ଗୋଟିଏ ବାହାଘର କାର୍ଡର ଦାମ୍‌ ୩ ଲକ୍ଷ ଟଙ୍କା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଗୋଟିଏ ବାହାଘର କାର୍ଡର ଦାମ୍‌ ୩ ଲକ୍ଷ ଟଙ୍କା !

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ପ୍ରମୁଖ ମୁକେଶ୍‌ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବିବାହ ଡିସେମ୍ବର ୧୨ରେ ହେବାକୁ ଯାଉଛି।  ଏହି ବିବାହ ଖୁବ୍‌ ଧୁମ୍‌ଧାମ୍‌ରେ ହେବ। ଏହା ବି ସ୍ୱାଭାବିକ୍‌ କଥା। ନିଶ୍ଚିତ ଭାବେ ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କ ଝିଅଙ୍କ ବାହାଘର ଧୁମ୍‌ଧାମ୍‌ରେ ହିଁ ହେବ।  ଆଉ ଏହାର ଅନ୍ଦାଜ୍‌ ଆପଣ ଈଶାଙ୍କ ବାହାଘର କାର୍ଡ୍‌ରୁ ଲଗେଇ ସାରିବେଣି।

ଜାଣିଛନ୍ତି, ତାଙ୍କ ବାହାଘର କାର୍ଡ୍‌ଟି ପାରମ୍ପରିକ ଅନ୍ଦାଜ୍‌ରେ ରୟାଲ୍‌ ଲୁକ୍‌ ଦେଇ ନିର୍ମିତି ହୋଇଛି। ଆଉ ଦାମ୍‌ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ।

ରିପୋର୍ଟ ମୁତାବକ ଏହି କାର୍ଡ୍‌ରେ ସୁନା ଲାଗିଛି। ଏକ ବକ୍ସ ଆକୃତିର ନିର୍ମିତ ହୋଇଥିବା ଏହି କାର୍ଡ୍ର ଖୋଲିବା ପରେ  ପ୍ରଥମେ IA ଲେଖା ହୋଇଥିବା ଦେଖିବାକୁ ମିଳିବ।  ଯାହାର ଅର୍ଥ- ଇଶା ଓ ଆନନ୍ଦ।

କାର୍ଡର ମୁଖ୍ୟ ବକ୍ସଟି ଖୋଲିବା ମାତ୍ରେ ଗାୟତ୍ରୀ ମନ୍ତ୍ର ବାଜିବ। ଯାହା ପରେ ନିମନ୍ତ୍ରଣ ପତ୍ରଟି ଦୃଷ୍ଟିଗୋଚର ହେବ। ସେଥିରେ ସମସ୍ତ ସୂଚନା ଦିଆ ଯାଇଛି। ମେନ୍‌ବକ୍ସ ଭିତରେ ଅନ୍ୟ ଏକ ବକ୍ସ ଅଛି, ଯାହା ଭିତରେ ଆହୁରି ୪ଟି ବକ୍ସ ରହିଛି।  ସେହି ବକ୍ସ ଭିତରେ ଦେବୀଙ୍କ ମୂର୍ତ୍ତି ସହ ନାନା ରଙ୍ଗର ମୋତି ମାଳି ରହିଛି। ଆଉ ସେହି କାର୍ଡ୍‌ର ମୂଲ୍ୟ ଗୋଟା ପିଛା ୩ ଲକ୍ଷ ଟଙ୍କା।

ରିପୋର୍ଟ ମୁତାବକ ଏହି ବିବାହ ଭାରତୀୟ ପରମ୍ପରା ଅନୁଯାୟୀ ହେବ।  ବାହାଘରର ଗୋଟିଏ ସପ୍ତାହ ପୂର୍ବରୁ  ଅମ୍ବାନୀ ଓ ପୀରାମଲ୍‌ ପରିବାର ନିଜ ନିଜ ପରିବାରର ସଦସ୍ୟ ଓ ଖାସ୍‌ ବନ୍ଧୁମାନଙ୍କ ପାଇଁ ଏକ ଡିନର ପାର୍ଟିର ଆୟୋଜନ କରିଛନ୍ତି। ସେହି ପାର୍ଟି ପାଇଁ ଉଦୟପୁରକୁ ଲୋକେସନ୍‌ ଭାବେ ବଛାଯାଇଛି।



from Odisha Reporter https://ift.tt/2PokXHi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages