କୃଷ୍ଣ ଶଗରିଆଙ୍କ ଇସ୍ତଫାକୁ ମଞ୍ଜୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

କୃଷ୍ଣ ଶଗରିଆଙ୍କ ଇସ୍ତଫାକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫାକୁ ବାଚସ୍ପତି ମଞ୍ଜୁର କରିଛନ୍ତି। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତ୍ ଏନେଇ ଘୋଷଣା କରି କହିଛନ୍ତି ଯେ ଶ୍ରୀ ଶଗରିଆଙ୍କ ଇସ୍ତଫାକୁ ସେ ନଭେମ୍ବର ୬ତାରିଖ ପୂର୍ବାହ୍ନରୁ ଗ୍ରହଣ କରିଛନ୍ତି।

ସମ୍ବିଧାନର ଅନୁଚ୍ଛେଦ ୧୯୦(୩)(ଖ)ର ବ୍ୟବସ୍ଥା ଅନୁସାରେ ଏହି ଆସନଟି ଶୂନ୍ୟ ହୋଇଛି ବୋଲି ସେ ଘୋଷଣା କରିବା ସହ ସମତା କ୍ରାନ୍ତି ବିଧାୟକ ଜର୍ଜ ତିର୍କୀଙ୍କ କଂଗ୍ରେସରେ ସାମିଲକୁ ମଧ୍ୟ ବାଚସ୍ପତି ସ୍ୱୀକାର କରିଛନ୍ତି। ଶ୍ରୀ ତିର୍କୀଙ୍କୁ ନଭେମ୍ବର ୨ ତାରିଖରୁ କଂଗ୍ରେସ ବିଧାୟକ ଦଳର ସଦସ୍ୟ ଭାବେ ବାଚସ୍ପତି ମାନ୍ୟତା ପ୍ରଦାନ କରିବା ସହ ବିଧାନସଭାରେ ତାଙ୍କର ଆସନରେ ମଧ୍ୟ ପରିବର୍ତ୍ତନ କରିଛନ୍ତି।

କଂଗ୍ରେସରୁ ଶ୍ରୀ ଶଗରିଆଙ୍କ ଇସ୍ତଫା ପରେ ଶ୍ରୀ ତିର୍କୀ ସାମିଲ ହେବା ଯୋଗୁ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ଅପରିବର୍ତ୍ତିତ ରହିଛି।



from Odisha Reporter https://ift.tt/2DHKR2v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages