ମରୁଡି ମାଡ଼ରେ ଘାଇଲା ଚାଷୀଙ୍କୁ ସର୍ବସ୍ୱାନ୍ତ କରିବାକୁ ସାଂଘାତିକ ଷଡ଼ଯନ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ମରୁଡି ମାଡ଼ରେ ଘାଇଲା ଚାଷୀଙ୍କୁ ସର୍ବସ୍ୱାନ୍ତ କରିବାକୁ ସାଂଘାତିକ ଷଡ଼ଯନ୍ତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମରୁଡି ମାଡ଼ରେ ଘାଇଲା ଚାଷୀଙ୍କୁ ସର୍ବସ୍ୱାନ୍ତ କରିବାକୁ ସାଂଘାତିକ ଷଡ଼ଯନ୍ତ୍ର ହୋଇଛି। ସରକାରୀ ଅଧିକାରୀ ଓ ବୀମା କମ୍ପାନୀ ମଧ୍ୟରେ ମଧୁଚନ୍ଦ୍ରିକା ବଲାଙ୍ଗିରର ମରୁଡ଼ି ପୀଡ଼ିତ ଶହ ଶହ ଚାଷୀଙ୍କୁ ୨୦୧୭ ବର୍ଷର ବୀମା ରାଶିରୁ ବଞ୍ଚିତ କରିଛି। ଏ ନେଇ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି।

କ୍ରମାଗତ ୪ ବର୍ଷ ଧରି ମରୁଡ଼ି ମାଡ଼ରେ ଘାଇଲା ହେବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବଲାଙ୍ଗିର ଜିଲ୍ଲାର ଚାଷୀ। ଶସ୍ୟବୀମା ଦାବିରେ ଚାଷୀମାନେ ବଲାଙ୍ଗିର ସାଂସଦ କଳିକେଶ ସିଂହଦେଓ ଓ ଜିଲ୍ଲାପାଳ ଅରବିନ୍ଦ ଡାକୁଆଙ୍କୁ ଘେରାଉ କରିଛନ୍ତି। ସେମାନଙ୍କ ଅଭିଯୋଗ, ବୀମାରାଶି ଫାଙ୍କିବାକୁ ହୋଇଛି ସାଂଘାତିକ ଷଡ଼ଯନ୍ତ୍ର। ସରକାରୀ ଅଧିକାରୀ, ବୀମା କମ୍ପାନୀ ସହ ମିଶି ସେମାନଙ୍କୁ ଚୂନ ଲଗାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ତେବେ କେବଳ ଚାଷୀଙ୍କ ଅଭିଯୋଗ ନୁହେଁ, ଏହାର ତଥ୍ୟ ପ୍ରମାଣ ଲାଗିଛି ଓଡ଼ିଶା ରିପୋର୍ଟର ହାତରେ।

୨୦୧୭ ବର୍ଷରେ ଘଣ୍ଟାବାହାଲି ପଞ୍ଚାୟତରେ ହେକ୍ଟର ପିଛା ୩.୫୨ କ୍ୱିଣ୍ଟାଲ ଧାନ ଅମଳ ହୋଇଥିବା ଆର୍‌ଆଇ ଓ ଅମିନ ଦେଇଥିବା କ୍ରପ୍ କଟିଂ ରିପୋର୍ଟରେ ଉଲ୍ଲେଖ କରିଥିଲେ। ତେବେ ବୀମା କମ୍ପାନୀ ପାଖକୁ ଯାଇଥିବା ଚୂଡ଼ାନ୍ତ ରିପୋର୍ଟରେ ଏହା ୨୯.୪୧ କ୍ୱିଣ୍ଟାଲ ଦର୍ଶାଯାଇଛି। ଖୋଳାନ, ସୁର୍ଡା ଓ ଅଦାବାହଲ ପଞ୍ଚାୟତର କ୍ରପ କଟିଂ ରିପୋର୍ଟକୁ ସମାନ ଢଙ୍ଗରେ ବଦଳା ଯାଇଛି। ଫଳରେ କେତେକ ଚାଷୀଙ୍କୁ ବୀମା ରାଶି ମିଳିଥିବା ବେଳେ ଅନ୍ୟମାନେ ବଞ୍ଚିତ ହୋଇଛନ୍ତି।

ଚାଷୀଙ୍କଠୁ ଅଭିଯୋଗ ପାଇବା ପରେ ବୀମା କମ୍ପାନୀ ପ୍ରିମିୟମ ରାଶି ଫେରାଇବାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଯଦି ଚୂଡ଼ାନ୍ତ ରିପୋର୍ଟ ଆଧାରରେ ବୀମା କମ୍ପାନୀ ଚାଷୀଙ୍କ ବୀମା ରାଶି ଦେଇନି, ତେବେ ଦେଢ଼ ବର୍ଷ ପରେ ପ୍ରିମିୟମ ରାଶି ଫେରାଇବ କାହିଁକି? କ୍ରପ କଟିଂ ରିପୋର୍ଟ ପ୍ରସ୍ତୁତ କରୁଥିବା କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗ ଅଧିକାରୀଙ୍କ ଗୋଚରରେ ରିପୋର୍ଟକୁ ବଦଳାଯାଇଥିବା ଜଳ ଜଳ ଦିଶୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ।

ଜିଲ୍ଲାପାଳ ପାଲଟା ବୀମା କମ୍ପାନୀ ମୁଣ୍ଡରେ ଅଠା ବୋଳି ନିଜ ଦୋଷ ଛଡ଼ାଇ ଦେଇଛନ୍ତି। ତେବେ ଅଭିଯୋଗର ଅନୁଧ୍ୟାନ ଚାଲିଛି ଓ ସତ ଧରାପଡ଼ିଲେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଶ୍ରୀଧର ଦାସ କହିଛନ୍ତି।



from Odisha Reporter https://ift.tt/2B3Qupy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages