ଆସିଲା ଦିନିକିଆ ଆଇସିସି ରାଙ୍କିଙ୍ଗ, ଜାଣନ୍ତି କାହାକୁ ମିଳିଲା କ’ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଆସିଲା ଦିନିକିଆ ଆଇସିସି ରାଙ୍କିଙ୍ଗ, ଜାଣନ୍ତି କାହାକୁ ମିଳିଲା କ’ଣ

ଦୁବାଇ: ଆଇସିସି ପକ୍ଷରୁ ଆଜି ଦିନିକିଆ ରାଙ୍କିଙ୍ଗ ପ୍ରକାଶ ପାଇଛି। ପୂର୍ବଭଳି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବିଶ୍ୱର ୧ ନଂ ବ୍ୟାଟସ୍‌ମ୍ୟାନ୍‌ ଭାବେ ସ୍ଥିର ରହିଥିବା ବେଳେ ବୋଲର୍ ତାଲିକାର ୧ ନଂ ସ୍ଥାନରେ ଭାରତର ଯଶପ୍ରୀତ ବୁମ୍ରା ରହିଛନ୍ତି।

ବିରାଟ୍‌ ୮୯୯ ପଏଣ୍ଟ ପାଇ ଏକ ନମ୍ବର ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୮୭୧ ପଏଣ୍ଟ ପାଇ ଦ୍ୱିତୀୟରେ ରହିଛନ୍ତି। ଟପ୍‌ ୧୦ରେ ଭାରତର ଅନ୍ୟତମ ବ୍ୟାଟସ୍‌ମ୍ୟାନ୍‌ ଶିଖର ଧୱନ୍‌ ୮ ନଂରେ ସ୍ଥାନ ପାଇଛନ୍ତି। ପୂର୍ବରୁ ସେ ୯ ନଂରେ ଥିଲେ।

ବୋଲିଂ କଥା ବିଚାରକୁ ନେଲେ ଯଶପ୍ରୀତ ବୁମ୍ରାଙ୍କ ବ୍ୟତୀତ ଭାରତ ଆଉ ଦୁଇ ଜଣ ବୋଲ୍‌ର ଟପ୍‌ ୧୦ରେ ରହିଛନ୍ତି। ସେମାନେ ହେଲେ କୁଲଦୀପ ଯାଦବ ଓ ୟୁଜବେନ୍ଦର ଚହଲ। କୁଲଦୀପ ୭୨୩ ପଏଣ୍ଟ ସହ ତୃତୀୟରେ ଥିବା ବେଳେ ୩ଟି ସ୍ଥାନ ଉଠି ଚହଲ ୫ ନଂ ସ୍ଥାନରେ ପହଞ୍ଚିଛନ୍ତି।

ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ରସ୍‌ ଟେଲର୍‌ ଇଂଲଣ୍ଡର ଜୋ ରୁଟ୍‌ ଓ ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକାଇ ଦିନିକିଆଇ ବ୍ୟାଟିଂର ୩ ନଂ ସ୍ଥାନ ଦଖଲ କରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର ଫାପ୍‌ ଡୁପ୍ଲେସିସ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରି ୩ଟି ସ୍ଥାନ ଉପରକୁ ଉଠି ୭ ନଂ ସ୍ଥାନରେ ପହଞ୍ଚିଛନ୍ତି।

ତେବେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ ଓ ଦକ୍ଷିଣ ଆଫ୍ରିକାର ୱିକେଟ କିପର କ୍ୱିଣ୍ଟନ ଡିକକ୍‌ ୨ଟି ସ୍ଥାନ ଖସିଛନ୍ତି। ୱିଲିୟମସନ୍‌ ୯ ନଂ ସ୍ଥାନରେ ଥିବା ବେଳେ ଡିକକ୍‌ ୧୦ ନଂ ସ୍ଥାନରେ ରହିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗର ୬ ନଂ ସ୍ଥାନରେ ଡେଭିଡ୍‌ ୱାର୍ଣ୍ଣର ରହିଛନ୍ତି। ଜୋ ରୁଟ୍‌ ୪ ନଂରେ ଥିବା ବେଳେ ବାବର ଆଜମ ୫ ନଂ ସ୍ଥାନ ପାଇଛନ୍ତି।

ଅନ୍ୟପକ୍ଷରେ ବୋଲିଂରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଅଷ୍ଟ୍ରେଲିଆ ସିରିଜ୍‌ରେ ୭ଟି ୱିକେଟ୍‌ ନେଇଥିବାରୁ ସେ ଟପ୍‌ ଫାଇଭ୍‌ରେ ପ୍ରବେଶ କରିଛନ୍ତି। ସେ ୭୦୨ ପଏଣ୍ଟ ସହ ୪ ନଂ ସ୍ଥାନରେ ରହିଛନ୍ତି। ତେବେ ପୂର୍ବରୁ ଟପ୍‌ ଟେନ୍‌ରେ ଥିବା ଇମ୍ରାନ୍‌ ତାହିର ଏଥିରୁ ବାଦ ପଡ଼ିଛନ୍ତି। ସେ ଏବେ ୬୬୪ ପଏଣ୍ଟ ସହ ୧୧ ନଂ ସ୍ଥାନରେ ରହିଛନ୍ତି। ବୋଲିଂ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଆଫ୍‌ଗାନିସ୍ତାନର ରାଶିଦ୍‌ ଖାନ୍‌ ରହିଛନ୍ତି।

୬ ନଂରେ ଆଦିଲ ରଶିଦ ଥିବା ବେଳେ ୭ମ ସ୍ଥାନରେ ଟ୍ରେଣ୍ଟ ବୋଲ୍ଟ, ୮ ନଂରେ ଆଫ୍‌ଗାନିସ୍ତାନର ମୁଜିବ ଉର ରେହମାନ, ୯ରେ ଜୋସ ହେଜଲଉଡ୍‌ ଏବଂ ୧୦ ନଂରେ ବାଂଲାଦେଶର ମୁସ୍ତାଫିଜୁର ରେହମାନ ରହିଛନ୍ତି।



from Odisha Reporter https://ift.tt/2RQ0CYw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages