
କୋଚି: ଆଜି ସନ୍ଧ୍ୟା ୫ଟାରେ ଖୋଲିଛି କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରୀମାଲା। ମନ୍ଦିରରେ ଋତୁସ୍ରାବ ଯୋଗ୍ୟା ବୟସର ମହିଳାଙ୍କ ପ୍ରବେଶକୁ ନେଇ ସୁପ୍ରିମ୍କୋର୍ଟଙ୍କ ଆସ୍ତିସୂଚକ ରାୟ ପରେ ଆଜି ତୃତୀୟ ଥର ପାଇଁ ମନ୍ଦିର ଖୋଲିଛି। ୧୫ ହଜାର ସୁରକ୍ଷାକର୍ମୀ ଏଥିପାଇଁ ନିୟୋଜିତ ହୋଇଥିବାବେଳେ ଆଗାମୀ ୬୨ ଦିନ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ଜଣାଯାଇଛି। ଏହି ସମୟରେ ସବୁଠାରୁ ଅଧିକ ଦିନ ଧରି ମନ୍ଦିର ଖୋଲା ରହିବାର କାରଣ ହେଉଛି ଏହା ମନ୍ଦଲା ପୂଜା ଏବଂ ମାଗରାଭିଲାକୁ ନାମକ ବାର୍ଷିକ ତୀର୍ଥଯାତ୍ରାର ସମୟ। ଏହି ତୀର୍ଥସ୍ଥାନରେ ପ୍ରାୟ ଦୁଇ ମାସ ଧରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କର ଭିଡ଼ ଜମିଥାଏ।
Trupti Desai to return to her hometown Pune tonight. She has been at the Kochi airport since morning as protesters did not allow her to proceed to #SabarimalaTemple. (File pic) pic.twitter.com/R6BomXn3Q8
— ANI (@ANI) November 16, 2018
ସୁପ୍ରିମକୋର୍ଟଙ୍କ ରାୟର ସମର୍ଥନରେ ଏଯାଏ କେହି ପ୍ରତିବନ୍ଧିତ ମହିଳା ମନ୍ଦିର ପ୍ରବେଶ କରିନଥିବାବେଳେ ଭବିଷ୍ୟତରେ ସେମାନେ ପ୍ରବେଶ କରିପାରିବେ କି ନାହିଁ, ତା’କୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି। କାରଣ ଆଜି ମନ୍ଦିରପ୍ରବେଶ କରିବାକୁ ନିଜର ଟିମ୍ ସହିତ କୋଚି ବିମାନ ବନ୍ଦରରେ ପହଞ୍ଚିଥିବା ସାମାଜିକ କର୍ମୀ ତୃପ୍ତି ଦେଶାଇଙ୍କୁ ଫେରିଯିବାକୁ ପୁଲିସ୍ର ଅନୁରୋଧ ପରେ ସେ ପୁଣେ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଜି ସକାଳୁ କୋଚି ପହଞ୍ଚିବାପରେ ତୃପ୍ତି ମନ୍ଦିର ପ୍ରବେଶ କରିବାପାଇଁ ପ୍ରୟାସ କରିବା ଆଗରୁ ହିଁ ବିକ୍ଷୋଭକାରୀମାନେ ତାଙ୍କ ପଥରୋଧ କରିବାରୁ ସେ ଅଟକି ରହିଥିଲେ। ଏହା ପରେ ପୁଲିସ୍ ପକ୍ଷରୁ ତାଙ୍କୁ କୁହାଯାଇଥିଲା ଯେ ବିମାନବନ୍ଦର ମଧ୍ୟକୁ ବିକ୍ଷୋଭକାରୀମାନେ ଧସେଇ ପଶିଯାଇ ପାରନ୍ତି। ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ପୂର୍ବରୁ ସେ ଫେରିଯିବାକୁ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଥିଲା। ସେ ଆଜି ରାତି ୯.୩୦ରେ ଥିବା ଫ୍ଲାଇଟରେ ମୁମ୍ବାଇ ଯାଇ ସେଠାରୁ ପୁଣେ ଚାଲିଯିବେ। ତୃପ୍ତିଙ୍କ ଫେରିଯିବା ଘଟଣାକୁ ବିକ୍ଷୋଭକାରୀମାନେ ପରମ୍ପରାର ବିଜୟ ବୋଲି କହିବା ଆରମ୍ଭ କରିଛନ୍ତି।
Protestors threatened taxi drivers from providing us services.Hotel staff was threatened of damage to hotels if rooms were given to us. It saddens me to see that ppl who call themselves Ayyappa devotees are abusing&threatening us: Trupti Desai at Kochi airport. #SabarimalaTemple pic.twitter.com/Q9CZrJZsPc
— ANI (@ANI) November 16, 2018
from Odisha Reporter https://ift.tt/2zgvhqV
No comments:
Post a Comment