ଲୋପାମୁଦ୍ରା ଓ ମିନତିଙ୍କ ରାତିଅଧିଆ ଇସ୍ତଫାକୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଲୋପାମୁଦ୍ରା ଓ ମିନତିଙ୍କ ରାତିଅଧିଆ ଇସ୍ତଫାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଓ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମିନତି ବେହେରାଙ୍କ ରାତିଅଧିଆ ଇସ୍ତଫାକୁ ନେଇ ଏବେ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ଦୁଇ ନେତ୍ରୀଙ୍କୁ ସାମ୍ବିଧାନିକ ପଦବୀରୁ ହଟାଇ ବିଜେଡି ଆଜି ନିଜର ସାଂଗଠନିକ କାର୍ଯ୍ୟରେ ନିଯୁକ୍ତି ଦେଇଛି। କିନ୍ତୁ ଏହି ଦୁଇ ନେତ୍ରୀଙ୍କ ସ୍ଥାନରେ କାହାକୁ ଅବସ୍ଥାପିତ କରାଯିବ ଓ ଲୋପାମୁଦ୍ରାଙ୍କ ଅବଧି ସରିବା ପୂର୍ବରୁ ତାଙ୍କୁ କାହିିଁକି ହଟାଇ ଦିଆଗଲା ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହାବ୍ୟତୀତ ଏହି ଦୁଇ ସାମ୍ବିଧାନିକ ପଦବୀରେ ଦଳ କାହାକୁ ଅବସ୍ଥାପିତ କରିବ ତାକୁ ନେଇ ମଧ୍ୟ ଅଙ୍କକଷା ଆରମ୍ଭ ହୋଇଛି।

ସୂଚନା ଅନୁସାରେ ମହିଳା କମିଶନ ଅଧ୍ୟକ୍ଷ ଶ୍ରୀମତୀ ବକ୍ସିପାତ୍ରଙ୍କ କାର୍ଯ୍ୟକାଳ ଡିସେମ୍ବର ୩ତାରିଖରେ ଶେଷ ହେଉଥିବାବେଳେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ ଶ୍ରୀମତୀ ବେହେରାଙ୍କ କାର୍ଯ୍ୟକାଳ ୨୦୧୮ ଏପ୍ରିଲରୁ ଶେଷ ହୋଇସାରିଛି। କିନ୍ତୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବାକୁ ସରକାରୀ ବିଜ୍ଞପ୍ତି ଜାରି ହୋଇଥିଲା। ମାତ୍ର ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଗତକାଲି ରାତିରେ ଏହି ଦୁଇ ନେତ୍ରୀଙ୍କୁ ନିଜ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ନବୀନ ନିବାସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ଓ ସେମାନେ ଆଜି ସକାଳେ ନିଜର ଇସ୍ତଫା ପତ୍ର ପଠାଇଥିଲେ।

ତେବେ ଶ୍ରୀମତୀ ବକ୍ସିପାତ୍ରଙ୍କୁ ନିଜର ଅବଧି ପୂରଣ ପର୍ଯ୍ୟନ୍ତ ସମୟ ନଦେବା ପଛରେ ଦଳର ମହିଳା ୱିଙ୍ଗର ପୁର୍ନଗଠନ ଏକମାତ୍ର କାରଣ ବୋଲି କୁହାଯାଉଛି। କାରଣ ଦଳ ଏବେ ନିର୍ବାଚନୀ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଥିବାରୁ ଶ୍ରୀମତୀ ବକ୍ସିପାତ୍ରଙ୍କ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ମୁଡରେ ନାହିଁ।

କିଏ ହେବେ ରାଜ୍ୟ ମହିଳା କମିଶନ ଓ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ?

ମହିଳା ୱିଙ୍ଗ ପୁର୍ନଗଠନରେ ୭ଜଣ ଦଳୀୟ ନେତ୍ରୀ ଯଥା ମିନତି ବେହେରା, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ଗୀତା ବସ୍ତିଆ, ସୁଲୋଚନା ଦାସ, ସୁଲତା ଦେଓ ଓ ଏଲିନା ଦାଶଙ୍କୁ ଥଇଥାନ କରି ସେମାନଙ୍କର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ଓ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ ପଦ ପାଇଁ ଦାବିଦାରୀରେ ପୂର୍ଣ୍ଣଚ୍ଛେଦ ପକାଇଛି। ତା’ଛଡ଼ା ଜ୍ୟୋତି ପାଣିଗ୍ରାହୀଙ୍କୁ ମହିଳା ୱିଙ୍ଗର ଉପଦେଷ୍ଟା ଭାବେ ଅବସ୍ଥାପିତ କରି ତାଙ୍କୁ ଥଇଥାନ ମଧ୍ୟ କରିଛି।

ତେଣୁ ମହିଳା କମିଶନ ଓ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ ପାଇଁ ଦଳରେ ଦାବିଦାରଙ୍କ ଭିଡ଼ ହଠାତ କମିଯାଇଛି। କାରଣ ମହିଳା କମିଶନ ଅଧ୍ୟକ୍ଷା ପଦବୀ ପାଇଁ ସମ୍ପୃକ୍ତ ମହିଳାଙ୍କର ଆଇନ ଡିଗ୍ରୀ ଥିବା ବାଧ୍ୟତାମୂଳକ ହୋଇଥିବାବେଳେ ଦଳ ପାଖରେ ଏ କ୍ଷେତ୍ରରେ ଏବେ ଏକମାତ୍ର ଚେହେରା ଭାବେ ଲତିକା ପ୍ରଧାନ ରହିଛନ୍ତି। ସାନଖେମୁଣ୍ଡିରୁ ଦଳୀୟ ଟିକେଟ ଆଶାୟୀ ଥିବା ଶ୍ରୀମତୀ ପ୍ରଧାନ ୨୦୧୪ରେ ଟିକେଟ୍ ପାଇ ଶେଷ ମୁହୂର୍ତ୍ତରେ ବାଦ୍ ପଡ଼ିଥିଲେ। ତେଣୁ ୨୦୧୯ରେ ଟିକେଟ୍ ଲବିରେ ଥିବା ଶ୍ରୀମତୀ ପ୍ରଧାନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ପଦବୀ ଗ୍ରହଣ କରିବାକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ଅବଶ୍ୟ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ ପଦବୀରେ ଦଳ ଯେକୌଣସି ନେତ୍ରୀଙ୍କୁ ଥଇଥାନ କରିପାରେ।

ବିଜେଡିର ରଣନୀତି

ବିଜେଡି ସୂତ୍ର ଅନୁସାରେ ବିଧାୟକ ଦେବାଶିଷ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୁପାରିସରେ ଶ୍ରୀମତୀ ମିନତି ବେହେରାଙ୍କୁ ବିଜେଡି ମହିଳା ୱିଙ୍ଗ୍ ସଭାପତି ଭାବେ ଅବସ୍ଥାପିତ କରାଯାଇଛି। ଅନ୍ୟ ୬ଜଣ ନେତ୍ରୀଙ୍କୁ ମଧ୍ୟ ମହିଳା ୱିଙ୍ଗ ପଦାଧିକାରୀ ଭାବେ ନିଯୁକ୍ତି ମିଳିଛି। ଏହି ନେତ୍ରୀମାନଙ୍କୁ ଦଳର ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ସମ୍ପୃକ୍ତ ନେତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇ ସେଠାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଗୁଡ଼ିକୁ ଦଳୀୟ ସଂଗଠନ ସହ ଟ୍ୟାଗ୍ କରାଯିବାର ଟାସ୍କ ଦିଆଯିବ। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି କାର୍ଯ୍ୟ ସାରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାପଡ଼ିଛି। ଦଳର ଏହି ନେତ୍ରୀମାନଙ୍କ ମାଧ୍ୟମରେ ବିଜେଡି ନିଜର ମହିଳା ଭୋଟ୍ ବ୍ୟାଙ୍କକୁ ସୁଦୃଢ଼ କରିବାକୁ ଚାହୁଁଛି ।



from Odisha Reporter https://ift.tt/2PYZgNT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages