ଦୀପିକା-ରଣଭୀର୍‌ଙ୍କ ରିସେପ୍‌ସନ୍ ପାର୍ଟିର ଅତିଥିଙ୍କ ପାଇଁ ରହିଛି ଏମିତି ସର୍ତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଦୀପିକା-ରଣଭୀର୍‌ଙ୍କ ରିସେପ୍‌ସନ୍ ପାର୍ଟିର ଅତିଥିଙ୍କ ପାଇଁ ରହିଛି ଏମିତି ସର୍ତ୍ତ

ମୁମ୍ବାଇ: ବିବାହ ତାରିଖ ଘୋଷଣା ପୂର୍ବରୁ ନିଜ ଲଭ୍‌ ଓ ପ୍ରଫେସନାଲ୍‌ ଲାଇଫ୍‌କୁ ନେଇ ଦୀପିକା ପାଦୁକୋନ୍‌ ଓ ରଣଭୀର୍‌ ସିଂହ ଚର୍ଚ୍ଚାରେ ଥିଲେ। ଆଉ ବିବାହ ଡେଟ୍‌ ସ୍ଥିର ହେଲା ପରେ ଏହି ଚର୍ଚ୍ଚା ବଢ଼ିବାରେ ଲାଗିଛି।

ଶୁଣିବାକୁ ମିଳିଛି, ଇଟାଲୀରେ ବିବାହ ସାରି ଭାରତ ବାହୁଡ଼ିବା ପରେ ଏହି ସେଲିବ୍ରିଟି ଯୋଡ଼ି ଦୁଇ ଥର ରିସେପ୍‌ସନ୍‌ ପାର୍ଟି ଦେବେ। ଏହି ରିସେପ୍‌ସନ୍‌ ପାର୍ଟିର ନିମନ୍ତ୍ରଣ କାର୍ଡ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। କାର୍ଡ୍‌ ଭାଇରାଲ୍‌ ହେବା ପରେ ରିସେପ୍‌ସନ୍‌ ତାରିଖ ବି ସାମ୍ନାକୁ ଆସିଛି। ତେବେ ରିସେପ୍‌ସନ୍‌ ପାର୍ଟିକୁ ନିମନ୍ତ୍ରିତ ଅତିଥିଙ୍କ ପାଇଁ ଏକ ସର୍ତ୍ତ ରହିଛି, ଯାହାକୁ ନେଇ ଚର୍ଚ୍ଚା ଆହୁରି ଜୋର୍ ଧରିଛି।

ଇଟାଲୀରୁ ଫେରିବା ପରେ ଦୀପିକା ଓ ରଣଭୀର୍‌ ନଭେମ୍ବର ୨୧ରେ ବେଙ୍ଗାଲୁରୁରେ ପ୍ରଥମ ରିସେପ୍‌ସନ୍‌ ପାର୍ଟି ଦେବେ। ଦ୍ୱିତୀୟ ରିସେପ୍‌ସନ୍‌ ପାର୍ଟି ମୁମ୍ବାଇରେ ନଭେମ୍ବର ୨୮କୁ ରଖାଯାଇଛି। ଦୀପିକା ବେଙ୍ଗାଲୁରୁର ମୂଳ ବାସିନ୍ଦା ହୋଇଥିବାରୁ ପ୍ରଥମ ରିସେପ୍‌ସନ୍‌ ପାର୍ଟି ବେଙ୍ଗାଲୁରୁରେ ହେବ। ଏଥିରେ ପାଦୁକୋନ୍‌ ପରିବାରର କିଛି ନିକଟତମ ବନ୍ଧୁ ଯୋଗ ଦେବେ। ଆଉ ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ରିସେପ୍‌ସନ୍‌ ପାର୍ଟିରେ ବଲିଉଡ୍‌ରେ ବହୁ ମହାନ ହସ୍ତୀଙ୍କ ସମେତ ଅନେକ କଳାକାର ସାମିଲ୍ ହେବେ। ରିସେପ୍‌ସନ୍‌ କାର୍ଡ୍‌ ମୁତାବକ, ମୁମ୍ବାଇର ହୋଟେଲ୍‌ ‘ଗ୍ରାଣ୍ଡ୍‌ ହାୟଟ୍‌’ରେ ଦ୍ୱିତୀୟ ରିସେପ୍‌ସନ୍‌ ପାର୍ଟି ହେବ। ଏଥିରେ ପ୍ରାୟ ୩,୦୦୦ ଲୋକ ସାମିଲ୍ ହେବେ।

ତେବେ ରିପୋର୍ଟ ଅନୁସାରେ, ଦୀପିକା ଓ ରଣଭୀର୍‌ ସେମାନଙ୍କ ରିସେପ୍‌ସନ୍‌ ପାର୍ଟିକୁ ନିମନ୍ତ୍ରଣ କରିଥିବା ଅତିଥିମାନଙ୍କ ପାଖରେ ଏକ ସର୍ତ୍ତ ରଖିଛନ୍ତି। ଉଭୟେ ଅତିଥିମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ପାର୍ଟିକୁ କୌଣସି ଉପହାର ଆଣିବେ ନାହିଁ। ବରଂ ଏହା ବଦଳରେ ସେମାନେ ଚାହିଁଲେ, ସେହି ପରିମାଣର ଅର୍ଥରାଶିକୁ ଏକ ନିର୍ଦ୍ଦିଷ୍ଟ ଚ୍ୟାରିଟେବଲ୍‌ ଟ୍ରଷ୍ଟକୁ ଡୋନେସନ୍ ଆକାରରେ ଦେଇପାରିବେ।

ଏହି ସଂସ୍ଥାର ନାଁ ହେଉଛି ‘ଦି ଲିଭ୍‌ ଲଭ୍‌ ଲାଇଫ୍‌ ଫାଉଣ୍ଡେସନ୍‌’। ବେଙ୍ଗାଲୁରୁର ଏହି ସଂସ୍ଥା ସହ ଦୀପିକା ଜଡ଼ିତ। ଏମିତି କି ଏହି ଫାଉଣ୍ଡେସନ୍‌ର ୱେବସାଇଟ୍‌ରେ ଦୀପିକାଙ୍କ କିଛି ଫଟୋ ବି ଦେଖିବାକୁ ମିଳୁଛି।



from Odisha Reporter https://ift.tt/2B4ziA3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages