଏଲ୍‌: ଶିଶୁଙ୍କୁ ମାଲିସ୍‌ କରିବା ପାଇଁ ଅଲିଭ୍‌ ତେଲକୁ ପ୍ରାୟ ସମସ୍ତ ମା’ ବାଛିଥା’ନ୍ତି। ଡାକ୍ତରମାନେ ମଧ୍ୟ ଶିଶୁଙ୍କୁ ମାଲିସ୍ ପାଇଁ ଅଲିଭ୍‌ ତେଲ ସମ୍ପର୍କରେ କହିଥା’ନ୍ତି। ଏହା ଶିଶୁର ତ୍ୱଚାକୁ କୋମଳ ଓ ସୁରକ୍ଷିତ ରଖେ। ଅଲିଭ୍‌ ଅଏଲ୍‌ ମୁଣ୍ଡରେ କେଶ ବଢ଼ାଇବାରେ ସାହାଯ୍ୟ କରେ। ତେଣୁ ଯେଉଁ ଶିଶୁଙ୍କ ମୁଣ୍ଡରେ ବେଶି ଚୁଟି ନାହିଁ, ସେମାନଙ୍କ ମୁଣ୍ଡରେ ପ୍ରତିଦିନ ଅଲିଭ୍‌ ଅଏଲ୍‌ ମାଲିସ କରି ଏହାର ଅଧଘଣ୍ଟା ପରେ ଶିଶୁକୁ ଗାଧୋଇ ଦିଅନ୍ତୁ।

ନଡ଼ିଆ ତେଲ: ଦକ୍ଷିଣ ଭାରତରେ ସର୍ବାଧିକ ବ୍ୟବହାର ହେଉଥିବା ନଡ଼ିଆ ତେଲରେ ଶିଶୁଙ୍କୁ ମାଲିସ୍‌ କରିବା ଦ୍ୱାରା ସେମାନଙ୍କ ଶରୀରକୁ ଅନେକ ଫାଇଦା ମିଳିଥାଏ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍‌ ଓ ଆଣ୍ଟିସେପ୍ଟିକ୍ ଗୁଣ ତ୍ୱଚାରେ ସଂକ୍ରମଣକୁ ରୋକିଥାଏ। ଏହା ସହ ନଡ଼ିଆ ତେଲ ମାଲିସ୍‌ ଦ୍ୱାରା ଶିଶୁଙ୍କ ତ୍ୱଚାରେ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପଡ଼ି ନ ଥାଏ। ନଡ଼ିଆ ତେଲ ଶିଶୁ ଓ ବଡ଼ଲୋକ, ଉଭୟଙ୍କୁ ମାଲିସ୍‌ ପାଇଁ ଉପଯୋଗୀ। ନଡ଼ିଆ ତେଲ ଶରୀରରେ ମାଲିସ୍ କଲେ ତ୍ୱଚା, କେଶ ଓ ହାଡ଼କୁ ଫାଇଦା ମିଳେ।

ସୋରିଷ ତେଲ: କାହିଁ କେଉଁ କାଳରୁ ଘରେ ମା’ମାନେ ପିଲାଙ୍କୁ ମାଲିସ ପାଇଁ ସୋରିଷ ତେଲ ବ୍ୟବହାର କରି ଆସୁଛନ୍ତି। ବିଶେଷ କରି ଶୀତଦିନେ ଏହି ତେଲ ଅଧିକ ବ୍ୟବହାର କରାଯାଏ। ସୋରିଷ ତେଲ ଶରୀରକୁ ଗରମ ରଖେ, ହାଡ଼କୁ ମଜଭୁତ କରେ ଓ ସର୍ଦ୍ଦିରୁ ମୁକ୍ତି ଦିଏ। ଏହା ଚୁଟି ପାଇଁ ମଧ୍ୟ ବେଶ୍‌ ଉପକାରୀ। ସୋରିଷ ତେଲରେ ଶିଶୁର ଶରୀରକୁ ମାଲିସ୍‌ କରିବା ଦ୍ୱାରା ଏହା ସେମାନଙ୍କ ତ୍ୱଚାକୁ ସଂକ୍ରମଣରୁ ସୁରକ୍ଷା ଦେଇଥାଏ।



from Odisha Reporter https://ift.tt/2OCbCqo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages